Advertisment

Special Trains To Prayagraj: ମହାକୁମ୍ଭ ପାଇଁ ଫ୍ରି’ ଟ୍ରେନ୍‌, ଜାଣନ୍ତୁ କେଉଁ ରାଜ୍ୟ ସରକାର କଲେ ଏମିତି ଘୋଷଣା...

ମହାକୁମ୍ଭ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍‌ ଫେବୃଆରୀ ୬ରୁ ପ୍ରୟାଗରାଜ ଅଭିମୁଖେ ଗଡ଼ିବ । ଏହି ସ୍ପେଶାଲ ଟ୍ରେନ୍‌ ମାଧ୍ୟମରେ ହଜାର ହଜାର ଶ୍ରଦ୍ଧାଳୁ ଏହାର ଲାଭ ଉଠାଇପାରିବେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ମହାକୁମ୍ଭ ପାଇଁ ଫ୍ରି’ ଟ୍ରେନ୍

ମହାକୁମ୍ଭ ପାଇଁ ଫ୍ରି’ ଟ୍ରେନ୍

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲୁଥିବା ମହାକୁମ୍ଭରେ ବୁଡ଼ ପକାଇବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଗୋଆ ସରକାର । ଗୋଆ ସରକାର ମହାକୁମ୍ଭ ପାଇଁ ପ୍ରୟାଗରାଜକୁ ତିନୋଟି ସ୍ପେଶାଲ ଟ୍ରେନ୍‌ ଚଳାଇବାକୁ ଘୋଷଣା କରିଛନ୍ତି । ଏହି ଟ୍ରେନ୍‌ ମାଧ୍ୟମରେ ଶ୍ରଦ୍ଧାଳୁମାନେ ମାଗଣାରେ ପ୍ରୟାଗରାଜ ଯାତ୍ରା କରିପାରିବେ । ମହାକୁମ୍ଭ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍‌ ଫେବୃଆରୀ ୬ରୁ ପ୍ରୟାଗରାଜ ଅଭିମୁଖେ ଗଡ଼ିବ । ଏହି ସ୍ପେଶାଲ ଟ୍ରେନ୍‌ ମାଧ୍ୟମରେ ହଜାର ହଜାର ଶ୍ରଦ୍ଧାଳୁ ଏହାର ଲାଭ ଉଠାଇପାରିବେ । ଏନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସୂଚନା ଦେଇଛନ୍ତି ।

Advertisment

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ସାରା ଦେଶରୁ ଲୋକମାନେ ଏଠାକୁ ଆସି ପବିତ୍ର ସ୍ନାନ କରୁଛନ୍ତି । ଏହି ସମୟରେ, ଯାତ୍ରୀମାନଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ଦ୍ୱାରା ଶହ ଶହ ଅତିରିକ୍ତ ଟ୍ରେନ୍ ପରିଚାଳିତ ହେଉଛି । ଏବେ, ଗୋଆ ସରକାର ଗୋଆରୁ ପ୍ରୟାଗରାଜ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବା ଘୋଷଣା କରି ନିଜ ରାଜ୍ୟର ଶ୍ରଦ୍ଧାଳୁମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଭୋଟ୍ ଦେଉଛି ଦିଲ୍ଲୀ,ସବୁ ମତଦାନ କେନ୍ଦ୍ରରେ ଲମ୍ବାଧାଡ଼ି

ମହାକୁମ୍ଭ ଯିବାକୁ ଚାହୁଁଥିବା ଭକ୍ତଙ୍କ ପାଇଁ ଚଲାଯାଉଥିବା ଏହି ତିନୋଟି ସ୍ୱତନ୍ତ୍ର ଟ୍ରେନ୍ ଦକ୍ଷିଣ ଗୋଆର ମାଡଗାଓଁ ଷ୍ଟେସନରୁ ବାହାରି ପ୍ରୟାଗରାଜରେ ପହଞ୍ଚିବ। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏ ସମ୍ପର୍କରେ କହିଛନ୍ତି ଯେ ପ୍ରଥମ ସ୍ୱତନ୍ତ୍ର ଟ୍ରେନ୍ ୬ ଫେବୃଆରୀ, ଗୁରୁବାର ସକାଳ ୮ଟାରେ ମାଡଗାଓଁ ଷ୍ଟେସନରୁ ଛାଡିବ । ଅନ୍ୟ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଯଥାକ୍ରମେ ୧୩ ଏବଂ ୨୧ ଫେବୃଆରୀରେ ମାଡଗାଓଁରୁ ପ୍ରୟାଗରାଜକୁ ଚଳାଚଳ କରିବ ।

Advertisment

ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆହୁରି କହିଛନ୍ତି ଯେ ପ୍ରତ୍ୟେକ ଟ୍ରେନ୍ କେବଳ ଗୋଆ ଏବଂ ପ୍ରୟାଗରାଜ ମଧ୍ୟରେ ଚଳାଚଳ କରିବ ଏବଂ ଏହି ଟ୍ରେନ୍‌ରେ ପ୍ରାୟ ୧,୦୦୦ ଶ୍ରଦ୍ଧାଳୁ ଯାତ୍ରା କରିପାରିବେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସମାଜ କଲ୍ୟାଣ ମନ୍ତ୍ରୀ ସୁଭାଷ ଫାଲ ଦେଶାଇ କହିଛନ୍ତି ଯେ ଟ୍ରେନ୍‌ ଯାତ୍ରା ସମୟରେ ତୀର୍ଥଯାତ୍ରୀମାନଙ୍କୁ ମାଗଣାରେ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକ ୩୪ ଘଣ୍ଟାର ଯାତ୍ରା ପରେ ମାଡଗାଓଁରୁ ପ୍ରୟାଗରାଜରେ ପହଞ୍ଚିବ ।

ପ୍ରୟାଗରାଜ ମହାକୁମ୍ଭ ମେଳା ଜାନୁଆରୀ ୧୩ ରେ ଆରମ୍ଭ ହୋଇଥିଲା ଏବଂ ଫେବୃଆରୀ ୨୬ରେ ଏହା ଶେଷ ହେବ । ରିପୋର୍ଟ ଅନୁସାରେ, ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ପ୍ରାୟ ୩୮ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଛନ୍ତି । ମହାକୁମ୍ଭ ଶେଷ ସୁଦ୍ଧା ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବେ ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତି ଭବନରେ ବିବାହ କରିବେ ପୁନମ, ଜାଣନ୍ତୁ ତାଙ୍କ ବିଷୟରେ

Maha Kumbh Mela Goa CM Prayagraj
Advertisment
Advertisment