• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

gold rate today
ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ପୁଣି ବଢିଲା ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୭୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୬,୬୫୦ ଟଙ୍କା ଓ ୫୦,୯୦୦ ଟଙ୍କା ରହିଛି।

ARABINADA-KEJRIWAL
ପଞ୍ଜାବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ! କ୍ଷମତାକୁ ଆସିଲେ ମହିଳାଙ୍କୁ ଦିଆଯିବ ହଜାରେ ଟଙ୍କା

ପଞ୍ଜାବରେ ଦିଲ୍ଲୀ ମଡେଲ ଉପସ୍ଥାପନ କରିଛନ୍ତି କେଜ୍ରିୱାଲ । ବର୍ତ୍ତମାନ ସମୟରେ ପଞ୍ଜାବ ଛାଡ଼ି ବହୁ ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ପାଇଁ କାନାଡ଼ା ଯାଉଛନ୍ତି । ତେଣୁ ପଞ୍ଜାବରେ କିଭଳି ଯୁବ ପୀଢ଼ିଙ୍କୁ କାମ ମିଳିବ ସେ ଦିଗରେ ଦଳ କାମ କରିବ । କାନାଡ଼ା ନୁହେଁ ପଞ୍ଜାବରେ ହିଁ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ମିଳିବ ।

Supreme Court
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ! ଶାଶୂଘର ପକ୍ଷରୁ ଟଙ୍କା କିମ୍ବା ଅନ୍ୟ କୌଣସି ଜିନିଷ ମାଗିବା ଯୌତୁକ ଜନିତ ଅପରାଧ

ଆଇନର ଉଦ୍ଦେଶ୍ୟ ପୂରଣ କରୁନଥିବା ତଥା ବାଧା ସୃଷ୍ଟି କରୁଥିବା ନିୟମକୁ ପରିବର୍ତ୍ତନ କରିବା ଉଚିତ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ପରିବର୍ତ୍ତେ ଆଇନର ଉଦ୍ଦେଶ୍ୟକୁ ପୂରଣ କରୁଥିବା ସଂଜ୍ଞା ନିରୂପଣ କରାଯିବା ଉଚିତ୍ ବୋଲି କହିଛନ୍ତି ।

teachers-farewell
ଭାବୁକ କଲା ପରି ଦୃଶ୍ୟ ! ବଦଳି ସମୟରେ ଶିକ୍ଷକଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ସହ ଭୋ ଭୋ କାନ୍ଦିଲେ ଛାତ୍ରଛାତ୍ରୀ

ପିତୃତୁଲ୍ୟ ଶିଷକଙ୍କ ବଦଳି ପରେ ଶିକ୍ଷକଙ୍କୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ଛାତ୍ରଛାତ୍ରୀ ।ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Supreme Court sets up a committee headed by a retired top court judge
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ତ୍ରୁଟି ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ୪ ଜଣିଆ କମିଟି ଗଠନ କରିଛନ୍ତି

ପଂଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ତ୍ରୁଟି ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ୪ ଜଣିଆ କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଏହି କମିଟିର ଅଧ୍ୟକ୍ଷ ରହିବେ । ଏନଆଇଏ ଡିଜି, ଚଣ୍ଡିଗଡର ଡିଜି ଓ ପଂଜାବର ଏଡିଜିପି ସିକ୍ୟୁରିଟି ଏହି କମିଟିର ସଦସ୍ୟ ରହିଛନ୍ତି ।

rape
ପକ୍ଷାଘାତର ଚିକିତ୍ସା କରିବାକୁ ଯାଇଥିଲେ ମହିଳା ! ସ୍ୱାମୀକୁ ୧୦ କିମି ଦୂରକୁ ପଠାଇବା ପରେ ଦୁଷ୍କର୍ମ କଲା ତାନ୍ତ୍ରିକ

ଭଣ୍ଡ ବାବାଙ୍କ କଳା କାରନାମା । ମହିଳାଙ୍କୁ ପକ୍ଷାଘାତ ରୋଗରୁ ଭଲ କରିଦେବ କହି ଧୋକା ଦେଲା । ପିଲାମାନେ ନିକଟସ୍ଥ କୋଠରୀରେ ଶୋଇଥିବା ସମୟରେ ଦୁଷ୍କର୍ମ କଲା ।

Modi
PM ମୋଦିଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ; ତଦନ୍ତ କରିବ ସୁପ୍ରିମକୋର୍ଟଙ୍କ ୪ ଜଣିଆ କମିଟି

ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ୫ ତାରିଖ ଗସ୍ତର ସମସ୍ତ ରେକର୍ଡକୁ ସୁରକ୍ଷିତ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପଂଜାବ ଗସ୍ତ ବେଳେ ଫିରୋଜପୁର ନିକଟ ଓଭରବ୍ରିଜ୍ ଉପରେ ତାଙ୍କ କାରକୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡିଥିଲା ।

Indian Army To Unveil New Combat Uniform On Army Day
ବଦଳିବ ଭାରତୀୟ ସେନାର ୟୁନିଫର୍ମ

ବଦଳିବ ଭାରତୀୟ ସେନା ୟୁନିଫର୍ମ । ସୌର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରିବା ଭଳି ଡିଜାଇନ୍ । ଅଦମ୍ୟ ସାହସର ପ୍ରତୀକ ହେବ ନୂଆ ୟୁନିଫର୍ମ । ଭାରତୀୟ ବୀର ଯବାନଙ୍କ ଅଦମ୍ୟ ବୀରତ୍ୱକୁ ପ୍ରଦର୍ଶନ କରିବା ଭଳି ପ୍ରସ୍ତୁତ ହେଉଛି ନୂଆ ଡିଜାଇନ୍‌ର ୟୁନିଫର୍ମ । ଆସନ୍ତା ଆର୍ମି ଡେ’ ଅର୍ଥାତ ଚଳିତ ମାସ ୧୫ ତାରିଖରେ ଏହି ନୂଆ ଡିଜିଟାଲ କମ୍ବାଟ୍ ୟୁନିଫର୍ମ ପିନ୍ଧିବେ ଭାରତୀୟ ସେନାର ଯବାନ ।

Twitter account hacked
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ ! ନାମ ବଦଳାଇ 𝐄ߋߊn ᛖʋsƙ ରଖିଲେ ହ୍ୟାକର୍

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି । ହ୍ୟାକରମାନେ ଏହାର ନାମ ପରିବର୍ତ୍ତନ କରି ଏକ ମାଛର ଚିତ୍ର ରଖିଥିଲେ ।

Indian Army
ବଦଳିବ ଭାରତୀୟ ସେନାର ୟୁନିଫର୍ମ, ଆସୁଛି ନୂଆ ଡିଜାଇନ୍; ବଜାରରେ ହେବନି ଉପଲବ୍ଧ

ସେନାର ନୂଆ ୟୁନିଫର୍ମ ପାଇଁ ୧୫ ଟି ପ୍ୟାଟର୍ଣ୍ଣ, ୪ଟି ଡିଜାଇନ୍ ଓ ୮ ଟି ଫାବ୍ରିକ୍‌କୁ ବଛାଯାଇଛି । ଏହି କମ୍ବାଟ ୟୁନିଫର୍ମରେ ରହିଛି ଡିଡିଟାଲ କାମୋଫ୍ଲାଜ୍ ପାଟର୍ଣ୍ଣ । ଅର୍ଥାତ୍ ଯେକୌଣସି ପରିବେଶ ସହିତ ଏହା ଖାପ ଖାଇବ ଏବଂ ସେନାଙ୍କୁ ନିଜକୁ ଶତ୍ରୁ ନଜରରୁ ଲୁଚାଇବାରେ ସହାୟକ ହେବ ।

Cannabis
ଦେଶରେ ସମ୍ପୂର୍ଣ୍ଣ ବ୍ୟାନ୍‌ ନୁହେଁ ଗଞ୍ଜେଇ, ଜାଣନ୍ତୁ ଏହାର ଉପକାରିତା

ଗଞ୍ଜେଇକୁ ନେଇ ଧରପଗଡ଼ ଚାଲୁଥିବା ବେଳେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କ ଆଗାରେ ବଡ଼ ବୟାନ ରଖିଛନ୍ତି । ଦେଶରେ କେବେ ହେଲେ ଗଞ୍ଜେଇକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରାଯାଇ ନାହିଁ ବୋଲ କହିଛନ୍ତି ସରକାର ।

pig-heart
ମଣିଷ ଶରୀରରେ ଘୁଷୁରୀ ହୃଦୟ ! ଚିକିତ୍ସା ଇତିହାସରେ ବିରଳ ରେକର୍ଡ

ଆମେରିକାର ଏକ ଡାକ୍ତରୀ ଟିମ୍ ଏପରି ଚମତ୍କାର କରିଛନ୍ତି । ୫୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ସଫଳତାର ସହ ଘୁଷୁରୀ ହୃଦୟକୁ ପ୍ରତିରୋପଣ କରିଛନ୍ତି ।

Indian Currency
କରୋନା ସହାୟତା ନାଁରେ ୫୦୦୦ ଟଙ୍କା ଦେଉଛନ୍ତି ସରକାର ! ଏହା କ’ଣ ସତ ?

