/odishatv-khabar/media/post_attachments/uploadimage/library/16_9/16_9_0/loot_1651288637.jpg)
loot
ବିବାହ ସ୍ଥିର ପରେ ସୁନା ଅଳଙ୍କାର, ଟଙ୍କା ଧରି ଘରୁ ପଳାଇଲେ ଯୁବତୀ । ଅଜଣା ସମ୍ପର୍କରୁ ପ୍ରେମ ତାପରେ ବିବାହ ପ୍ରସ୍ତାବ ନିମନ୍ତ୍ରଣ କାର୍ଡ ଛପାଇ ବିବାହ ଠିକ୍ ବି ହୋଇଗଲା ଆଉ ତା ପରେ ଯୁବକଙ୍କୁ ଫୁସୁଲାଇ ସବୁ ସୁନା ଗହଣା ଓ ଲକ୍ଷେ ଟଙ୍କା ନେଇ ଯୁବତୀ ଛୁ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳ ରାଳବ ଗାଁର ଶିଶିର କୁମାର ଷଡଙ୍ଗୀଙ୍କ ପରିବାର ଏମିତି ଏକ ଅଭିନବ ଠକେଇର ଶିକାର ହୋଇଛନ୍ତି ।
ସୂଚନା ଅନୁସାରେ, ଗତ ୨୮ ତାରିଖରେ ବିବାହ ହେବାର ଥିଲା ଏଥିପାଇଁ କାର୍ଡ ମଧ୍ୟ ଛପା ହୋଇଥିଲା । ୨୫ ତାରିଖ ରାତିରେ ଯୁବତୀ ଆସି ଶିଶିରଙ୍କୁ ଫୁସୁଲାଇଥିଲେ । ନିର୍ବନ୍ଧ ସୁନା ଦେଲେ ମୁକୁନ୍ଦପୁର ଗାଁକୁ ନିମନ୍ତ୍ରଣ କରିବାକୁ ଯିବୁ କହି ଯୁବତୀ ଓ ତାଙ୍କ ପରିବାର ଛୁ ମାରିଥିବା ନେଇ ଶିଶିର ଅଭିଯୋଗ କରିଛନ୍ତି । ଶେଷରେ ଏନେଇ ବ୍ରହ୍ମପୁର ଏସ୍ପିଙ୍କ ପାଖରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଶିଶିର ଯେଉଁ ଅଂଚଳରେ ଘର ଭଡ଼ା ନେଇ ରହୁଥିଲେ, ୪ ମାସ ପୂର୍ବରୁ ସେହି ଘରର ତଳ ଘରେ ଆଉ ୨ ଭଉଣୀ ଓ ତାଙ୍କ ବାପାମାଆ ଆସି ଭଡ଼ା ନେଇ ରହିଲେ । ୨ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ସହ ଶିଶିରଙ୍କ ପ୍ରେମ ହୋଇଗଲା ପରେ ଧିରେ ଧିରେ ୨ ପରିବାର ବିବାହ କରିବାକୁ ସ୍ଥିର କଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)