/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652191652.jpg)
Delhi Eviction
ଦିଲ୍ଲୀରେ ଅଜି ବି ଜବର ଦଖଲ ଉଛେଦ ଅଭିଯାନ ଜାରି ରହିଛି । ଆଜି ନିୟୁ ଫ୍ରେଣ୍ଡସ କଲୋନି ଏବଂ ମଙ୍ଗୋଲପୁରିରେ ହେଉଥିବା ବେଆଇନ୍ ର୍ନିମାଣକୁ ରୋକିବା ପାଇଁ ଉଛେଦ କରାଯାଇଛି । କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଭିତରେ ଉଚ୍ଛେଦ ଅଭିଯାନ ହୋଇଛି । ପୋଲିସ୍ ଉପସ୍ଥିତରେ ସଂପୃକ୍ତ ଅଞ୍ଚଳରେ ବୁଲ୍ଡୋଜର୍ ଚଳାଯାଇଛି । ସାହିନବାଗର ବେଆଇନ୍ ର୍ନିମାଣ ଉପରେ ଉଚ୍ଛେଦ ଅଭିଯାନର ଗୋଟାଏ ଦିନ ପରେ ଫ୍ରେଣ୍ଡସ୍ କଲୋନି ଏବଂ ମଙ୍ଗୋଲପୁରିରେ ଏହି ଅଭିଯାନ ଆରମ୍ଭ ହୋଇଛି ।
ଗତକାଲି ଦିଲ୍ଲୀ ଶାହୀନବାଗ ଅଞ୍ଚଳରେ ଜବର ଦଖଲ ହଟାଇବାକୁ ଆସିଥିବାବେଳେ ପ୍ରବଳ ବିରୋଧର ସମୁଖୀନ ହେବାକୁ ପଡିଥିଲା । ତେବେ ଦିଲ୍ଲୀରେ ଶାହୀନବାଗ ସମେତ ଆହୁରି ଅନେକ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରିବା ଲାଗି ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ ୧୦ଦିନିଆ ଆକ୍ସନ୍ ପ୍ଲାନ୍ କରିଥିବା କୁହାଯାଉଛି । ନିୟୁ ଫ୍ରେଣ୍ଡସ୍ କଲୋନି ଓ ମଙ୍ଗୋଲପୁରୀ ପରେ ତୁଗଲକାବାଦ, ସଙ୍ଗମ ବିହାର ଆଦି ଅଞ୍ଚଳରେ ଜବରଦଖଲ ହଟାଇବା ଉଚ୍ଛେଦ ଜାରି ରହିବ ବୋଲି ଦିଲ୍ଲୀ ମୁନିସିପାଲ କର୍ପୋରେସନ ପକ୍ଷରୁ କୁହାଯାଇଛି ।
ତେବେ ଏହି ଉଚ୍ଛେଦ ଅଭିଯାନରେ ଆଜି ସାମାନ୍ୟ ବିରୋଧ ଦେଖାଇଯାଇଥିଲା । ଆପ୍ ବିଧାୟକ ମୁକେଶ ଅହଲଓ୍ୱତ ବାଧା ଉପୁଜାଇବାକୁ ଚେଷ୍ଟା କରୁଥିଲେ । ତାଙ୍କୁ କିଛି ସମୟ ପାଇଁ ପୋଲିସ୍ ଅଟକ ରଖିଥିଲା । ଲୋକମାନେ ନିଜେ ସେମାନଙ୍କ ବେଆଇନ ନିର୍ମାଣ ଭାଙ୍ଗୁଛନ୍ତି, ଏଭଳି ସ୍ଥିତିରେ ଏମସିଡି ଓ ପୋଲିସ କାହିଁକି ଏଠାକୁ ଆସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)