• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

NGTରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ । ଘସିପୁରା ତହସିଲ ମଦନପୁର ଗାଁରେ କାଜୁ ଜଙ୍ଗଲରୁ ମାଙ୍କଡା ପଥର ଖୋଳିବା ମାମଲାରେ ଆଜି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ କୋଲକାତା ବେଞ୍ଚରେ ହାଜର ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । ତାଙ୍କ ସହ ଘସିପୁରା ତହସିଲଦାର ମଧ୍ୟ ଏନଜିଟିରେ ହାଜର ହୋଇଛନ୍ତି । କେନ୍ଦୁଝର ମଦନପୁର ଗାଁରେ କାଜୁ ଜଙ୍ଗଲରୁ ମାଙ୍କଡା ପଥର ଖୋଳାଯିବା ନେଇ ସ୍ଥାନୀୟ ଗ୍ରାମବାସୀ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ ।

ମାମଲାରେ ଠିକାଦାରଙ୍କ ଉପରେ ୭ କୋଟି ୩୦ଲକ୍ଷ ଟଙ୍କା ଜରିମାନା କରିଥିଲେ ଟ୍ରିବ୍ୟୁନାଲ । ଏପରିକି ଜରିମାନା ଅର୍ଥରେ ଅଂଚଳକୁ ପୁନଃ ସବୁଜ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଟ୍ରିବ୍ୟୁନାଲଙ୍କ ଆଦେଶ କେତେ କାର୍ଯ୍ୟକାରୀ ହୋଇଛି ସେନେଇ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଥିଲା । ଆଜି ଉଭୟ ଜିଲ୍ଲାପାଳ ଏବଂ ତହସିଲଦାର ହାଜର ହୋଇ ପକ୍ଷ ରଖିଛନ୍ତି ।