କରୋନାକୁ ନେଇ ମଧ୍ୟ ଅନେକ ମିଛ ଖବର ଏଥିରେ ଭାଇରାଲ ହୋଇଥାଏ । କିଛି ଦିନ ହେବ ସୋସିଆଲ ମିଡିଆରେ ଏମିତି କିଛି ଖବର ଏବେ ପୁଣି ଭାଇରାଲ ହେବାରେ ଲାଗିଛି ।

Coolie From Kerala Cracks UPSC by Studying Online, Used Free WiFi at Railway Station https://www.new
କାହାଣୀ ଜଣେ କୁଲିର ! ରେଳଷ୍ଟେସନର ମାଗଣା ୱାଇଫାଇରେ ପାଠପଢ଼ି ଆଇଏଏସ୍ ହେଲେ ଗରିବ ପୁଅ ଶ୍ରୀନାଥ

ଗରିବ କୁଲି ଶ୍ରୀନାଥ ଆଜି ଆଇଏଏସ୍ । ଷ୍ଟେସନରେ ମାଗଣାରେ ମିଳୁଥିବା ୱାଇଫାଇ ତାଙ୍କ ପାଇଁ ସୁଯୋଗ ଆଣିଥିଲା ।

Legendary singer Lata Mangeshkar admitted to ICU after testing positive for Covid19
ICUରେ ଲତା ମଙ୍ଗେସକର

ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି..

bank
ବ୍ୟାଙ୍କରୁ ମିଳିଲାନି ଋଣ, ଉତକ୍ଷିପ୍ତ ହୋଇ ନିଆଁ ଲଗାଇଦେଲେ ଯୁବକ

ଋଣ ପାଇଁ ଆବେଦନ କରି କରି ଥକିଯାଇଥିଲେ, ବ୍ୟାଙ୍କରୁ ନିରାଶା ମିଳିବା ପରେ ବ୍ୟାଙ୍କରେ ନିଆଁ ଲଗାଇ ଦେଇଛନ୍ତି ଯୁବକ । ଫଳରେ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜନପତ୍ର ନଷ୍ଠ ହୋଇ ଯାଇଛି।

Lata Mangeshkar Hospitalised
ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର ହସ୍ପିଟାଲ୍‌ରେ ଭର୍ତ୍ତି

ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ICUରେ ତାଙ୍କର ଚିକିତ୍ସା ଚାଲିଛି। 

Saina Nehwal Vs Siddharth; Actor\'s Remark To Badminton Ace\'s Tweet Over PM Modi\'s Security Breach Draws Flak
ବିବାଦ ଘେରରେ ରଙ୍ଗ ଦେ୍ ବସନ୍ତି ଫେମ୍ ତଥା ସାଉଥ୍‌ ଷ୍ଟାର ସିଦ୍ଧାର୍ଥ

ବିବାଦ ଘେରରେ ରଙ୍ଗ ଦେ୍ ବସନ୍ତି ଫେମ୍ ତଥା ସାଉଥ୍‌ ଷ୍ଟାର ସିଦ୍ଧାର୍ଥ। ବ୍ୟାଡ୍‌ମିଣ୍ଟନ୍ ଖେଳାଳି ସାଇନା ନେହୱାଲ୍‌ଙ୍କ ପ୍ରତି ଅଶୋଭନୀୟ ଟ୍ୱିଟ୍ କରି ଫସିଛନ୍ତି ସାଉଥ୍‌ ଷ୍ଟାର ସିଦ୍ଧାର୍ଥ। ପରିସ୍ଥିତି ଏପରି ହୋଇଛି ଯେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଜାତୀୟ ମହିଳା କମିଶନ ମହାରାଷ୍ଟ୍ର ଓ ତାମିଲନାଡୁ ଡିଜିପିଙ୍କୁ ଚିଠି ଲେଖିଛନ୍ତି।

Actor Sonu Sood's Sister Malvika Joins Congress
କଂଗ୍ରେସ୍‌ ସହ ହାତ ମିଳାଇଲେ ସୋନୁ ସୁଦ୍‌ଙ୍କ ଭଉଣୀ ମାଲବିକା ସୁଦ୍‌

