• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଞ୍ଜାବ ମୋହାଲିରେ ଥିବା ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଯ୍ୟାଳୟ ଉପରେ ହୋଇଥିବା ବିସ୍ଫୋରଣ ମାମଲାରେ ପଞ୍ଜାବ ପୋଲିସକୁ ବଡ ସଫଳତା । ଫରିଦକୋଟ ନିବାସୀ ନିଶାନ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ପଞ୍ଜାବ ପୁଲିସ ଗିରଫ କରିଛି । ନିଶାନ ସିଂହଙ୍କୁ ପଚରାଉଚରା କରାଯାଉଛି । ପୁଲିସ ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ଆକ୍ରମଣକାରୀଙ୍କୁ ସହଯୋଗ କରିଥିଲେ ଏବଂ ତାଙ୍କୁ ଲଜିଷ୍ଟିକ୍ ସହାୟତା କରିଥିଲେ ।

ତେବେ ପଞ୍ଜାବ ପୁଲିସ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରୁ ଏହି ମାମଲାରେ ଆଉ ୨ ଜଣଙ୍କୁ ମଧ୍ୟ ଅଟକ ରଖିଛି । ଖୁବଶୀଘ୍ର ଏହି ସମଗ୍ର ଷଡଯନ୍ତ୍ରର ଖୁଲାସା ହୋଇଯିବ ବୋଲି ପୁଲିସ ଆଶା କରିଛି । ସେପଟେ ଆକ୍ରମଣରେ ବ୍ୟବହୃତ ହୋଇଥିବା ରକେଟ୍ ଲଞ୍ଚର ଜବତ ହୋଇଛି । ଏହି ରକେଟ୍ ଲଞ୍ଚର କେଉଁଠୁ ମିଳିଲା ସେ ନେଇ ପୁଲିସ ଏଯାଏଁ ଖୁଲାସା କରିନି । ମୋହାଲି ବିସ୍ଫୋରଣ ମାମଲାରେ ପୁଲିସ ଏଯାଏଁ ୧୧ ଜଣଙ୍କୁ ଅଟକ ରଖିଛି, ସେମାନଙ୍କୁ ପଚରାଉଚରା ଜାରି ରହିଛି ।

ସେପଟମୋହାଲିରେ ବିସ୍ଫୋରଣ ପରେ ପଞ୍ଜାବ ସୀମାରେ ଥିବା ଜମ୍ମୁ କାଶ୍ମୀରରେ ସାମ୍ବା ଅଞ୍ଚଳରେ କମ୍ବିଂକୁ ଜୋରଦାର କରାଯାଇଛି । ବିଶେଷ କରି କେନାଲ ଏବଂ ରାସ୍ତା କଡରେ ତଲାସୀ ଅଭିଯାନ ତେଜ କରାଯାଇଛି । ସୀମା ଆରପଟୁ କିଛି ଅସ୍ତ୍ର କିମ୍ବା ବିସ୍ଫୋରକ ସାମଗ୍ରୀ ଆସି ପଡିଥିବା ଆଶଙ୍କାରେ ଏହି କମ୍ବି କରାଯାଉଛି । ଏହି ଅପରେସନରେ ସେନା ସହ BSF ଏବଂ CRPF ସୁରକ୍ଷା କର୍ମୀମାନେ ସାମିଲ ହୋଇଛନ୍ତି । ନିକଟରେ ସାମ୍ବା ଅଞ୍ଚଳରୁ ଏକ ସୁଡଙ୍ଗ ଠାବ କରାଯାଇଥିଲ, ଯାହାକି ପାକ ଆତଙ୍କବାଦୀଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ସନ୍ଦେହ କରାଯାଉଛି ।