Kashmir Files
ସିଙ୍ଗାପୁରରେ କାଶ୍ମୀର ଫାଇଲ୍ସ ବ୍ୟାନ୍ ହେବା ପରେ ପୁଣି ବଢ଼ିଲା ବିବାଦ । କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଓ ଫିଲ୍ମ ନିର୍ଦ୍ଦେଶକ ଆଗ୍ନିହୋତ୍ରୀଙ୍କ ମଧ୍ୟରେ ଆରମ୍ଭ ହେଲା ଟ୍ୱିଟ୍ ୱାର । ଶଶି ଥରୁର ଟ୍ୱିଟ୍ କରି କହିଲେ ଯେ, ତାଙ୍କ ଦିବଙ୍ଗତ ପତ୍ନୀ ସୁନନ୍ଦା ପୁଷ୍କରଙ୍କୁ ଏଥିରେ ଯୋଡ଼ିବା ଅନୁଚିତ । ଆଗ୍ନିହୋତ୍ରୀଙ୍କ ଏକ ଟ୍ୱିଟ୍ ର ପ୍ରତିଜବାବ ଦେବାକୁ ଯାଇ ଶଶି ଥରୁର ଏଭଳି ପୋଷ୍ଟ କରିଥିଲେ । ଫିଲ୍ମ ସହ ଜଡ଼ିତ ଏକ ମିଡିଆ ରିପୋର୍ଟକୁ ଆଧାର କରି ଶଶି ଥରୁର କହିଥିଲେ ଯେ, ଫିଲ୍ମକୁ ସିଙ୍ଗାପୁରରେ ବ୍ୟାନ୍ କରାଯାଇଛି । କାରଣ ଫିଲ୍ମଟି ଏକ ପାଖିଆ ଦେଖାଯାଇଛି । ଏହା ପରେ ଆରମ୍ଭ ହୋଇଥିଲା ବିବାଦ । ପ୍ରଥମେ କଂଗ୍ରେସ ସାଂସଦ ଶଶି ଥରୁର ମଙ୍ଗଳବାର ସକାଳେ ଏଭଳି ଟ୍ୱିଟ୍ କରିଥିଲେ ।
Dear fopdoodle, gnashnab @ShashiTharoor,
FYI, Singapore is most regressive censor in the world. It even banned The Last Temptations of Jesus Christ (ask your madam)
Even a romantic film called #TheLeelaHotelFiles will be banned.
Pl stop making fun of Kashmiri Hindu Genocide. https://t.co/QIxFjJW86Upic.twitter.com/kzodpI1CtL
— Vivek Ranjan Agnihotri (@vivekagnihotri) May 10, 2022
ତେବେ ଥରୁରଙ୍କ ଏହି ଟ୍ୱିଟ୍ର କଡ଼ା ଜବାବ ରଖିଥିଲେ ଫିଲ୍ମ ନିର୍ଦ୍ଦେଶକ ବିବେକ୍ ଅଗ୍ନିହୋତ୍ରୀ । ସେ କହିଥିଲେ ସିଙ୍ଗାପୁରରେ ବିଶ୍ୱର ସବୁଠୁ ଅଧିକ ପ୍ରତିଗାମୀ ସେନ୍ସର ବା କଡ଼ା ସେନ୍ସର ରହିଛି । କେବଳ କାଶ୍ମୀର ଫାଇଲ୍ସ ନୁହେଁ ପୂର୍ବରୁ ଅନେକ ଫିଲ୍ମ ଉପରେ ଏଠାରେ ପ୍ରତିବନ୍ଧକ ଲାଗିଛି । ଏମିତିକି କିଛି ରୋମାଣ୍ଟିକ୍ ଫିଲ୍ମ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି । ତେଣୁ ଦୟାକରି କାଶ୍ମୀର ପଣ୍ଡିତଙ୍କ ନର ସଂହାରକୁ ନେଇ ପରିହାସ କରିବା ବନ୍ଦ କରନ୍ତୁ ।
ଏହି ଟ୍ୱିଟ୍ ପରେ ବିବେକ ଅଗ୍ନିହୋତ୍ରୀ ସିଙ୍ଗାପୁର ଦ୍ୱାରା ବ୍ୟାନ୍ କରାଯାଇଥିବା ୪୮ଟି ଲୋକପ୍ରିୟ ଫିଲ୍ମର ତାଲିକା ଶେୟାର କରିଥିଲେ । ସେ ଶେୟାର କରିଥିବା କିଛି ଫିଲ୍ମକୁ ଆଇଏମ୍ଡିବିରେ ୮ପଏଣ୍ଟ ରେଟିଂ ମଧ୍ୟ ମିଳିଛି । ଏଥିସହ ବିବେକ ଅଗ୍ନିହୋତ୍ରୀ ନିଜର ଦ୍ୱିତୀୟ ଟ୍ୱିଟ୍ରେ ଶଶି ଥରୁରଙ୍କୁ ତାଙ୍କ ଦିବଙ୍ଗତ ପତ୍ନୀ ସୁନନ୍ଦା ପୁଷ୍କରଙ୍କ କଥା ମନେ ପକାଇଥିଲେ ।
Hey @ShashiTharoor,
Is this true that Late Sunanda Pushkar was a Kashmiri Hindu?