କଂଗ୍ରେସରେ ମିଶିଲେ ଲକଡାଉନ୍ ହିରୋ ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ୍‌ । ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ପିସିସି ସଭାପତି ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ହାତ ଧରିଛନ୍ତି ।

Actor Siddharth & Badminton Star Saina Nehwal
ସାଇନାଙ୍କ ପ୍ରତି ଆପତ୍ତିଜନକ କମେଣ୍ଟ ଦେଇ ଫସିଲେ ସାଉଥ୍‌ ଷ୍ଟାର ସିଦ୍ଧାର୍ଥ

ବ୍ୟାଡ୍‌ମିଣ୍ଟନ୍ ଖେଳାଳି ସାଇନା ନେହୱାଲ୍‌ଙ୍କ ପ୍ରତି ଅଶୋଭନୀୟ ଟ୍ୱିଟ୍ କରି ଫସିଛନ୍ତି ସାଉଥ୍‌ ଷ୍ଟାର ସିଦ୍ଧାର୍ଥ। ସିଦ୍ଧାର୍ଥଙ୍କ ବିରୋଧରେ ମାମଲା ରୁଜୁ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଖୋଦ୍ ମହିଳା କମିଶନର ରେଖା ଶର୍ମା ନିବେଦନ କରିଛନ୍ତି।

Actor Sonu Sood\'s Sister Malvika Joins Congress
କଂଗ୍ରେସରେ ମିଶିଲେ ସୋନୁ ସୁଦଙ୍କ ଭଉଣୀ

କଂଗ୍ରେସରେ ମିଶିଲେ ଲକଡାଉନ୍ ହିରୋ ସୋନୁସୋନୁ ସୁଦଙ୍କ ଭଉଣୀ ଭଉଣୀ ମାଲବିକା ସୁଦ

Covid cases rise in delhi
୧୦ ଦିନରେ ରାଜଧାନୀରେ ରେକର୍ଡ ଭାଙ୍ଗିଲା କରୋନା ମୃତ୍ୟୁ ସଂଖ୍ୟା

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦିଲ୍ଲୀ ଓ ମୁମ୍ବାଇ ଏବେ ଅଧିକ ଚିନ୍ତା ବଢ଼ାଇଛି। ଦିଲ୍ଲୀରେ ଗତ ୧୦ ଦିନରେ କରୋନା ମୃତ୍ୟୁ ସଂଖ୍ୟା ୫୦ ଦିନର ରେକର୍ଡ ଭାଙ୍ଗିଛି।

5-10% Covid cases need hospitalisation at present, may change rapidly: Health secy to states
କେନ୍ଦ୍ରର ଚେତାବନୀ :ବଢ଼ିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଅନିୟନ୍ତ୍ରିତ ଗତିରେ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ଘଟୁଥିବା ନେଇ ଚେତାବନୀ ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ, କରୋନା ସଂକ୍ରମଣ ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିପାରେ, ତେଣୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସକ୍ରିୟ କେସ୍ ଉପରେ କଡାକଡି ଭାବରେ ନଜର ରଖିବା ଉଚିତ୍ ।

gold rate today
ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍, ଜାଣନ୍ତୁ

ବଢିଲା ସୁନା ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪, ୬୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୧୧୦ଟଙ୍କା ରହିଛି। ଆଜି ରୁପା ମୂଲ୍ୟ ବଢ଼ିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୦,୭୦୦ ଟଙ୍କା ରହିଛି ।

Dharma Sansad
ହରିଦ୍ୱାର ଧର୍ମ ସଂସଦ ମାମଲାରେ କାର୍ଯ୍ୟାନୁଷ୍ଠାନ ଶୂନ: କପିଲ ସିବଲ

ହରିଦ୍ୱାର ଧର୍ମ ସଂସଦରେ ‘ହେଟ୍ ସ୍ପିଚ୍’ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଏହି ସଂସଦରେ ନିର୍ଦ୍ଦିଷ୍ଟ ଧର୍ମ ଉପରେ ଆପତ୍ତିଜନକ ମନ୍ତବ୍ୟ ଅର୍ଥାତ ଅଶ୍ଲୀଳ ଭାଷାର ପ୍ରୟୋଗ ହୋଇଥିଲା । ବରିଷ୍ଠ ଆଇନଜୀବୀ କପିଲ ସିବଲ ଏହି ଜନସ୍ୱାର୍ଥ ସମ୍ୱଳିତ ମାମଲା ଲଢୁଛନ୍ତି । ।