Advertisment

ସରକାରୀ ପିଆଜ ବିହନ କିଣି କାନ୍ଦୁଛି ଚାଷୀ, ଲୁହ ପୋଛିବାକୁ କେହି ନାହିଁ

କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାରୀସ୍ତରରେ ଅନେକ ଯୋଜନା ହେଉଛି। ବିହନ, ଔଷଧ, କୃଷି ଯନ୍ତ୍ରପାତି ରିହାତି ଦରରେ ଯୋଗାଇ ଦିଆଯାଉଛି। ହେଲେ କଲ୍ୟାଣ ବଦଳରେ ଏହା ଚାଷୀଙ୍କୁ ସମସ୍ୟାରେ ପକାଉଛି। ନିମ୍ନମାନର ବିହନ ହେତୁ କ୍ଷତିଗ୍ରସ୍ତ ଖଡିଆଳର ପିଆଜ ଚାଷୀ...

author-image
Prangyan Parimita
ଅଦ୍ୟତନ ହୋଇଛି
onion

onion

ସରକାରୀ ବିହନ ଭଲ ଅମଳ ଦେବ। ଏମିତି ସ୍ୱପ୍ନ ଦେଖିଥିଲେ ବୌଦ୍ଧ ଜିଲ୍ଲା ଖଡିଆଳ ଅଂଚଳର ପିଆଜ ଚାଷୀ। ହେଲେ ସବୁ ଆଶା ଧୂଳିସାତ ହୋଇଗଲା। ରିହାତି ଲୋଭରେ ପିଆଜ ବିହନ ଆଣି ପସ୍ତାଉଛନ୍ତି ଖଇର ଭାଡ଼ି ଗାଁର ତିରିଶ ଜଣ ଚାଷୀ। ଏକର ଏକର ଜମିରେ ପିଆଜ ଚାଷ କରିଥିଲେ ମଧ୍ୟ ଖରାପ ବିହନ ଯୋଗୁ ଉତ୍ପାଦନ ହେଉନାହିଁ। ଯାହାକୁ ଦେଖି ଆଖିରୁ ଲୁହ ଗଡାଉଛନ୍ତି ପିଆଜ ଚାଷୀ।

Advertisment

ଉଦ୍ୟାନ ବିଭାଗଠାରୁ ରିହାତି ଦରରେ ବିହନ ପାଇ ଖୁସି ମନରେ ପିଆଜ ଚାଷ କରିଥିଲେ ଚାଷୀ। ଦେଖିଲା ବେଳକୁ ଠିକ ଭାବେ ପିଆଜ ଫସଲ ଉଧେଇ ପାରୁନି କି ଉତ୍ପାଦନ ଦେଖା ଯାଉନି। ଫଳରେ ପ୍ରବଳ ଖରାକୁ ଖାତିରି ନ କରି ହାଡଭଙ୍ଗା ପରିଶ୍ରମ କରି ଭଲ ଉତ୍ପାଦନ ଆଶାରେ ଥିବା ପିଆଜ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିବା ସାର ହୋଇଛି।

ଗତବର୍ଷ ପିଆଜ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରିଥିଲେ ଖଇର ଭାଡ଼ି ଗାଁର ଚାଷୀ। ହେଲେ ଚଳିତ ବର୍ଷ ଉଦ୍ୟାନ ବିଭାଗର ବିହନ ସେମାନଙ୍କୁ ତଳି ତଳାନ୍ତ କରି ଦେଇଛି । ନିମ୍ନମାନର ବିହନ ହେତୁ ଲାଭ ନହେଲା ନାହିଁ, ହାତରୁ ଖର୍ଚ୍ଚ ହୋଇଥିବା ଅର୍ଥ ମିଳିବା ସମ୍ଭାବନା ନାହିଁ। ଦାଦନ ଖଟି ନ ଯାଇ କାହିଁକି ପିଆଜ ଚାଷ କଲୁ ବୋଲି କହୁଛନ୍ତି ଚାଷୀ । ଏତେସବୁ ଅଭିଯୋଗ ପରେ ଉଦ୍ୟାନ ବିଭାଗ କରିଛି ଆମେ ପାଖରେ ସେମିତି କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ଆସିଲେ ନିଶ୍ଚୟ ତଦନ୍ତ କରାଯିବ।

Advertisment

ସବୁବେଳେ ପନିପରିବାଠାରୁ ଆରମ୍ଭ କରି ପିଆଜ ପର୍ଯ୍ୟନ୍ତ ଓଡ଼ିଶାର ଲୋକେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିଥାନ୍ତି। ଯଦି ଓଡ଼ିଶାର ଚାଷୀ ଚାଷ କରିବାକୁ ନ ବଳାଏ ତେବେ ଏମିତି କ୍ଷତି ସହିବାକୁ ହୋଇଥାଏ ବୋଲି କୁହାଯାଉଛି। ଏଥି ପାଇଁ ଚାଷୀ ମାନେ ଏବେ ଚାଷ ପ୍ରତି ବିମୁଖ ହେବା ଦେଖାଯାଉଛି।

ବୌଦ୍ଧ ଜିଲ୍ଲା ଖଡ଼ିଆଳରୁ କୁନାଲ ଚରଣ ବେହେରାଙ୍କ ରିପୋର୍ଟ

'Poor Quality' Seeds
Advertisment
Advertisment