Advertisment

କଥା କହିପାରୁନଥିବା ଜୀବଜନ୍ତୁଙ୍କ ମନର କଥା ବୁଝୁଛି ଅନନ୍ୟା

ଅସହ୍ୟ ଖରାରେ ଛଟପଟ ଜୀବ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରି ଚର୍ଚ୍ଚାରେ ନୟାଗଡ଼ର ଚର୍ଚ୍ଚିତ ଯୁବ ଗୋଷ୍ଠୀ 'ଅନନ୍ୟା ଫାଉଣ୍ଡେସନ' l ଯୁବ ଗୋଷ୍ଠୀଙ୍କ ଏହି ନିଆରା ପ୍ରୟାସ ପାଇଁ ସବୁଆଡୁ ଛୁଟିଛି ପ୍ରଶଂସାର ସୁଅ l

author-image
Otv Khabar Bureau
ଅଦ୍ୟତନ ହୋଇଛି
Help Birds

Help Birds

ଟାଇଁ ଟାଇଁ ଖରାରେ ବାହାରକୁ ବାହାରିଲେ ମୁଁହ ପୋଡି ଯାଉଛି l ପାରଦ ପୁରା ଉପରେ l ହେଲେ ଏହି ଅସହ୍ୟ ଖରାରେ ରାସ୍ତାର ତତଲା ପିଚୁରେ ହାତ କୁ ହାତ ଧରା ଧରି ହୋଇ ଚାଲିଛନ୍ତି ଏକ ଯୁବ ଗୋଷ୍ଠୀ l ଏମାନଙ୍କ ଲକ୍ଷ୍ୟ ହେଉଛି ପରିବେଶ ସେବା l ଏକ ସ୍ୱତନ୍ତ୍ର ଚିନ୍ତାଧାରାରେ ନିମଗ୍ନ ଏହି ଯୁବ ଗୋଷ୍ଠୀଙ୍କ କାମକୁ ଦେଖିଲେ ସମସ୍ତଙ୍କ ମୁହଁରୁ ପ୍ରଶଂସାର ସୁଅ ଛୁଟୁଛି । ତାତି କୁ ଖାତିର ନ କରି ସେମାନେ ବାହାରିଛନ୍ତି ସେବା ପାଇଁ l

Advertisment

ନୟାଗଡ଼ର ପ୍ରମୁଖ ସ୍ୱେଚ୍ଛାସେବୀ ଯୁବ ଗୋଷ୍ଠୀ ‘ଅନନ୍ୟା ଫାଉଣ୍ଡେସନ’ର ସ୍ୱେଚ୍ଛାସେବୀ ମାନେ ବାଲଟି, ମଗ ପୁରୁଣା ପ୍ଲାଷ୍ଟିକ ଡବା ଆଉ ସଚେତନତା ଉଦେଶ୍ୟରେ ପୋଷ୍ଟର ଧରି ରାସ୍ତାକଡ଼ରେ ଥିବା ଗଛ ମାନଙ୍କରେ ପକ୍ଷୀ ମାନଙ୍କ ତୃଷ୍ଣା ନିବାରଣ ପାଇଁ ଖୋଲିଛନ୍ତି ଜଳଛତ୍ର l ସରକାର ଲୋକମାନଙ୍କ ପାଇଁ ଜଳଛତ୍ର ଖୋଲିଥିବା ବେଳେ ଏମାନେ ପକ୍ଷୀଙ୍କ ମନ ର କଥା ବୁଝିଛନ୍ତି l ଅବ୍ୟବହୃତ ପ୍ଲାଷ୍ଟିକ ବଟଲକୁ କାଟି ତାର ଉପର ମୁଣ୍ଡ କୁ କଣା କରି ଲୁହା ତାର ରେ ଗଛରେ ଓହଳାଇ ଦେଉଛନ୍ତି l ଏବଂ ସେଥିରେ ପାଣି ବି ଭରି ଦେଉଛନ୍ତି l ଗୋଟିଏ କି ଯୋଡିଏ ନୁହେଁ ବରଂ ଶହ ଶହ ଗଛରେ କରିଛନ୍ତି ଏହି ବ୍ୟବସ୍ଥା l ଜିଲ୍ଲାର ବିଭିନ୍ନ ରାସ୍ତା କଡ଼ ରେ ଲଗାଇଛନ୍ତି ଜଳଛତ୍ର l

ଖାଲି ସେତିକି ନୁହେଁ ପାଣି ସରିଗଲେ ଗଛରେ ଲାଗିଥିବା ଏହି ଡବା କୁ ସଫାକରି ନୂଆ ପାଣି ମଧ୍ୟ ଭରୁଛନ୍ତି l ଗତ ମାସେ ହେଲା ନିୟମିତ ଏହିଭଳି କାମ ଚଳାଇଛନ୍ତି ଅନନ୍ୟା ଫାଉଣ୍ଡେସନର ମୁଖ୍ୟ ଆଶୁତୋଷ ଦାସ ଏବଂ ତାଙ୍କ ସାଥି ସ୍ୱେଚ୍ଛାସେବୀ ମାନେ l ଏମାନଙ୍କ କାମକୁ ଯିଏ ବି ଦେଖୁଛି ପ୍ରଶଂସା ନ କରି ରହି ପାରୁନି l ଯେତେବେଳେ ସ୍ୱାର୍ଥପର ମଣିଷଟି ନିଜ ବିଷୟରେ ଅହରହ ଚିନ୍ତାକରେ, ସେତେବେଳେ ଏହି ଯୁବ ଗୋଷ୍ଠୀ ନିରୀହ ପକ୍ଷୀର ଆତ୍ମକଥାକୁ ବୁଝିଛନ୍ତି l

Advertisment

କଥା କହି ପାରୁ ନ ଥିବା ଜୀବଜନ୍ତୁଙ୍କ ମନର ଭାଷାକୁ ପଢ଼ିଛନ୍ତି ଅନନ୍ୟା ଫାଉଣ୍ତେସନ୍‌ର କର୍ମକର୍ତ୍ତାମାନେ l ତେଣୁ ଏମାନଙ୍କ ପାଇଁ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ l

Special Story Youth Organisation Help Birds
Advertisment
Advertisment