• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମେଡିକାଲ୍‌ରେ ଘନଘନ ପାୱାର କଟ୍ । ନାହିଁ ନଥିବା ସୁବିଧାର ସମ୍ମୁଖୀନ କରୁଛନ୍ତି ରୋଗୀ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମେଡ଼ିକାଲରେ ବିଜୁଳି ଅଭାବରୁ ରୋଗୀଙ୍କ ସାଂଘାତିକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବାହାରେ ଗରମ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହୋଇଥିବା ବେଳେ ମେଡ଼ିକାଲ୍ ଭିତରେ ପାୱାର କଟ୍ ହେଉଛି ।

ଏନେଇ କେନ୍ଦୁଝର ସିଡିଏମ୍ଓ ଡାକ୍ତର ସୁଜାତା ରାଣୀ ମିଶ୍ର କହିଛନ୍ତି ଯେ, ‘କାହିଁକି ପାୱାର କଟ୍‌ ହେଉଛି ଯଦି ପାୱାର କଟ୍‌ ହେଉଛି ତାହାର ବ୍ୟବସ୍ଥା କାହିଁକି ହେଉନାହିଁ ତାହାର କାରଣ ଖୋଜାଯିବ’ ।

ଏନେଇ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ‘ ଦିନ ୩ଟା ବେଳରୁ କରେଣ୍ଟ ନାହିଁ । ଆମେ ଅଭିଯୋଗ କରିବାପରେ କହିଲେ ୧୦ରୁ ୧୫ ମିନିଟ୍‌ ଭିତରେ ପଳେଇଆସିବ । ନ ଆସିବାରୁ ପୁଣି ଅଭିଯୋଗ କଲେ କହୁଛନ୍ତି ଡିଜି ସିଷ୍ଟମ ନାହିଁ, ଅପରେଟର ଆସୁଛନ୍ତି ଇଏ ଆସୁଛନ୍ତି...ସିଏ ଆସୁଛନ୍ତି...ଏମିତି ରୋଗୀ ହନ୍ତସନ୍ତ ହେଉଛନ୍ତି’ ।

ସୂଚନା ଅନୁସାର,ଗତକାଲି ଅପରାହ୍ନ ୩ଟାରୁ ଦୀର୍ଘ ୪ ଘଣ୍ଟା ଧରି ମେଡ଼ିକାଲ୍‌ରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଫଳରେ ନବଜାତ ଓ ପ୍ରସୂତିଙ୍କୁ ମାତୃ ଓ ଶିଶୁ ଓ୍ୱାର୍ଡରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି ।

ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ଯେ, ଡିଜିରେ ତେଲ ନାହିଁ ତେଣୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା । ୮କୋଟି ଟଙ୍କା ବ୍ୟୟରେ ର୍ନିମିତ ଏହି କୋଠାରେ ବିଦ୍ୟୁତ ସରବରାହ ବନ୍ଦକୁ ନେଇ ଏବେ ନାନା ପ୍ରଶ୍ନ ଛିଡ଼ା ହୋଇଛି ।