• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀରେ ପ୍ରସିଦ୍ଧ କୁତବ ମିନାରକୁ ବିଷ୍ଣୁ ସ୍ତମ୍ଭ ଭାବେ ମାନ୍ୟତା ଦେବାକୁ ବିକ୍ଷୋଭ । ହିନ୍ଦୁ ସଂଗଠନର ସଦସ୍ୟ ଆଜି ସକାଳୁ ମହକାଳ ମାନବ ସେବା ଓ ଅନ୍ୟ କିଛି ଦକ୍ଷିଣ ପନ୍ଥୀ ସଂଗଠନର ସଦସ୍ୟମାନେ କୁତବ ମିନାର ନିକଟରେ ଏକାଠି ହୋଇଥିଲେ । ସେମାନେ ଏହାର ନାଁ ପରିବର୍ତ୍ତନ ପାଇଁ ନାରାବାଜି କରିବା ସହ ବିଭିନ୍ନ ପ୍ରକାରର ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ନାରାବାଜି ସହ କୁତବ ମିନାର ପାଖରେ ହନୁମାନ ଚାଳିଶା ମଧ୍ୟ ପାଠ କରିଥିଲେ ସଙ୍ଗଠନର ସଦସ୍ୟମାନେ ।

ବିକ୍ଷୋଭକାରୀମାନଙ୍କୁ ବିଭିନ୍ନ ପ୍ରକାରରେ ପୋଲିସ୍ ବୁଝାସୁଝା କରିଥିଲେ ମଧ୍ୟ କିଛି ବି ଲାଭ ମିଳିନଥିଲା । ଶେଷରେ ସେମାନଙ୍କୁ ବିକ୍ଷୋଭ ସ୍ଥଳରୁ ବଳପୂର୍ବକ ଅନ୍ୟ ସ୍ଥାନକୁ ପୋଲିସ୍ ଗାଡ଼ିରେ ନିଆଯାଇଥିଲା । କୁତବ ମିନାରକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟର ମାନ୍ୟତା ମିଳିଛି । ସାରା ବିଶ୍ୱରେ ଭାରତର କୁତବ ମିନାର ପ୍ରସିଦ୍ଧି ଲାଭ କରିଛି । ଏହା ସତ୍ତ୍ୱେ ତଥାକଥିତ ହିନ୍ଦୁ ଗୋଷ୍ଠୀ ଏହାର ନାଁ କୁତବ ମିନାର ବଦଳରେ ବିଷ୍ଣୁ ସ୍ତମ୍ଭ ରଖିବାକୁ ଦାବି କରିଛନ୍ତି ।

ହିନ୍ଦୁ ଗୋଷ୍ଠୀର ବିକ୍ଷୋଭ ବେଳେ ଶତାଧିକ ପୋଲିସ୍‌ କର୍ମୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଗୋଟିଏ ପଟେ କୁତବ ମିନାରର ନାଁ ବଦଳାଇବାକୁ ପ୍ରୟାସ ଚାଲିଥିବା ବେଳେ ଅନ୍ୟପଟେ ଦିଲ୍ଲୀ ବିଜେପି, ରାଜଧାନୀରେ ଥିବା ବିଭିନ୍ନ ରାସ୍ତାର ନାମ ପରିବର୍ତ୍ତନ କରିବାକୁ ଦାବି କରିଛି । ଦିଲ୍ଲୀରେ ଥିବା ଆକବର ରୋଡ, ହିମାୟୁନ ରୋଡ, ଔରଙ୍ଗଜେବ ଲେନ ଓ ତୁଗଲକ ଲେନର ନାଁ ବଦଳାଇବାକୁ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା ଦାବି କରିଛନ୍ତି ।

ଏହି ସବୁ ରାସ୍ତାର ନାଁ ମୋଗଲ ଶାସକଙ୍କ ନାଁ ଅନୁସାରେ ହୋଇଛି । ତେଣୁ ଏଗୁଡ଼ିର ନାଁ ବଦଳାଇବାକୁ ସେ ଉତ୍ତର ଦିଲ୍ଲୀ ନଗର ପାଳିକା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଦିଲ୍ଲୀରେ ଥିବା ରାସ୍ତାଗୁଡ଼ିକର ନାଁ ମହାରାଣା ପ୍ରତାପ, ଗୁରୁ ଗୋବିନ୍ଦ ସିଂହ, ମହର୍ଷୀ ବାଲ୍ମିକୀ ଓ ଜେନେରାଲ ବିପନ ରାୱତ ରଖିବାକୁ ସେ ଦାବି କରିଛନ୍ତି ।