Advertisment

ଆଉ ଜଣେ ଲତା ଦିଦି, ହାରମୋନିୟମ ବଜାଇ ଗାଇଲେ ‘ମିଲୋନା ତୁମ ତୋ ଦିଲ୍‌ ଘବରାଏ’

ଜଣେ ବୟସ୍କ ମହିଳା ଏ ସୁନ୍ଦର ଗୀତଟିକୁ ନିଆରା ଅନ୍ଦାଜରେ ଗାଉଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
lata mangeshkar viral song

lata mangeshkar viral song

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି। ବେଳେବେଳେ ସୋସିଆଲ ମିଡିଆରେ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ସୋସିଆଲ ମିଡିଆରେ ଏ ବୃଦ୍ଧାଙ୍କ ଭିଡିଓ ଭାଇରାଲ୍ ହେଉଛି। ହାରମୋନିୟମ ବଜାଇ ଲତା ଦିଦିଙ୍କ ଭଳି ଗାଉଛନ୍ତି ଏ ବୃଦ୍ଧା ଜଣକ। ଆଜି ସବୁ କିଛି ଭାଇରାଲ୍। ସେଥିପାଇଁ ଆଜିର ସମୟକୁ କେତେକ କହୁଛନ୍ତି ଭାଇରାଲ୍ ଯୁଗ। ନାଚ ହେଉ କି ଗୀତ ଭଲ ହୋଇଥିଲେ ହୋଇଯାଉଛି ଭାଇରାଲ୍। ଆଜି ଆମେ ଆପଣଙ୍କୁ ଗୋଟିଏ ଗୀତ ମାଧ୍ୟମରେ ଲତା ଦିଦିଙ୍କୁ ମନେ ପକାଇବୁ। ପ୍ରଥମେ ଦେଖନ୍ତୁ ଏ ଭିଡିଓକୁ ଆଉ ଶୁଣନ୍ତୁ ଏ ଗୀତକୁ।

Advertisment

ଜଣେ ବୟସ୍କ ମହିଳା ଏ ସୁନ୍ଦର ଗୀତଟିକୁ ନିଆରା ଅନ୍ଦାଜରେ ଗାଉଛନ୍ତି। ମନ ପ୍ରାଣ ଦେଇ ନିଜେ ହାରମୋନିୟମ ବଜାଇ ମହିଳା ଜଣକ ଗାଉଥିବା ଏ ଗାତଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ବୃଦ୍ଧାଙ୍କ ଗୀତ ଶୁଣିବା ପରେ ଲୋକେ ଲତା ମଙ୍ଗେସକରଙ୍କୁ ମନେ ପକାଉଛନ୍ତି।

Advertisment

ଭାଇରାଲ ଭିଡିଓରେ ବୃଦ୍ଧା ଜଣଙ୍କ ଲତାଜୀଙ୍କ ‘ମିଲୋନା ତୁମ ତୋ ଦିଲ୍‌ ଘବରାଏ’ ଗୀତଟିକୁ ଗାଉଛନ୍ତି। ଦାନ୍ତ ପଡି ଯାଇଥିଲେ ବି ବୃଦ୍ଧାଙ୍କ ସ୍ୱର ବେଶ୍‌ ସୁନ୍ଦର। ଟ୍ୱିଟରରେ ମହିଳାଙ୍କ ପ୍ରତିଭା ଦେଖି ଲୋକେ ପ୍ରତିକ୍ରିୟା ଦେଇଛନ୍ତି। ଏତେ ବୟସ ହେବା ପରେ ମହିଳା ଜଣକ କେମିତି ଏତେ ସୁନ୍ଦର ଗାଇ ପାରୁଛନ୍ତି ଭାବି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବୃଦ୍ଧାଙ୍କ ଗୀତ ଗାଇବାର ଶୈଳୀକୁ ଅନେକ ଲୋକ ପସନ୍ଦ କରିଥିବା ବେଳେ ବୃଦ୍ଧାଙ୍କୁ ଗୀତ ଗାଇବାର ବଡ ପ୍ଲାଟଫର୍ମ ଦରକାର ବୋଲି କେତେକ କମେଣ୍ଟ ଦେଇଛନ୍ତି।

Lata Mangeshkar Viral Song
Advertisment
Advertisment