ପଞ୍ଜାବର ତରନ ତାରନରେ ଥିବା ଗୋଟିଏ ପୋଲିସ୍ ଷ୍ଟେସନ ଉପରେ ରେକଟ ଲଞ୍ଚର ଦ୍ୱାରା ଗ୍ରେନେଡ ମାଡ଼ କରାଯାଇଛି।
ଖୁବ ଶୀଘ୍ର ଅପରାଧୀଙ୍କୁ ଧରିବାରେ ପୋଲିସକୁ ସଫଳତା ମିଳିବ ବୋଲି ଡିଜିପି କହିଛନ୍ତି ।
ଶନିବାର ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ କରାଚିରେ ଗ୍ରେନେଡ୍ ଆକ୍ରମଣ ହୋଇଥିଲା। ଏହି ଗ୍ରେନେଡ୍ ଆକ୍ରମଣ କରାଚି ସହରର ବାଲଡିଆ ଟାଉନର ମାୱାଚ ଗୋଥ ଅଞ୍ଚଳ ନିକଟରେ ଏକ ଟ୍ରକରେ କରାଯାଇଥିଲା। ଏଥିରେ ୪ ପିଲାଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଆତଙ୍କବାଦ ନିରୋଧୀ ବିଭାଗ (ସିଟିଡି)ର ଜଣେ ବରିଷ୍ଠ ଅଧିକାରୀ ରାଜା ଉମର ଖତବ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଏହା ଗ୍ରେନେଡ୍ ଆକ୍ରମଣ ବୋଲି ଜଣାପଡିଛି।