/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651246247.jpg)
scb medical
କଟକ ଏସ୍ସିବି ମେଡ଼ିକାଲ୍ରେ ଆରମ୍ଭ ହେବାକୁ ଯାଉଛି ଅନଲାଇନ୍ ଆଉଟଡୋର୍ ରୋଗୀ ପଞ୍ଜିକରଣ ସେବା । ଆସନ୍ତା ମେ ୧୦ରୁ ହେବାକୁ ଥିବା ରୋଗୀ ସେବା ପାଇଁ ମେ୯ରୁ ଆରମ୍ଭ ହେବ ଅନଲାଇନରେ ରୋଗୀଙ୍କ ପଞ୍ଜିକରଣ । ଫଳରେ ଡାକ୍ତରଖାନାର ଟିକେଟ କାଉଣ୍ଟର ଗୁଡ଼ିକରେ ଆଉ ରୋଗୀଙ୍କୁ ଧାଡିବାନ୍ଧି ଛିଡ଼ା ହେବାକୁ ପଡ଼ିବ ନାହିଁ ।
Advertisment
ରୋଗୀ ଅନଲାଇନ୍ ମାଧ୍ୟମରେ ମେ ୯ ତାରିଖରୁ ନିଜ ଟିକେଟ୍ କରିପାରିବେ ଏବଂ ରୋଗୀଙ୍କ ସୁବିଧା ଅନୁଯାୟୀ ଯେ କୌଣସି ସ୍ଥାନରୁ ପ୍ରିଣ୍ଟ୍ ବାହାର କରିପାରିବେ । www.eswasthya.odisha.gov.in ଲିଙ୍କ୍ରେ କ୍ଲିକ୍ କରି ରୋଗୀ OPD ଟିକେଟ୍ ପାଇଁ ପଞ୍ଜିକୃତ କରିପାରିବେ । ରୋଗୀଙ୍କୁ ନିଜେ ପଞ୍ଜୀକୃତ କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ମୋବାଇଲ୍ ଆପ୍ଲିକେସନ୍ ପ୍ରଦାନ କରିବାକୁ ଯାଉଛନ୍ତି । ଏହି ସୁବିଧା ଦ୍ୱାରା ରୋଗୀଙ୍କୁ ବିନା ବାଧାରେ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)