Advertisment

ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ସଂପତ୍ତି ଆଟାଚ୍ କଲା ଇଡି

IFS ଅଭୟକାନ୍ତ ପାଠକଙ୍କ ସଂପତ୍ତି ଆଟାଚ୍ କରାଯାଇଛି ।

author-image
Prangyan Parimita
abhaya-pathak

abhaya-pathak

ଆୟ ବହିର୍ଭୁତ ସମ୍ପତ୍ତ ଠୁଳ ମାମଲାରେ ପୂର୍ବତନ ଆଇଏଫ୍ଏସ୍ ଅଭୟ ପାଠକଙ୍କ ସଂପତ୍ତି ଆଟାଚ୍ କଲା ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭୟକାନ୍ତଙ୍କ ୨୯ ଲକ୍ଷ ୮୩ ହଜାର ଟଙ୍କାର ସଂପତ୍ତି ଆଟାଚ୍ କରିଛି । ଟୁଇଟ୍ ଯୋଗେ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଏଇ ସୂଚନା ଦିଆଯାଇଛି । ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡ୍ରିଂ ବଳରେ ଆୟ ଠାରୁ ଅଧିକ ସଂପତ୍ତି ଆହରଣ ନେଇ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।

Advertisment

ଅଭୟକାନ୍ତ ପାଠକଙ୍କ ବିରୋଧରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ନେଇ ଗତ ୨୦୨୦ ନଭେମ୍ବର ୨୭ ତାରିଖରେ ମାମଲା ରୁଜୁ କରିବା ସହ ପରେ ଗରିଫ କରିଥିଲା । ଠକେଇ ଅଭିଯୋଗରେ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ଗିରଫ ହୋଇଥିଲେ । ପରେ ପରେ ଏହି ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ସମ୍ପୃକ୍ତ ଥିବା କଥା ସାମ୍ନାକୁ ଆସିଥିଲା । ଆଉ ଏଥିପାଇଁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଗିରଫ ହୋଇ ଜେଲରେ ଥିଲେ ।

Abhay Pathak Money Laundering Case Enforcement Directorate
Advertisment
Advertisment