• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମେ ୫ରୁ ଅସହ୍ୟ ତାତିରୁ ମିଳିପାରେ ଆଶ୍ୱସ୍ତିି । ମେ ୧ରୁ ହିଟେଓ୍ବଭ ସ୍ଥିତିରେ ପରିବର୍ତ୍ତନ ହୋଇପାରେ । ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ଲାଗିପାରେ ବ୍ରେକ୍ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଅଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଞ୍ଚଳରେ ମେ ୪ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବ ବୋଲି ପାଣିପାଗ ବିଭାଗର ଆକଳନ କହୁଛି । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ଣ ପ୍ରବାହରେ ବ୍ରେକ ଲାଗିବ । ବର୍ତ୍ତମାନ କାଳବୈଶାଖୀ ପ୍ରଭାବ କମିବା ପରେ ରାଜ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ପାରଦ ବଢି ଚାଲିଛି । ଦିନକୁ ୪୦ ଡିଗ୍ରୀ ଉପରେ ରହୁଛି ପ୍ରାୟ ୨୫ଟି ସହରର ତାପମାତ୍ରା ।

ରାଜ୍ୟରେ କ୍ରମାଗତ ଗ୍ରୀଷ୍ମପ୍ରବାହ ଓ ତତଲା ହାୱା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ବି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ରେକର୍ଡ କରାଯାଇଛି ଓ ସମଗ୍ର ରାଜ୍ୟରେ ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ଗତକାଲି ବୌଦ୍ଧରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିଲା, ଯାହାକି ଚଳିତ ଋତୁରେ ସର୍ବାଧିକ ତାପମାତ୍ରା ଥିଲା । ଏହାସହିତ ଆଜି ରାଜ୍ୟର ୨୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୯ଟି ସ୍ଥାନରେ ୪୩ ଡିଗ୍ରୀ ଓ ୫ଟି ସ୍ଥାନରେ ୪୪ ଡିଗ୍ରୀ ଉପରେ ତାପମାତ୍ରା ରହିଛି।

କେବଳ ଓଡିଶା ନୁହେଁ ସମଗ୍ର ଦେଶ ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ର ତାପର ପ୍ରଭାବରେ ଆଉଟୁପାଉଟୁ ହେଉଛି । ଦେଶରେ ପ୍ରାୟ ୭୬ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ୪୫ ଡିଗ୍ରୀ ଉପରେ ରହୁଛି ୨୦ଟି ସହରର ତାପମାତ୍ରା । ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁ ଥିବା ବେଳେ ଏହା ଆହୁରି ବଢିବ ବୋଲି ଆକଳନ କରିଛି ଆଇଏମ୍‌ଡି । ସେହିପରି ଓଡିଶା ସହ ଉତ୍ତରପ୍ରଦେଶ, ରାଜସ୍ଥାନ, ହରିୟାଣା ଦିଲ୍ଲୀ ଏହି ୫ ରାଜ୍ୟକୁ ହିଟ୍‌ୱେଭ୍‌ ୱାର୍ଣ୍ଣିଂ ଜାରି କରିଛି ।

ଆଇଏମ୍‌ଡି ଏହା ସହ ମେ ୧ରୁ ୩ ଭିତରେ ଦିଲ୍ଲୀ ହରିୟାଣାରେ ୪୨ ରୁ ୪୫ ଡିଗ୍ରୀ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ ଓ ରାଜସ୍ଥାନରେ ୪୪ରୁ ୪୭ ଏବଂ ପଶ୍ଚିମ ରାଜସ୍ଥାନ ଓ ତାର ଆଖପାଖ ଅଞ୍ଚଳରେ ତାପମାତ୍ରା ୪୮ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରିଛି । ଦେଶର ଆଭନ୍ତରୀଣ ଅଞ୍ଚଳରେ ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଉଷ୍ମ ବାୟୁ ଦ୍ୱାରା ହିଟେୱେଭ ସ୍ଥିତି ସୃଷ୍ଟି ହେଉଛି । ସେହିପରି ପରିବେଶବିତ୍‌ଙ୍କ ମତରେ ବାୟୁମଣ୍ଡଳରେ ଗ୍ରୀନ ହାଉସ୍  ଗ୍ୟାସର ବୃଦ୍ଧି ଏବଂ ସହରାଞ୍ଚଳରେ କଂକ୍ରିଟ ଜଙ୍ଗଲ ବଢିବା ସହ ବହୁଳମାତ୍ରାରେ ଏସି ବ୍ୟବହାର ଯୋଗୁଁ ଏଭଳି ତାପମାତ୍ରା ବୃଦ୍ଧି ପାଉଛି ।