ଛୁଟି ଦେବାକୁ ମନା କରିବାରୁ ଅଫିସରେ ୪ ଜଣଙ୍କୁ ଛୁରୀ ଭୁସିଦେଲେ ସରକାରୀ କର୍ମଚାରୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।
ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ଅରନପୁରରେ ପହଞ୍ଚିଥିଲେ। ଯୋଗା, ଯୋଗା ବୋଲି ବଡ଼ ପାଟିରେ ଡାକିଥିଲେ। ଯୋଗା କବାଟ ଖୋଲି ଘରୁ ବାହାରକୁ ଆସିଥିଲେ। ପରିବାର ସଦସ୍ୟ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ।
ଚଳନ୍ତା ଟ୍ରେନରେ ଗର୍ଭବତୀ ମହିଳାଙ୍କୁ ଯୌନ ଶୋଷଣ । ସାହାଯ୍ୟ ପାଇଁ ଚିତ୍କାର କରିବାରୁ ଟ୍ରେନରୁ ଠେଲିଦେଲେ ଦୁର୍ବୃତ୍ତ ।
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ କେନ୍ଦ୍ରମନ୍ତ୍ରୀମାନେ ଆସି ଭେଟିବାର ଏକାଧିକ ଫଟୋ ଆସିବାରେ ଲାଗିଛି। କେଉଁ କାରଣକୁ ଏହି ଭେଟଘାଟ ତାହା ଜଣାପଡ଼ି ନାହିଁ।
ସଫଳତାର ପ୍ରତିଶତ କମ ରହୁଥିବା ବେଳେ ଜଣେ ଅଟୋ ଚାଳକଙ୍କ ପୁଅ ଦେଶର ସର୍ବକନିଷ୍ଠ ଆଇଏଏସ ହେବାର ଗୌରବ ହାସଲ କରିଛନ୍ତି। ମହାରାଷ୍ଟ୍ରର ଅନସାର ଶେଖ ମାତ୍ର ୨୧ ବର୍ଷ ବୟସରେ ଇତିହାସ ରଚିବାରେ ସକ୍ଷମ ହୋଇଛନ୍ତି।
୪ ବର୍ଷର ଝିଅ ଆଗରେ ତା' ମାଆକୁ ମାରି ଟାଙ୍ଗିଦେଲା ବାପା । ଜେଜେମାଆକୁ ଭିଡିଓ କଲ୍ କରି ମାଆର ମରଶରୀର ଦେଖାଇଲା ଶିଶୁକନ୍ୟା ।
ଆଜି ସକାଳେ ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ଥିବା ଟେଣ୍ଟରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଟେଣ୍ଟରେ ଥିବା ଲୋକଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ୫ଟି ଦମକଳ ଗାଡ଼ି ଦ୍ୱାରା ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି ।
ବିନା ପ୍ରମାଣପତ୍ରରେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ସ୍ବଦେଶ ପଠାଇବା ବେଳେ ଟ୍ରମ୍ପ୍ ପ୍ରଶାସନ ଭୁଲିଗଲା ମାନବିକତା ।
ବିନା ପ୍ରମାଣପତ୍ରରେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ସ୍ବଦେଶ ପଠାଇବା ବେଳେ ଟ୍ରମ୍ପ୍ ପ୍ରଶାସନ ଭୁଲିଗଲା ମାନବିକତା ।
ପୁଣି ଥରେ ଭାରତରେ ଘଟିଛି ବିମାନ ଦୁର୍ଘଟଣା । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ବାୟୁସେନାର ଯୁଦ୍ଧ ବିମାନ ‘ମିରାଜ-୨୦୦୦’ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଡାକ୍ତରଖାନାରେ ବିରଳ ଚିକିତ୍ସା । ଜଣେ ୭ ବର୍ଷୀୟ ପିଲାର କ୍ଷତରେ ଷ୍ଟିଚ୍ ପକାଇବା ବଦଳରେ ଫେଭିକ୍ୱିକ୍ ଲଗାଇଦେଲେ ନର୍ସ ।
