• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

IAS ଅଫିସର ପୂଜା ସିଂଘଲ ଗିରଫ । ପୁଳା ପୁଳା ଟଙ୍କା ଗଦାରେ ଶୋଉଥିବା ମାଡାମ୍ ଆଜି ଗିରଫ ହୋଇଛନ୍ତି । ଝାଡ଼ଖଣ୍ଡର ଖଣି ସଚିବ ପୂଜା ସିଙ୍ଘଲ ଗିରଫଙ୍କୁ ଗିରଫ କଲା ଇଡି । ମନି ଲଣ୍ଡରିଂ ମାମଲାରେ ମାମଲାରେ ଆଇଏଏସ୍ ଅଧିକାରୀ ପୂଜା ସିଂଘଲଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନେକ ଘଣ୍ଟା ଧରି ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ବିଗତ ଦିନ ଗୁଡ଼ିକରେ ଇଡି ରାଞ୍ଚି ଏବଂ ପୂଜା ସିଂଘଲଲଙ୍କ ନିକଟ ସମ୍ପର୍କୀୟଙ୍କ ଘରେ ଚଢ଼ଉ ଜାରି ରଖିଥିଲା । ଏହି ସମୟରେ ଇଡି ହାତରେ ଲାଗିଛି ୧୯ କୋଟିରୁ ଅଧିକ ନଗଦ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ।

୨୦୦୯-୧୦ ମନରେଗା ମାମଲାରେ ଘୋଟାଲା ହୋଇଥିଲା । ମନରେଗା ପାଣ୍ଠିରୁ ୧୮ କୋଟିରୁ ଅଧିକ ଟଙ୍କା ହେର୍‌ଫେର୍‌ ମାମଲାକୁ ନେଇ ଇଡି ଗତ ୬ ତାରିଖରେ ପୂଜା ସିଂଘଲଙ୍କ ଘରେ ଚଢ଼ଉ କରିଥିଲା । ଏହି ମାମଲାରେ କିଛି ଦିନ ପୂର୍ବେ ED ଝାଡଖଣ୍ଡ, ପଶ୍ଚିମବଙ୍ଗ, ହରିୟାଣା ଏବଂ ରାଜସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା ଇଡି । ରେଡ୍‌ ବେଳେ ପାଖାପାଖି ୧୯ କୋଟି ଟଙ୍କା ଜବତ ହୋଇଥିଲା ।

ସବୁଠାରୁ ବଡ଼ କଥା ହେଲା ପୂଜାଙ୍କ ଅତି ନିକଟତର ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରୁ ରେଡ୍‌ ବେଳେ ଯେତିକି ଟଙ୍କା ମିଳିଥିଲା, ତାହା ତଦନ୍ତକାରୀ ଟିମ୍‌କୁ ତାଜୁବ କରିଦେଇଥିଲା । ରାଞ୍ଚି ସ୍ଥିତ ପୂଜାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଘରୁ ୧୭ କୋଟି ଟଙ୍କା ଜବତ ହୋଇଥିଲା । ବିଡ଼ା ବିଡ଼ା ନୋଟ୍, ପୁଳା ପୁଳା ଟଙ୍କାକୁ ଗଣିବା ପାଇଁ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ଡକା ଯାଇଥିଲା । ମେସିନ ବି ଆସିଥିଲା। ତା’ପରେ ଆରମ୍ଭ ହୋଇଥିଲା ଟଙ୍କା ଗଣା । ଘଣ୍ଟା ଘଣ୍ଟା ଧରି ଗଣତି ଚାଲିଥିଲା । ଏହାସହ ଅନ୍ୟ ସ୍ଥାନରୁ ରେଡ୍‌ ବେଳେ ୧ କୋଟି ୮୦ ଲକ୍ଷ ଟଙ୍କା ଜବତ ହୋଇଥିଲା ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡି ଏହି ରେଡ୍ କରିଥିଲା । ଖଣି ଲିଜ୍‌ରେ ଅନିୟମିତତା ଏବଂ ମନରେଗାରେ ୧୮ କୋଟି ଟଙ୍କାର ଦୁର୍ନୀତି ମାମଲାରେ ସେକ୍ସନ ଅଫିସର ରାମ ବିନୋଦ ସିହ୍ନାଙ୍କୁ ପଚରାଉଚରା ବେଳେ IAS ଅଧିକାରୀ ପୂଜା ସିଂଘଲଙ୍କ ନାଁ ସାମ୍ନାକୁ ଆସିଥିଲା । ତେବେ ଜଣେ ବରିଷ୍ଠ IAS ଅଧିକାରୀଙ୍କ ଘରେ ରେଡ୍‌ ବେଳେ କୋଟି କୋଟି ଟଙ୍କା ମିଳିବା ପରେ ଝାଡଖଣ୍ଡରେ ହଇଚଇ ସୃଷ୍ଟି ହୋଇଥିଲା ।