Advertisment

Ramayan Premiere: ସଂସଦ ଭବନରେ ହେବ ରାମାୟଣ-ଦ ଲିଜେଣ୍ଡ ଅଫ ପ୍ରିନ୍ସ ରାମର ପ୍ରିମୟର

୧୯୯୩ର ଜାପାନିଜ-ଇଣ୍ଡିଆନ ଆନିମେଶନ ଫିଲ୍ମ ଆସନ୍ତା ଫେବୃଆରୀ ୨୪ ତାରିଖରେ ରି ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମଟି ଭାରତୀୟ ସିନେମା ହଲକୁ ଯିବା ପୂର୍ବରୁ ସାଂସଦ ମାନଙ୍କ ପାଇଁ ଏହାର ପ୍ରିମିୟର ଶୋ ରଖାଯିବ ବୋଲି ଜଣାପଡିଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
Ramayan

Ramayan

ରାମାୟଣର ଆନିମେସନ ଫିଲ୍ମ ରାମାୟଣ-ଦ ଲିଜେଣ୍ଡ ଅଫ ପ୍ରିନ୍ସ ରାମ ସଂସଦର ନିମ୍ନ ସଦନ ଲୋକସଭାରେ ପ୍ରିମିୟର ହେବ। ୧୯୯୩ର ଜାପାନିଜ-ଇଣ୍ଡିଆନ ଆନିମେଶନ ଫିଲ୍ମ ଆସନ୍ତା ଫେବୃଆରୀ ୨୪ ତାରିଖରେ ରି ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମଟି ଭାରତୀୟ ସିନେମା ହଲକୁ ଯିବା ପୂର୍ବରୁ ସାଂସଦ ମାନଙ୍କ ପାଇଁ ଏହାର ପ୍ରିମିୟର ଶୋ ରଖାଯିବ ବୋଲି ଜଣାପଡିଛି। ଫେବୃଆରୀ ୧୫ ତାରିଖରେ ଲୋକସଭାରେ ଏହି ଫିଲ୍ମ ପ୍ରିମିୟର କରାଯିବ। ଏହି ପ୍ରିମିୟରରେ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡିଛି।

Advertisment

ଅଧିକ ପଢ଼ନ୍ତୁ: ଦିଲ୍ଲୀ ଭୋଟ୍ ପୂର୍ବରୁ କେଜରିୱାଲଙ୍କ ନାଁରେ ମାମଲା; ଜାଣନ୍ତୁ ପୂରା ଘଟଣା

ଗିକ୍ ପିକ୍ଚର୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ରାମାୟଣ-ଦ ଲିଜେଣ୍ଡ ଅଫ ପ୍ରିନ୍ସ ରାମ ଫିଲ୍ମର ସହ ପ୍ରଯୋଜକ ରହିଛି ଗିକ ପିକ୍ଚର୍ସ। ସଂସଦରେ ତାଙ୍କ ଫିଲ୍ମ ଚଲାଇବାକୁ ଅନୁମତି ମିଳିଥିବାରୁ ଗିକ ପିକ୍ଚର୍ସ ପ୍ରତିଷ୍ଠାତା ଅର୍ଜୁନ ଅଗ୍ରୱାଲ ସୂଚନା ଦେଇଛନ୍ତି। ସଂସଦ ଭବନର ଏହି ପଦକ୍ଷେପ ପାଇଁ ସର୍ବଦା କୃତଜ୍ଞ ରହିବେ ବୋଲି କହିଛନ୍ତି ଅର୍ଜୁନ।

Advertisment

ଏହା କେବଳ ଏକ ଫିଲ୍ମର ପ୍ରିମିୟର ନୁହେଁ ବରଂ ଆମର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ପରିଚୟ ବୋଲି କହିଛନ୍ତି ଅର୍ଜୁନ ଅଗ୍ରୱାଲ। ଏହି ଫିଲ୍ମଟି ୧୯୯୩ ମସିହାରେ ରିଲିଜ ହୋଇଥିବା ବେଳେ ଏହାକୁ ସମସ୍ତ ମହଲରୁ ପ୍ରଶଂସା କରାଯାଇଥିଲା। ପୁନର୍ବାର ଏହାକୁ ଅଲଟ୍ରା ଏଚଡି ଫର୍ମାଟରେ ୪ଟି ଭାଷାରେ ରିଲିଜ କରାଯିବ ବୋଲି ଜଣାପଡିଛି। ଇଂଲିଶ ବ୍ୟତୀତ ହିନ୍ଦି, ତେଲୁଗୁ ଓ ତାମିଲରେ ଫିଲ୍ମକୁ ଡବ କରାଯିବ।

ଏହି ଫିଲ୍ମଟି ଆନିମେଶନ ହୋଇଥିଲେ ମଧ୍ୟ ଏହାକୁ ରାମାୟଣର ମୂଳ ପୃଷ୍ଠଭୂମିରୁ ବଦଳା ଯାଇ ନ ଥିଲା। ମାତ୍ର ନିକଟରେ ରିଲିଜ ହୋଇଥିବା ଫିଲ୍ମ ଆଦିପୁରୁଷକୁ ନେଇ ଅତୀତରେ ଅନେକ ବିବାଦ ଉଠିଥିଲା। ରାମ, ରାବଣ ଓ ହନୁମାନଙ୍କୁ ଭିନ୍ନ ତଥା ବ୍ୟଙ୍ଗାତ୍ମକ ଢଙ୍ଗରେ ଚିତ୍ରଣ କରାଯାଇଥିଲା ଯାହାକୁ ବିରୋଧ ମଧ୍ୟ କରାଯାଇଥିଲା। ୬୦୦ କୋଟି ବ୍ୟୟରେ ନିର୍ମିତ ଫିଲ୍ମକୁ ଅତି ସାଧାରଣ ବୋଲି ସମସ୍ତେ କହିଥିଲେ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ଦମ୍ଭୋକ୍ତି; ବିଦା ହେବ ଆପ ; ଆସିବ ବିଜେପି

Ramayan Loksabha
Advertisment
Advertisment