/odishatv-khabar/media/post_attachments/uploadimage/library/16_9/16_9_0/BJP_1651290865.jpg)
BJP
ଅଭିଯୁକ୍ତକୁ ଗିରଫ ଦାବିରେ ଧାରଣାରେ ବସିଲେ ସାଂସଦ । ବାଲିଆପାଳ ପଂଚାୟତ କଚୁଆପଡା ଗାଁର ଯୁବକ ସେକ୍ ରାଜତୁଲ୍ଲାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ବର୍ତ୍ତମାନ ସେ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଶାହବୁଦ୍ଦିନ ଶାହା ହିଁ, ରାଜତୁଲ୍ଲାଙ୍କୁ ଘରୁ ଡାକିନେଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ଶାହାବୁଦ୍ଦିନଙ୍କୁ ଥାନାରେ ଅଟକ ରଖିବା ପରେ ବିଳମ୍ବିତ ରାତିରେ ଫେରାର କରାଇ ଦେଇଥିବା ସାଂସଦ ପ୍ରତାପ ଷଡଙ୍ଗୀ ଅଭିଯୋଗ କରିଛନ୍ତି ।
ପୋଲିସର ଚେଷ୍ଟାରେ ଆନ୍ତରିକତା ଅଛି କି, ସନ୍ଦେହ ଉପୁଜିଛି । ଜଣେ ଅସହାୟ ଗରିବ ପରିବାରକୁ ନ୍ୟାୟ ଦେବା ପାଇଁ ଭାରତୀୟ ଜନତା ଏକାଠି ହୋଇଛି । ତେବେ ଏଥିରେ ଜନସାଧାରଣ ଦଳମତ ନିର୍ବିଶେଷରେ ଅଛନ୍ତି ବୋଲି କହିଥିଲେ ସାଂସଦ ।
ସେପଟେ ତୁରନ୍ତ ଶାହାବୁଦ୍ଧିନଙ୍କୁ ଗିରଫ ଦାବିରେ ବିଜେପି ପକ୍ଷରୁ ଗତକାଲି ବାଲିଆପାଳ ଥାନା ଆଗରେ ଗଣ ଧାରଣା ଦିଆଯାଇଥିବା ବେଳେ ଏଥିରେ ସାମିଲ ହୋଇଥିଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ତେବେ ବସ୍ତା ଏସଡିପିଓ ଶାହାବୁଦ୍ଦିନଙ୍କୁ ତୁରନ୍ତ ଗିରଫ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ହଟିଥିଲେ ବିଜେପି କର୍ମୀ ଓ ସାଂସଦ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)