• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଙ୍ଗୁଳା କନ୍ୟାର ଆଖିରେ ଲୁହ । ବରପାତ୍ର ପାଇଁ ଭାଙ୍ଗିଗଲା ବାହାଘର । ହାତରେ ମେହେନ୍ଦୀ ନାଇ ବରକୁ ଅପେକ୍ଷା କରିଥିଲେ, ହେଲେ ସବୁ ସ୍ୱପ୍ନ ଭାଙ୍ଗି ଚୁରମାର କରି ଦେଇଛନ୍ତି ବରପକ୍ଷ । ବିବାହର ଦିନକ ପୂର୍ବରୁ ବରଯାତ୍ରୀ ଆସିବନି ବୋଲି ମନା କରିଦେଇଛନ୍ତି। କାରଣ ବିବାହ ଦିନ ପ୍ରେମିକାକୁ ଧରି ଫେରାର ମାରିଛି ବର । ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ବର ଅନ୍ୟ ଜଣେ ଝିଅ ସହିତ ପଳାଇ ଯିବାପରେ ଉତ୍ତେଜନା ସୃଷ୍ଟି ହୋଇଛି । ତେବେ ଏ ଘଟଣା ଏବେ ଥାନାରେ ପହଞ୍ଚିଛି ।

ହମିରପୁର ଜିଲ୍ଲାର ରାଠ ଅଞ୍ଚଳରେ ପଠାଣପୁରା ନିବାସୀ ଅନୀତା । ୨୦ ବର୍ଷ ପୂର୍ବରୁ ବାପାଙ୍କୁ ହରାଇଛନ୍ତି । ବାପା ଚାଲଯିବା ପରେ ମା’ ଅନେକ କଷ୍ଟ କରି ଦୁଇ ଭଉଣୀଙ୍କୁ ବଡ଼ କରିଥିଲେ । ଚାରି ବର୍ଷ ପୂର୍ବେ ଅନୀତା ବଡ଼ ଭଉଣୀ ଉଷା ବିବାହ କରିସାରିଛନ୍ତି । ଅନୀତା ମଧ୍ୟ ବିବାହ ସ୍ଥିର ହେବା ପରଠାରୁ ଖୁବ୍ ଖୁସିଥିଲେ । ବାପଛେଉଣ୍ଡ ଝିଅର ଦୁଃଖ ଯିବ ବୋଲି ମାଆ ଚିନ୍ତା କରିଥିଲେ । ଦର୍ଶନପୁର ନିବାସୀ ରାହୁଲ ବର୍ମାଙ୍କୁ ବିବାହ କରିଥାଆନ୍ତେ ଅନୀତା ।

ମେ ୧୦ ତାରିଖରେ ବିବାହ ସ୍ଥିର ହୋଇଥିଲା । ପାରୁ ପର୍ଯ୍ୟନ୍ତ ଜାନି ଯଉତକ ଦେଇ ଝିଅକୁ ବିଦା କରିବାକୁ ସ୍ଥିର କରିଥିଲା ଅଭାବୀ ମା’ । ବିବାହରେ ଯୋଗଦେବା ପାଇଁ ଘରେ ସମ୍ପର୍କୀୟ ମଧ୍ୟ ପହଞ୍ଚି ସାରିଥିଲେ । ରବିବାର ଦିନ ଘରେ ମଣ୍ଡପ ରୀତିନୀତି ଆରମ୍ଭ ହୋଇଥିଲା । ହଳଦି ରସମ୍ ପୂର୍ବରୁ ମହିଳାମାନେ ଘରେ ମଙ୍ଗଲ ଗୀତ ଗାଉଥିଲେ । ହେଲେ ଦୁଭାର୍ଗ୍ୟର କଥା ବରଘର ଲୋକ ଫୋନ ଯୋଗେ ବରଯାତ୍ରୀ ଆଣିବା ପାଇଁ ମନା କରିଦେଇଛନ୍ତି ।

ଫଳରେ ବର୍ତ୍ତମାନ ଅନୀତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ବିବାହ କରିବାର ସ୍ୱପ୍ନ ସବୁ ଭାଙ୍ଗି ଯାଇଛି । ସେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । କାନ୍ଦି କାନ୍ଦି ଥାନାବାବୁଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ୍‌ ବର ଓ ବରପକ୍ଷ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ତଦନ୍ତ ପରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଉଛି ।