• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସମୁଦ୍ରରେ ଲାଗିଲା ମନ୍ଦିର ଚୁଡ଼ା । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ଏମ୍ ସୁନାପାଲୀ ସମୁଦ୍ର କୂଳରେ ସୁନା ଭଳି ଚକ୍ ଚକ୍ କରୁଥିବା ଏକ ବୌଦ୍ଧ ମନ୍ଦିରର ଚୁଡ଼ା ଆସି ଲାଗିଛି । ଏହି ବିଶାଳ ଚୁଡ଼ା ଏକ ରଥ ସଦୃଶ୍ୟ । ସ୍ଥାନୀୟ ଲେକେଏହାକୁ ଦେଖି କୂଳକୁ ଆଣିଛନ୍ତି । 

ଏଭଳି ଚୁଡ଼ା ସାଧାରଣତଃ ମାଲେସିଆ, ଥାଇଲେଣ୍ଡ ସମେତ ଆଖପାଖ ଦେଶରେ ଥିବା ମନ୍ଦିରମାନଙ୍କରେ ଲାଗିଥାଏ । ତେଣୁ ଏହା ବି ସେପରି କୌଣସି ମନ୍ଦିରର ଚୁଡ଼ା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଗତକାଲି ଏହା ଏମ୍ ସୁନାପାଲୀ ସମୁଦ୍ର କୂଳରୁ କିଛି ଦୂରରେ ଭାସୁଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଦେଖିଥିଲେ । କୂଳକୁ ଆଣିବା ପରେ ଏସମ୍ପର୍କରେ ପୋଲିସ୍‌କୁ ଅବଗତ କରାଯାଇଛି । ଗତ ଦୁଇ ମାସ ତଳେ ବି ଏକ ବୌଦ୍ଧ ପ୍ରତିମୂର୍ତ୍ତି କାକିନାଡ଼ା କୂଳରେ ଲାଗିଥିଲା । ତେଣୁ ବାରମ୍ବାର ଏପରି ଘଟଣା କାହିଁକି ଘଟୁଛି ତାକୁ ନେଇ ସନ୍ଦେହ ବଢ଼ୁଛି ।

Cyclone impact: Chariot-like structure lands in Andhra coast(ମନ୍ଦିର ଚୁଡ଼ା )

ଅନ୍ୟପକ୍ଷେ, ବାତ୍ୟା ଅସାନି ଆନ୍ଧ୍ରପ୍ରଦେଶ ମୁହାଁ ହୋଇଛି । ଧିରେ ଧିରେ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା । ଯାହାକୁ ନେଇ ଆନ୍ଧ୍ରପ୍ରଦେଶକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଆନ୍ଧ୍ରର କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଏହା ସ୍ଥଳ ଭାଗକୁ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ଏହାସହ ବାତ୍ୟା ବର୍ତ୍ତମାନ କାକିନାଡ଼ାଠାରୁ ୨୬୦ କିଲୋମିଟର ଦୂରରେ ଅବସ୍ଥିତ । ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ଦେଖିବାକୁ ମିଳିଛି। ବିଶାଖାପାଟନମଠାରୁ ବାତ୍ୟା ଅସାନି ୩୦୦ କିଲୋମିଟର ଦୂରରେ ରହିଛି। ଏହା ଦକ୍ଷିଣ- ପଶ୍ଚିମ ଆଡ଼କୁ ଗତି କରୁଛି।

Cyclone impact: Chariot-like structure lands in Andhra coast( ସମୁଦ୍ରରେ ଲାଗିଥିବା ମନ୍ଦିର ଚୁଡ଼ା)