Advertisment

ଅଣ୍ଡା ଫୁଟିବା ପରେ ସମୁଦ୍ରମୁହାଁ ହଜାର ହଜାର ଅଲିଭ୍ ରିଡ୍‌ଲେ ଶାବକ

ଅଣ୍ଡା ଫୁଟିବା ପରେ ଏବେ ସମୁଦ୍ର ଆଡକୁ ମୁହାଁଉଛନ୍ତି ହଜାର ହଜାର ଅଲିଭ୍ ରିଡ୍‌ଲେ କଇଁଚ ଶାବକ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Olive Ridley Hatchlings Make Their Way To Sea in Konark

Olive Ridley Hatchlings Make Their Way To Sea in Konark

ଅଣ୍ଡା ଫୁଟିବା ପରେ ଏବେ ସମୁଦ୍ର ମୁହାଁ ଅଲିଭ୍ ଅଲିଭ୍ ରିଡ୍‌ଲେ । ହଜାର ହଜାର କଇଁଚ ଶାବକ ସମୁଦ୍ରକୁ ଫେରି ଯାଉଛନ୍ତି । ଚଳିତ ବର୍ଷ ଅନୁକୁଳ ପାଗ ଯୋଗୁଁ ରେକର୍ଡ ସଂଖ୍ୟକ ଅଲିଭ୍ ରିଡଲେ ଅଣ୍ଡାଦାନ କରିବା ସହ ପ୍ରଜନନ ପ୍ରକ୍ରିୟା ସରିଛି । ଏବେ ଅଣ୍ଡାରୁ ଛୁଆ ହେବା ପରେ ସମୁଦ୍ରକୁ ଫେରୁଛନ୍ତି କୁନି କଇଁଚ ଶାବକ ।

Advertisment

ଅଣ୍ଡାରୁ କଇଁଚ ଛୁଆଙ୍କ ସୁରକ୍ଷିତ ସମୁଦ୍ର ଫେରିବା ଯାଏ ଏମାନଙ୍କ ଖୁବ ଯତ୍ନ ନିଆ ଯାଇଥିଲା । ଏଥିପାଇଁ ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ଠାରୁ ବ୍ରହ୍ମଗିରି ବାଲି ହରଚଣ୍ଡୀ ମଧ୍ୟରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସାମୁଦ୍ରିକ କଟକଣା ସହ ନାସୀ, ଗଙ୍ଗାଦେବୀ, ଯାହାନିଆ, ଡାଳୁଅକଣି, କଂଅରପୁର ଭଳି ୧୨ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଛି । ଚଳିତ ବର୍ଷ ସନ୍ତୁଳିତ ସାମୁଦ୍ରିକ ପରିବେଶ ପାଇଁ ରେକର୍ଡ ସଂଖ୍ୟାରେ ଅଲିଭ ରିଡ଼ଲେଙ୍କ ଅଣ୍ଡା ଦାନ ଓ ପ୍ରଜନନ ପରିବେଶବିତ୍ତଙ୍କ ପାଇଁ ଖୁସି ଖବର ଆଣିଦେଇଛି ।

ସୂଚନା ଅନୁସାରେ, ତିନି ବର୍ଷ ଧରି ପୁରୀ ଜିଲ୍ଲା ଉପକୂଳରେ ସାମୁଦ୍ରିକ ବାତ୍ୟା ଫୋନି ଓ କରୋନା କଟକଣା ପାଇଁ ସାମୁଦ୍ରିକ କଇଁଚ ଅଲିଭ ରିଡ଼ଲେଙ୍କ ଅଣ୍ଡା ଦାନ ଓ ପ୍ରଜନନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା । ହେଲେ ଚଳିତ ଋତୁରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଁଣ ଠାରୁ ବ୍ରହ୍ମଗିରିର ହରଚଣ୍ଡୀ ଉପକୂଳରୁ ୧ଲକ୍ଷ ୬ହଜାର ୩୪୯ ରେକର୍ଡ ସଂଖ୍ୟାରେ ଅଲିଭ ରିଡ଼ଲେ ଅଣ୍ଡା ସଂଗୃହିତ ହୋଇଛି । ଏ ପର୍ଯ୍ୟନ୍ତ ୧୨ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ରରୁ ୨୫ ହଜାର ୧୬୫ ଅଲିଭ ରିଡ଼ଲେ ସାବକଙ୍କୁ ସମୁଦ୍ରରେ ଛଡା ଯାଇଛି ।

Advertisment

୨୦୧୯ରେ ପୁରୀ ଜିଲ୍ଲା ଉପକୂଳରେ ୬୭୯ଟି ବସାରୁ ୬୨ ହଜାର ୮୦୨ ଟି ଅଣ୍ଡା ସଂଗ୍ରହ କରାଯାଇଥିଲେ ମଧ୍ୟ ସାମୁଦ୍ରିକ ବାତ୍ୟା ଫୋନି ପାଇଁ ଅଲିଭ ରିଡ଼ଲେଙ୍କ ପ୍ରଜନନ ବାଧାପ୍ରାପ୍ତ ହୋଇଥିଲା ।

ତେବେ ୫୨୧ଟି ବସାରୁ ୫୦,୧୫୬ଟି ଅଣ୍ଡା ଓ ୨୦୨୧ରେ ୬ ଶହ ବସାରୁ ୬୦ହଜାରରୁ ଅଧିକ ଅଣ୍ଡା ସଂଗୃହିତ ହୋଇଥିଲା । କରୋନା କଟକଣା ମଧ୍ୟରେ ପ୍ରଜନନ କେନ୍ଦ୍ରରେ ଅଣ୍ଡା ଗୁଡିକର ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ପ୍ରଜନନ ବାଧାପ୍ରାପ୍ତ ହେବା ସହ ଅଧିକାଂଶ ଅଣ୍ଡା ନଷ୍ଟ ହୋଇଯାଇଥିଲା ।

Olive Ridley Turtles
Advertisment
Advertisment