• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହନୁମାନ ଚାଳିଶାକୁ ନେଇ ବିବାଦକୁ ଆସିଥିବା ସାଂସଦ ନବନୀତ୍ ରାଣା, ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ଦିଲ୍ଲୀରେ ପହଂଚିବା ପରେ ସେ ବାଚସ୍ପତି ଓମ ବିର୍ଲାଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନକୁ ଯାଇଥିଲେ । ଗଣମାଧ୍ୟମ ଆଗରେ ମୁହଁ ଖୋଲି ସେ କହିଛନ୍ତି ଯେ, ‘ଏହା ହେଉଛି ମୋ ଭଗବାନଙ୍କ ଯୁଦ୍ଧ । ଆଜି ମୁଁ ନିଶ୍ଚିତ ଭାବରେ ଜନସାଧାରଣଙ୍କୁ କହିବାକୁ ଚାହେଁ ଯେ, ଯଦି ହନୁମାନ ଚାଳିଶା ପଢିବା ଦେଶଦ୍ରୋହ, ତେବେ ମୋତେ ଜାମିନ ମିଳିବା ଉଚିତ୍ ନୁହେଁ । ଯଦି ଏହା ଦେଶଦ୍ରୋହ, ତେବେ ମୋର ମରଶରୀର ଜେଲରୁ ଆସିବା ଉଚିତ ।’

ହନୁମାନ ଚାଳିଶା ପଢିିବା ମାମଲାରେ କିଛି ସର୍ତ୍ତାବଳୀ ସହ ସାଂସଦ-ବିଧାୟକ ଦମ୍ପତି ନବନୀତ ଓ ରବି ରାଣାଙ୍କୁ ଜାମିନ ମିଳିଥିଲା । ଗଣମାଧ୍ୟମକୁ କୌଣସି କଥା କହିବାରୁ ନିବୃତ୍ତ ରହିବାର ସର୍ତ୍ତ ରଖି ଅଦାଲତ ଦୁହିଁଙ୍କୁ ଜାମିନ ଦେଇଥିଲେ । ହେଲେ ବାହାରକୁ ଆସିବା ପରେ ଏଥିରେ ଖିଲାପ କରିଛନ୍ତି ରାଣା ଦମ୍ପତି । ଗତକାଲି ମଧ୍ୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହାର ଉଲଂଘନ କରିଥିଲେ ନବନୀତ୍ ରାଣା । ଆଜି ମଧ୍ୟ ଦିଲ୍ଲୀ ଯାଇ ନବନୀତ୍ ଗଣମାଧ୍ୟମ ଆଗରେ ନିଜର ମତାମତ ରଖିଥିବା ଦେଖାଯାଇଥିଲା ।

ଅନ୍ୟପଟେ ଏହାକୁ ନେଇ ରାଣା ଦମ୍ପତିଙ୍କ ପାଇଁ ପୁଣି ବଢ଼ିଛି ଅଡ଼ୁଆ । ମହାରାଷ୍ଟ୍ର ସରକାର ଏମପି ନବନୀତି ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇପାରେ ବୋଲି ଜଣାପଡ଼ିଛି । ଦେଶଦ୍ରୋହ ମାମଲାରେ ଗିରଫ ହୋଇ ନିକଟରେ ଜାମିନରେ ଆସିଛନ୍ତି ଏହି ଦମ୍ପତି । ହେଲେ ଉଭୟ କୋର୍ଟଙ୍କ ଜାମିନ ସର୍ତ୍ତକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।

ରାଣା ଦମ୍ପିତିଙ୍କ ବିରୋଧରେ ସରକାରୀ ଓକିଲ ଅଦାଳତ ଅବମାନନାର ମାମଲା ରୁଜୁ କରିପାରନ୍ତି । ସେ କହିଛନ୍ତି ଯେ, ଅଭିଯୁକ୍ତ ହନୁମାନ ଚାଳିଶା ମାମଲାକୁ ନେଇ ପ୍ରେସରେ ବିବୃତ୍ତି ବାବଦରେ କୋର୍ଟ ବାରଣ କରିଥିଲେ । କୋର୍ଟଙ୍କ ସର୍ତ୍ତ ସତ୍ତ୍ୱେ ଏମପି ନବନୀତ ରାଣା ଗଣମାଧ୍ୟମକୁ ବିବୃତ୍ତି ଦେଇଥିଲେ । ନବନୀତି ରାଣା ଉଦ୍ଧବ ଠାକରେଙ୍କୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ, ଯେକୌଣସି ବିଧାନସଭା କ୍ଷେତ୍ରରୁ ଉଦ୍ଧବ ଠାକରେଙ୍କୁ ପ୍ରତିଦ୍ୱନ୍ଦିତା କରିବାକୁ ମୁଁ ଚାଲେଞ୍ଜ କରୁଛି । ମୁଁ ଆପଣଙ୍କ ବିରୋଧରେ ଛିଡ଼ା ହେବି। ଆପଣ ଦେଖିବେ ମହିଳାଙ୍କ ଶକ୍ତି କେତେ ? ମୁଁ ଠାକରେ ସରକାରଙ୍କୁ ପଚାରିବାକୁ ଚାହୁଁଛି, ମୁଁ କଣ ଭୁଲ କରଥିଲି । ଯେଉଁଥିପାଇଁ ମୁଁ ଦଣ୍ଡ ପାଇଲି । ହୁମାନ ଚାଳିଶା ପାଠ କରିବା କଣ ଅପରାଧ କି ? ଯଦି ହଁ ତେବେ ମୁଁ ଜେଲ ଯିବାକୁ ପ୍ରସ୍ତୁତ ଅଛି । କେବଳ ୧୪ ଦିନ ନୁହେଁ ୧୪ ବର୍ଷ ଜେଲ ଯିବାକୁ ପ୍ରସ୍ତୁତ ଅଛି । ବାଇକୁଲା ଜେଲରୁ ଜାମିନରେ ମୁକ୍ତି ହେବା ପରେ ନବନୀତି ଲୀଳାବତି ହସପିଟାଲରେ ଭର୍ତ୍ତି ହୋଇଥିଲେ ।