ସେତେବେଳେ ରାଷ୍ଟ୍ରପତି ଭବନ ନ ଥିଲା, ଥିଲା ଭାଇସରାୟ ହାଉସ । ଏହି ଭବନରେ ରହୁଥିଲେ ଇଂରେଜ ଶାସକ ଭାଇସରାୟ । ଡା.ରାଜେନ୍ଦ୍ର ପ୍ରସାଦ କୌଣସି ପରିସ୍ଥିତିରେ ଭାଇସରାୟ ରହୁଥିବା ଏହି ଘରେ ରହିବେ ବୋଲି । ଭାଇସରାୟଙ୍କ ପରେ ପ୍ରଥମ ଗଭର୍ଣ୍ଣର ଜେନରାଲ ରାଜଗୋପାଳଚାରୀ ଏହି ଘରେ ରହୁଥିଲେ । ଦେଶ ସ୍ୱାଧୀନ ହେବା ପରେ ରାଜେନ୍ଦ୍ର ପ୍ରସାଦ ଚାହୁଁଥିଲେ ଏହି ଭବନର ନାଁ ପରିବର୍ତ୍ତନ କରି ରାଷ୍ଟ୍ରପତି ଭବନ କରିବା ପାଇଁ । ତେଣୁ ସେ ଯେତେବେଳେ ଏହି ଘରକୁ ସିଫ୍ଟ ହେଲେ ପ୍ରଥମ କାମ ଭାବରେ ଏହାର ନାମ ପରିବର୍ତ୍ତନ କରିଥିଲେ ।
ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୯ ହଜାର ୩ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।
କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁସାରେ ମାତ୍ର ୩,୦୦୦ ଟଙ୍କା ଦେଇ ବର୍ଷିକିଆ ଟୋଲ୍ ପାସ୍ ଜରିଆରେ ଯିବାଆସିବା କରିବାର ସୁବିଧା ମିଳିପାରିବ । ମାତ୍ର ୩୦,୦୦୦ ଟଙ୍କାରେ ୧୫ ବର୍ଷ ପାଇଁ ଲାଇଫଟାଇମ୍ ଟୋଲ ପାସ୍ ଉପଲବ୍ଧ ହେବ । ଏହି ଯୋଜନା ଲାଗୁ ହେବା ପରେ ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କର ଖର୍ଚ୍ଚ କିଛି ପରିମାଣରେ କମ୍ ହୋଇପାରିବ ।
ଦିଲ୍ଲୀ ଦଙ୍ଗଲରେ ଏଥର ସାଫ୍ ହେଉଛି କି ଆମ୍ ଆଦମୀ ପାର୍ଟି ? କାହିଁକି ନା ମତଦାନ ସରିବା ପରେ ଆସିଥିବା ଅଧିକାଂଶ ଏକଜିଟ୍ ପୋଲ୍ର ଆକଳନ କହୁଛି- ଏଥର ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି ଭାରତୀୟ ଜନତା ପାର୍ଟି- ବିଜେପି ।
MATRIZE ର ଆକଳନ କହୁଛି- ମୋଟ୍ ୭୦ଟି ଆସନରୁ ବିଜେପି ୩୫ରୁ ୪୦ଟି ସିଟ୍ ଜିତିପାରେ । ସେହିପରି ଆପ୍ ୩୨ରୁ ୩୭ଟି ଏବଂ କଂଗ୍ରେସ୍ ମାତ୍ର ଗୋଟିଏ ସିଟ୍ ଜିତିବାର ସମ୍ଭାବନା ରହିଛି ।
ମହାକୁମ୍ଭ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ଫେବୃଆରୀ ୬ରୁ ପ୍ରୟାଗରାଜ ଅଭିମୁଖେ ଗଡ଼ିବ । ଏହି ସ୍ପେଶାଲ ଟ୍ରେନ୍ ମାଧ୍ୟମରେ ହଜାର ହଜାର ଶ୍ରଦ୍ଧାଳୁ ଏହାର ଲାଭ ଉଠାଇପାରିବେ ।
୧୯୯୩ର ଜାପାନିଜ-ଇଣ୍ଡିଆନ ଆନିମେଶନ ଫିଲ୍ମ ଆସନ୍ତା ଫେବୃଆରୀ ୨୪ ତାରିଖରେ ରି ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମଟି ଭାରତୀୟ ସିନେମା ହଲକୁ ଯିବା ପୂର୍ବରୁ ସାଂସଦ ମାନଙ୍କ ପାଇଁ ଏହାର ପ୍ରିମିୟର ଶୋ ରଖାଯିବ ବୋଲି ଜଣାପଡିଛି।
