• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୧୧ ମେ’କୁ ଭାରତରେ ପ୍ରତିବର୍ଷ ‘ନାସନାଲ ଟେକ୍ନୋଲୋଜି ଡେ’ ଭାବରେ ପାଳନ କରାଯାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ବର୍ଷ ପୂର୍ବେ ପୋଖରାନରେ ହୋଇଥିବା ପରମାଣୁ ପରୀକ୍ଷଣକୁ ମନେ ପକାଇ ଏହାସହ ଜଡିତ ଏକ ଭିଡିଓ ସେୟାର କରିଛନ୍ତି । ସେ ଟ୍ୱିଟ୍ କରି, ଆମ ଦେଶର ଦକ୍ଷ ବୈଜ୍ଞାନିକ ଏବଂ ସେମାନଙ୍କ ଉଦ୍ୟମକୁ କୃତଜ୍ଞତା ଜଣାଇବା ସହ ପ୍ରଶଂସା କରିଛନ୍ତି ।

ଏହି ଦିବସଟି ୧୧ ମେ’ ୧୯୯୮ରୁ ଆରମ୍ଭ ହୋଇଥିଲା । କାରଣ ଏହି ଦିନ ଭାରତ ପୋଖରାନରେ ଦ୍ୱିତୀୟ ସଫଳ ପରମାଣୁ ପରୀକ୍ଷଣ କରିଥିଲା । ଏହି ପରୀକ୍ଷଣ ସଫଳ ହେବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମେ’ ୧୧କୁ ‘ନାସନାଲ ଟେକ୍ନୋଲୋଜି ଡେ’ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ସେବେଠାରୁ, ପ୍ରତିବର୍ଷ ମେ’ ୧୧କୁ ‘ନାସନାଲ ଟେକ୍ନୋଲୋଜି ଡେ’ ଭାବେ ପାଳନ କରାଯାଉଛି । ବିଜ୍ଞାନ ଏବଂ ବୈଷୟିକ କ୍ଷେତ୍ରରେ ଭାରତର ବିକାଶକୁ ଏହା ଦର୍ଶାଉଛି । ଏହି ଦିନ, ଜାତିର ଗର୍ବ ସହିତ ଦେଶ ଏହାର ବୈଜ୍ଞାନିକମାନଙ୍କର ସଫଳତା ଏବଂ ମହତ୍ତ୍ୱକୁ ମଧ୍ୟ ମନେ ପାକାଇଥାଏ ।

ଅଟଳ ଜୀଙ୍କୁ ମନେ ପକାଇଲେ ମୋଦି

ଏହି ଅବସରରେ ଏକ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, ‘ଆଜି ‘ନାସନାଲ ଟେକ୍ନୋଲୋଜି ଡେ’ରେ ଆମେ ଆମର ଦକ୍ଷ ବୈଜ୍ଞାନିକ ତଥା ସେମାନଙ୍କ ଉଦ୍ୟମକୁ କୃତଜ୍ଞତା ଜଣାଉଛୁ । ଯେଉଁଥିପାଇଁ ୧୯୯୮ରେ ପୋଖରାନ୍ ପରୀକ୍ଷା ସଫଳ ହୋଇଥିଲା । ଆମେ ଗର୍ବର ସହିତ ଅଟଳ ଜୀଙ୍କର ଆଦର୍ଶ ନେତୃତ୍ୱ ମନେ ରଖିଛୁ, ଯିଏ କି ଉତ୍କୃଷ୍ଟ ରାଜନୈତିକ ସାହସ ପ୍ରଦର୍ଶନ କରିଥିଲେ ।

ଏହା ସହିତ, ଭାରତରେ ନିର୍ମିତ ଦେଶର ପ୍ରଥମ ବିମାନ ହନ୍ସ ୩ ମେ’ ୧୧ରେ ସଫଳତାର ସହ ଉଡ଼ିଣ ଭରିଥିଲା । ଭାରତରେ ନିର୍ମିତ ତ୍ରିଶୂଲ ମିସାଇଲ୍‌ର ମଧ୍ୟ ସଫଳ ପରୀକ୍ଷଣ ମଧ୍ୟ ୧୧ ମେ’ରେ କରାଯାଇଥିଲା । ସେଥିପାଇଁ ଭାରତ ପ୍ରତିବର୍ଷ ମେ ୧୧କୁ ‘ନାସନାଲ ଟେକ୍ନୋଲୋଜି ଡେ’ ପାଳନ କରିଥାଏ । ଏହି ଅବସରରେ ଟେକ୍ନୋଲୋଜି ଏବଂ ବିଜ୍ଞାନ ମନ୍ତ୍ରଣାଳୟ ନିଜ ବିଭାଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାଏ ।