/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652088346.jpg)
Special Story
ମୁଝେ ଇସ୍କ ହୈ ତୁଝି ସେ . . . ସେହି ସୁର, ସେହି ଲୟ । ମହମ୍ମଦ ରଫିଙ୍କ ଗୀତ ଗାଇଲେ ଟ୍ରକ ଡାଇଭର । ସୋସିଆଲ ମିଡିଆରେ ତାଙ୍କ ଭିଡିଓଟିକୁ ଲୋକେ ଖୁବ ପ୍ରଶଂସା କରୁଛନ୍ତି । ବିନ୍ଦାସ ଅନ୍ଦାଜରେ ବୃଦ୍ଧ ଜଣକ ମହମ୍ମଦ ରଫିଙ୍କ ପ୍ରସିଦ୍ଧ ଗୀତ ‘ଗାଇଛନ୍ତି । ବିବେକ ବର୍ମା ନିଜ ଇନଷ୍ଟା ହ୍ୟାଣ୍ଡେଲରେ ଏହାକୁ ସେୟାର କରିଛନ୍ତି । ସେ ଲେଖିଛନ୍ତି, ଏହି ମଉସା ଜଣକ ସାରା ଜୀବନ ଟ୍ରକ୍ ଚଳାଇବାରେ ବିତାଇଥିବେ । କିନ୍ତୁ ହୃଦୟ ଓ ପ୍ରାଣରୁ ଜଣାପଡୁଛି ସେ ଜଣେ ହାର୍ଡ କୋର ମ୍ୟୁଜିସିଆନ୍ ।
ତେବେ ଅନେକ ଅନୁରୋଧ କରିବା ପରେ କମଳେଶ ଜୀ ରଫିଙ୍କ ଗୀତକୁ ଗାଇଥିଲେ। ଗୀତଟି ବହୁତ ପସନ୍ଦ ଆସିବା ପରେ ଭିଡିଓ କରି ସମସ୍ତଙ୍କ ପାଇଁ ସେୟାର କରିବାକୁ ସ୍ଥିର କରିଥିଲେ ବୋଲି ବିବେକ ଲେଖିଛନ୍ତି । ଏହି ବୟସରେ କମଳେଶ ଜୀଙ୍କ ଉତ୍ସାହ ଓ ଗୀତ ଗାଇବାର ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ୟୁଜର୍ସ । ଯଦି ସୁଯୋଗ ମିଳେ ଶୀଘ୍ର କମଳେଶଙ୍କ ଏକ ଗୀତ ବିବେକ ରେକର୍ଡ କରିବେ ବୋଲି କହିଛନ୍ତି ।
ପ୍ରତିଭା ଆଗରେ କେବେ ହେଲେ ହାର ମାନେ ନାହିଁ ବୟସ । ଜଲ୍ଦି ହେଉ କି ବିଳମ୍ବ ପ୍ରତିଭା ଲୋକଲୋଚନକୁ ନିଶ୍ଚୟ ଆସିଥାଏ । ଯେମିତି ଏ ବୃଦ୍ଧଙ୍କ ପ୍ରତିଭା ସୋସିଆଲ ମିଡିଆରେ ଛାଇ ହୋଇଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)