/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651293772.jpg)
Cuttack Farmers In Distress After Standing Crop In Over Hectares Of Land Damaged By Pests
ରୋଗ ପୋକ ଯୋଗୁଁ ରବି ଚାଷ ନଷ୍ଟ । ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ । ଏବେ ଚାଷୀ କଣ କରିବେ ସେନେଇ ଚିନ୍ତାରେ ରହିଛନ୍ତି ।
ଅଦିନିଆ ବର୍ଷାରେ ଧାନ ଚାଷ କ୍ଷତି ହେବାପରେ ଭରଣା ପାଇଁ ଚାଷୀ ରବି ଫସଲ ଭାବେ ମୁଗ ଓ ବିରି ବୁଣିଥିଲେ । ହେଲେ ସାହେବି ରୋଗ ସଂକ୍ରମଣ ଯୋଗୁଁ ଏବେ ସବୁ ଗଛ ହଳଦିଆ ପଡ଼ିବା ସହ ଫସଲ ଆଦୌ ହୋଇନି । ବେଳ ଥାଉଁ ଥାଉଁ କୃଷି ବିଭାଗ କୌଣସି ପଦକ୍ଷେପ ନ ନେବାରୁ ଆଜି ଏଭଳି ଦୁର୍ଦ୍ଦଶା ହୋଇଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, ଧାନ ଚାଷର କ୍ଷତି ଭରଣା କରିବା ପାଇଁ ଚାଷୀ ରବି ଋତୁ ଚାଷ ଲାଗି ଅଣ୍ଟାବିଡ଼ିଥିଲେ । କ୍ଷେତରେ ବିରି ଓ ମୁଗ ବୁଣିବା ସହ ସ୍ୱଳ୍ପ ଜଳରେ ବି ଭଳ ଫସଲ ହେବ ବୋଲି ଆଶା ଥିଲା । ହେଲେ ସାହେବି ରୋଗ ସଂକ୍ରମଣ ଯୋଗୁଁ ସବୁ ଆଶା, ଆଶାରେ ରହିଯାଇଛି । ରବି ଋତୁ ଚାଷ ବେଳେ ସାହେବି ରୋଗ ମହାମାରୀ ସଂକ୍ରମକ ବ୍ୟାପିବ ବୋଲି ଚାଷୀଙ୍କ ଧାରଣା ନଥିଲା ତେବେ କୃଷି ବିଭାଗ ଏହି ରୋଗ ସଂପର୍କରେ ଜାଣିଥିଲେ ବି ଚାଷୀଙ୍କୁ ଏହାର ଉପଚାର ବିଷୟରେ କିଛି କହିନଥିବା ଚାଷୀ ଅଭିଯୋଗ କରିଛନ୍ତି ।
ଏନେଇ ନିଶ୍ଚିନ୍ତ କୋଇଲି ବ୍ଲକ କୃଷି ଅଧିକାରୀ କହିଛନ୍ତି, ଚାଷୀଙ୍କ କ୍ଷତି ହୋଇଛି । କ୍ଷୟ କ୍ଷତିର ଆକଳନ କରି ଖୁବଶୀଘ୍ର ଜିଲ୍ଲା କୃଷି ଅଧିକାରୀଙ୍କୁ ଜଣାଇ ଦିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)