ପ୍ରୟାଗରାଜର ମହାକୁମ୍ଭ ମେଳାରେ କୋଟି କୋଟି ଭକ୍ତ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଉଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପବିତ୍ର ବୁଡ ପକାଇଛନ୍ତି। ବର୍ତ୍ତମାନ ତାଙ୍କର ବୁଡ ପକାଇବା ଓ ପୂଜାପାଠ କରିବାର ଚମତ୍କାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଦିଲ୍ଲୀରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଏହି ନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ଆପ୍ ଓ କଂଗ୍ରେସ୍ ମଧ୍ୟରେ କଡ଼ା ଟକ୍କର ହେଉଥିବା ନେଇ ରାଜନୈତିକ କରିଡରରେ ଚର୍ଚ୍ଚା ଜାରି ରହିଛି ।
ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଯାଉଛି ବିବାହ। ଶିବପୁରୀର ବାସିନ୍ଦା ପୁନମ ଗୁପ୍ତା ପ୍ରଥମ ଭାରତୀୟ ନାଗରିକ ଭାବେ ରାଷ୍ଟ୍ରପତି ଭବନରେ ବିବାହ କରିବାକୁ ଯାଉଛନ୍ତି। ମଧ୍ୟପ୍ରଦେଶ ଶିବପୁରୀର ବାସିନ୍ଦା ପୁନମ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ମହିଳା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତଥା ରାଷ୍ଟ୍ରପତି ଭବନରେ ପିଏସଓ ଭାବରେ ସେ କାର୍ଯ୍ୟରତ ଅଛନ୍ତି ।
ମୋଦି ପକାଇଲେ ଆସ୍ଥା ଓ ବିଶ୍ୱାସର ବୁଡ଼। ମହାକୁମ୍ଭ ୧୩ ଜାନୁଆରୀରେ ଆରମ୍ଭ ହୋଇଥିଲା ଏବଂ ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଭକ୍ତମାନେ ସଙ୍ଗମରେ ସ୍ନାନ କରିପାରିବେ। ଏଥର ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି। ତଥାପି ପ୍ରୟାଗରାଜରେ ପ୍ରତି ୧୨ ବର୍ଷରେ ଥରେ କୁମ୍ଭ ଆୟୋଜନ କରାଯାଏ।
ଭୋଟ୍ ଦେବାକୁ ବୁଥରେ ପହଞ୍ଚିଛନ୍ତି ଦିଲ୍ଲୀ ବାସିନ୍ଦା। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ଭୋଟିଂ।
ଜାନୁଆରୀ ୨୭ ତାରିଖରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ହରିୟାଣା ଦ୍ୱାରା ଦିଲ୍ଲୀକୁ ଯୋଗାଇ ଦିଆଯାଉଥିବା ନିମ୍ନମାନର ପାଣି ପ୍ରସଙ୍ଗ ଉଠାଇଥିଲେ। କେଜରିୱାଲ କହିଥିଲେ, 'ଲୋକମାନଙ୍କୁ ପାନୀୟ ଜଳରୁ ବଞ୍ଚିତ କରିବାଠାରୁ ବଡ଼ ପାପ ଆଉ କିଛି ନାହିଁ।'
ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ଫେବ୍ରୁଆରୀ ୨୬ ମହାଶିବରାତ୍ରୀ ଯାଏଁ ଚାଲିବ। ମହାକୁମ୍ଭରେ ୩ଟି ଯାକ ଅମୃତ ସ୍ନାନ ସରିଥିବା ବେଳେ, ଏଯାବତ୍ ୩୮ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇଲେଣି । ମହାକୁମ୍ଭରେ ଦଳାଚକଟା ହେବା ପରଠାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସସପେନ୍ସ ଲାଗି ରହିଥିଲା।