• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମାଲକାନଗିରି କାଲିମେଳା ନିକଟରେ ପିକ୍ଅପ୍ ଭ୍ୟାନ୍ ଓଲଟି ୨ ଜଣଙ୍କ ମୃତ୍ୟୁ ହେବା ସହ ୫ ଗୁରୁତର ହୋଇଥିବାର ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ଶୁଣିବାକୁ ମିଳିଛି । ସମସ୍ତ ମୃତାହତ ଏମ୍ପିଭି-୨୯ ଗାଁର ବୋଲି ଜଣାପଡିଛି । କେନ୍ଦୁପତ୍ର ବିକ୍ରି କରି ସମସ୍ତେ ଗାଁକୁ ଫେରୁଥିଲେ ।

ପିକ୍‌ଅପ୍‌ ଭ୍ୟାନ୍‌ରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୮ ଜଣ ଥିଲେ। ବଦଲିଗୁଡ଼ା ଛକ ନିକଟରେ ଏକ ବାଇକ୍‌କୁ ସାଇଡ୍‌ ଦେବାକୁ ଯାଇ ଦ୍ରୁତ ଗତିରେ ଯାଉଥିବା ପିକ୍‌ଅପ୍ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ସମସ୍ତ ୭ ଆହତଙ୍କୁ ଏକ ଗାଡ଼ିରେ ପ୍ରଥମେ ଏମ୍‌ପିଭି-୨୬ ଡାକ୍ତରଖାନାକୁ ନେଇଥିଲେ।

ସେଠାରୁ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ କାଲିମେଳା ଡାକ୍ତରଖାନାକୁ ସେମାନଙ୍କୁ ନିଆଯାଇଥିଲା। ତେବେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଆଉ ୨ ଜଣ ଚିକିତ୍ସାଧୀନ ଅଛନ୍ତି।

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ୨ ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଆଉ ଜଣଙ୍କର ଛାତିରେ ଆଘାତ ଲାଗିଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର ସିଦ୍ଧାନ୍ତ ଭୋଳ କହିଛନ୍ତି।