Is the enclosed SS true?
If yes, then in Hindu tradition, to respect the dead, you must delete your tweet and apologise to her soul. https://t.co/3wgJQnkhVZpic.twitter.com/98DPB4Gnj7
— Vivek Ranjan Agnihotri (@vivekagnihotri) May 10, 2022
ବିବେକ ଟ୍ୱିଟ୍ କରି ଲେଖିଥିଲେ ଯେ, ‘କ’ଣ ଏହା ସତ ଯେ ସୁନନ୍ଦା ପୁଷ୍କର କଶ୍ମୀରୀ ହିନ୍ଦୁ ଥିଲେ ? ଆଟାଚ ହୋଇଥିବା ସ୍କ୍ରିନ୍ସଟ୍ ସତ କି ? ଯଦି ସତ୍ୟ ତେବେ ହିନ୍ଦୁ ରୀତିନୀତି ଅନୁସାରେ, କୌଣସି ମୃତକଙ୍କୁ ସମ୍ମାନ ଦେବାକୁ ଯାଇ ଆପଣଙ୍କୁ (ଶଶି ଥରୁର) ଆପଣଙ୍କ ଟ୍ୱିଟ୍ ଡିଲିଟ୍ କରିଦେବା ଉଚିତ ଏବଂ ତାଙ୍କ(ସୁନନ୍ଦା) ଆତ୍ମାକୁ କ୍ଷମା ମାଗିବା ଉଚିତ ।’
Film promoted by India’s ruling party, #KashmirFiles, banned in Singapore: https://t.co/S6TBjglelepic.twitter.com/RuaoTReuAH
— Shashi Tharoor (@ShashiTharoor) May 10, 2022
ଟ୍ୱିଟର୍ରରେ ବିବେକ ଅଗ୍ନିହୋତ୍ରୀ ଯେଉଁ ସ୍କ୍ରିନ୍ଶଟ୍ ଆଟାଚ କରିଛନ୍ତି ତାହା ସୁନନ୍ଦା ପୁଷ୍କରଙ୍କ ପୁରୁଣା ଟ୍ୱିଟ୍ ଥିଲା, ଯେଉଁଥିରେ ସେ ଜଣେ କଶ୍ମୀର ବାସିନ୍ଦା ହୋଇଥିବା କହିଥିଲେ । ତେବେ ବିବେକଙ୍କ ଏହି ଟ୍ୱିଟ୍କୁ ନେଇ କଂଗ୍ରେସ ନେତା ଶଶି ଥରୁର ଅଧିକ ପ୍ରତିକ୍ରିୟାଶିଳ ହୋଇଥିଲେ । ସ ଲେଖିଥିଲେ ଯେ, ତାଙ୍କ ଦିବଙ୍ଗତ ପତ୍ନୀଙ୍କୁ ଏଥିରେ ଯୋଡ଼ିବାର କିଛି ଆବଶ୍ୟକ ନାହିଁ । ଏହା ତାଙ୍କୁ ଅବମାନନା ହେବ ।
ଫିଲ୍ମ ଦ କଶ୍ମୀର ଫାଇଲ୍ସ। ଚଳିତ ବର୍ଷର ଐତିହାସିକ ଫିଲ୍ମ ମଧ୍ୟରୁ ଗୋଟିଏ । ତେବେ ଏହି ଫିଲ୍ମକୁ ନେଇ ଜାରି ରହିଛି ରାଜନୀତି । ଯେବେଠୁ ଏହି ଫିଲ୍ମ ରିଲିଜ ହୋଇଛି ସେବେଠାରୁ ଚର୍ଚ୍ଚାରେ ରହିଛି । କେହି କେହି ଏହି ଫିଲ୍ମକୁ ଅପପ୍ରଚାର ବୋଲି କୁହଥିବାବେଳେ ଆଉ କିଏ ମନଗଢ଼ା ବୋଲି କହୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)