Advertisment

ବାହାଘର ବେଳେ ସୁଇମିଂ ପୁଲ୍‌ ଭିତରେ ପଡିଗଲେ ବରକନ୍ୟା, ଆଉ ତା’ପରେ...

ବାହାଘର ବେଳେ ମଜା ହୋଇଥାଏ। ହାତଗଣ୍ଠି ଫିଟାଇବା ବେଳେ ହେଉ ଅବା କଉଡି ଖେଳ ବେଳେ। ଏବେ କିନ୍ତୁ ବିବାହ ଉତ୍ସବ ବେଳେ ହେଉଛି ଠେଲାପେଲା।

author-image
Prangyan Parimita
Bride-groom jumps into swimming pool

Bride-groom jumps into swimming pool

ଚାଲିଛି ବିବାହ ଋତୁ । ଆଜିକାଲିକା ଶୁଭକାମରେ ରୀତିନୀତି ସହିତ ଅଧିକ ମସ୍ତିମଜାକ ଦେଖିବାକୁ ମିଳୁଛି । ତେବେ ନିକଟରେ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ କନ୍ୟା ଜଣକ ପ୍ରଥମେ ବରକୁ ସୁଇମିଂ ପୁଲ୍‌କୁ ଠେଲି ଦେଉଛନ୍ତି। ଆଉ ତା’ପରେ ବର ଜଣକ କନ୍ୟାର ହାତ ଧରି ସୁଇମିଂ ପୁଲ୍‌ ଭିତରକୁ ଟାଣି ନେଉଛନ୍ତି। ଉଭୟ ବର-କନ୍ୟା ସୁଇମିଂ ପୁଲ୍‌ ଭିତରେ ପଡ଼ି ଯାଉଥିବା ଦେଖିବାକୁ ମିଳଛି।

Advertisment

ତା’ପରେ କନ୍ୟା ଜଣକ ସ୍ନେହରେ ବରଙ୍କୁ ଚୁମ୍ବନ ଦେଉଛନ୍ତି। ବିବାହ ପୋଷାକରେ ଥିବା ବର-କନ୍ୟାଙ୍କ ଏହି ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ୩ ମିଲିୟନ୍‌ରୁ ଅଧିକ ଭିୟୁ ହୋଇ ସାରିଲାଣି । ଆଉ ଭିଡିଓକୁ ଦେଖି ଅନେକ ଲୋକ ଭିନ୍ନ ଭିନ୍ନ ମତ ରଖିଛନ୍ତି ।

ସେହିପରି ଆଉ ଏକ ଭିଡିଓ ମଧ୍ୟ ଭାଇରା। ବିବାହ ବେଳର ଭିଡିଓ ହେଲେ ମଧ୍ୟ ଏହା ଟିକେ ଅଲଗା। ଜଣେ ଯୁବତୀ ହଳଦୀ ଉତ୍ସବରେ ଯୋଗ ଦେଇ ବେଶ ସାଜସଜ୍ଜାରେ ଥିବା ବେଳେ ତାଙ୍କ ବନ୍ଧୁମାନେ ତାଙ୍କୁ ସୁଇମିଂ ପୁଲ୍‌ ଭିତରକୁ ଫିଙ୍ଗି ଦେଉଥିବା ଦେଖିବାକୁ ମିଳିଛି । ଭାଇରାଲ୍‌ ଭିଡିଓରେ ଦେଖାଯାଇଥିବା ଯୁବତୀ ଜଣକ ହେଲେ କୃର୍ତ୍ତିକା ଖୁରାନା ।

Advertisment

ୟୁଟ୍ୟୁବ୍‌ରେ ଏବେ ଖୁବ୍ ଲୋକପ୍ରିୟ। ପୋଷାକ, କେଶ ବିନ୍ୟାଶ ଓ ଭ୍ରମଣ ଆଦିର ସେ ଭିଡିଓ ବନାନ୍ତି। ତାଙ୍କର ସା‌ଢ଼େ ଛଅ ଲକ୍ଷରୁ ଅଧିକ ସବସ୍କ୍ରାଇବର୍‌ ଅଛନ୍ତି । ହଳଦୀ ଉତ୍ସବର ଏ ଭିଡିଓଟିକୁ କୃର୍ତ୍ତିକା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଯେଉଁଥିରେ ବନ୍ଧୁମାନେ ତାଙ୍କୁ ସୁଇମିଂ ପୁଲ୍‌ରେ ଫିଙ୍ଗୁଥିବା ଦେଖିବାକୁ ମିଳଛି।

ବର୍ତ୍ତମାନ ସମୟରେ ଅନେକ ନିଆରା ବିବାହ ଦେଖିବାକୁ ମିଳୁଥବା ବେଳେ ଏପରି ଦୃଶ୍ୟ ବୋଧହୁଏ ବିରଳ । ବର-କନ୍ୟାଙ୍କ ଏହି ସୁଇମିଂ ପୁଲ୍‌ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Special Story
Advertisment
Advertisment