• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝି । ବିଜେଡି ସାଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାପ ଦେବ, ବିଧାୟକ ପ୍ରତିରଂଜନ ଘୋଡ଼େଇଙ୍କ ଉପସ୍ଥିତରେ ଦଳରେ ସାମିଲ ହୋଇଛନ୍ତି ପ୍ରଫୁଲ୍ଲ ମାଝି । ସାଙ୍ଗଠନ ସମ୍ପାଦକ ତାଙ୍କୁ ଦଳରେ ସ୍ୱାଗତ କରିବା ସହ ଦଳ ପଞ୍ଚାୟତ ନିର୍ବାଚନରେ କିଭଳି ଭଲ ପ୍ରଦର୍ଶନ କରିବ ସେନେଇ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଛନ୍ତି ।

ତଲସରା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇଛନ୍ତି ପ୍ରଫୁଲ୍ଲ ମାଝି । ବିଜେଡିରେ ଯୋଗଦେବା ପରେ ପ୍ରଫୁଲ୍ଲ କହିଛନ୍ତି, ‘ଆଜିର ଦିନ ମୋ ପାଇଁ ଏକ ସ୍ମୃତିର ଦିନ । ତଲସରା ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ଥିଲା । ଦଳ ଛାଡ଼ିବା ସିଦ୍ଧାନ୍ତ ମୋର ଏକା ନଥିଲା । ମୋ ସହ ଥିବା ସମସ୍ତ ସହଯୋଗୀ ଏହି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛି । କଂଗ୍ରେସ ଏକ ମୁଣ୍ଡ ବୀହିନ ପାର୍ଟି ହୋଇ ରହିଛି । କଂଗ୍ରେସ ଦଳରେ ବରିଷ୍ଠଙ୍କୁ ଅଣଦେଖା କରାଯାଉଛି । ସେହିଭଳି ଦଳରେ ରହି ଲୋକଙ୍କ ସେବା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ପ୍ରଫୁଲ୍ଲ ।’

ନବୀନଙ୍କ ଭଳି ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଓଡ଼ିଶାକୁ ମିଳିବନି । ଆଦିବାସୀଙ୍କ ବିକାଶ ସହ ସୁନ୍ଦରଗଡ଼ ଜିଲ୍ଲା ଏବଂ ରାଜ୍ୟର ବିକାଶ ନେଇ କାମ କରିବୁ ।ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ କାମ କରିବେ ବୋଲି କହିଛନ୍ତି ପ୍ରଫୁଲ୍ଲ । ସେ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭଲ ପାଆନ୍ତି ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଭଲ ପାଆନ୍ତି ବୋଲି ସେ କହିଛନ୍ତି । ସମସ୍ତେ ଶୄଙ୍ଖଳାର ସହ କାମ କରିବାକୁ ଆହ୍ୱାନ୍‌ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ।

ସୂଚନାଯୋଗ୍ୟ, ଗତ ୬ ତାରିଖରେ କଂଗ୍ରେସରୁ ବିଦା ହୋଇଥିଲେ ପ୍ରଫୁଲ୍ଲ । ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ । ଏନେଇ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ସୂଚନା ଦେଇଥିଲେ । ପୂର୍ବରୁ ସେ କଂଗ୍ରେସ ଛାଡ଼ି ପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ହେଲେ ସେ କଂଗ୍ରେସ ଛାଡ଼ିବା ପୂର୍ବରୁ ଦଳରୁ ତାଙ୍କୁ ବହିଷ୍କୃତ କରାଯାଇଥିଲା ।

ସେପଟେ ଦଳରେ ତାଙ୍କୁ ପ୍ରତାରଣା ଓ ଅବହେଳା କରାଯାଇଥିବା ପ୍ରଫୁଲ୍ଲ ମାଝୀ ଅଭିଯୋଗ କରିଥିଲେ । ସେ କହିଥିଲେ, ତାଙ୍କ ପରିବାର ୬୦ ବର୍ଷରୁ ଅଧିକ ସମୟ ହେଲାଣି କଂଗ୍ରେସ ସହ ରହି ଆସିଥିଲା ।  କିନ୍ତୁ ଏବେ ତାଙ୍କୁ ଅଣଦେଖା କରାଯାଉଥିଲା ।