/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738762617.jpg)
କାହାର ହେବ ଦିଲ୍ଲୀ ?
ଦିଲ୍ଲୀ ଦଙ୍ଗଲରେ ଏଥର ସାଫ୍ ହେଉଛି କି ଆମ୍ ଆଦମୀ ପାର୍ଟି ? କାହିଁକି ନା ମତଦାନ ସରିବା ପରେ ଆସିଥିବା ଅଧିକାଂଶ ଏକଜିଟ୍ ପୋଲ୍ର ଆକଳନ କହୁଛି- ଏଥର ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି ଭାରତୀୟ ଜନତା ପାର୍ଟି- ବିଜେପି । ସେହିପରି ଗତଥର ଭଳି ଏଥର ବି କଂଗ୍ରେସ୍ ଖାତା ଖୋଲିବା ସମ୍ଭାବନା କ୍ଷୀଣ ।
MATRIZE ର ଆକଳନ କହୁଛି- ମୋଟ୍ ୭୦ଟି ଆସନରୁ ବିଜେପି ୩୫ରୁ ୪୦ଟି ସିଟ୍ ଜିତିପାରେ । ସେହିପରି ଆପ୍ ୩୨ରୁ ୩୭ଟି ଏବଂ କଂଗ୍ରେସ୍ ମାତ୍ର ଗୋଟିଏ ସିଟ୍ ଜିତିବାର ସମ୍ଭାବନା ରହିଛି । ସେହିପରି P-MARQ ର ଆକଳନ ହେଲା- ବିଜେପି ୩୯ରୁ ୪୯ଟି ଆସନ, ଆପ୍ ୨୧ରୁ ୩୧ ଏବଂ କଂଗ୍ରେସ୍ ୦ରୁ ୧ ସିଟ୍ ପାଇପାରେ ।
#DelhiExitPoll
ଦିଲ୍ଲୀ ନିର୍ବାଚନକୁ ନେଇ ୪ଟି ସଂସ୍ଥାର ଏକ୍ଜିଟ୍ ପୋଲ୍ ଫଳାଫଳା ଦେଖନ୍ତୁ.. ସମସ୍ତଙ୍କର ପୂର୍ବାନୁମାନ ଏହି ଦଳ ଉପରେ... #DelhiElection2025#DelhiAssemblyElection2025#DelhiPolls#DelhiElections#DelhiElectionspic.twitter.com/jTlMNaVWzr— ଓଟିଭି (@otvkhabar) February 5, 2025
‘ପିପୁଲସ୍ ଇନସାଇଟ୍’ର ଏକଜିଟ୍ ପୋଲ୍ ସର୍ଭେ କହୁଛି- ବିଜେପି ୪୦ରୁ ୪୪ ସିଟ୍, ଆପ୍ ୨୫ରୁ ୨୯ ଏବଂ କଂଗ୍ରେସ ୦ରୁ ୨ଟି ସିଟ୍ ଜିତିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ‘ପିପୁଲସ୍ ପଲସ୍’ ସର୍ଭେ ଅନୁଯାୟୀ- ବିଜେପି ୫୧ରୁ ୬୦ଟି ସିଟ୍ ଏବଂ ଆପ୍ ୧୦ରୁ ୧୯ଟି ସିଟ୍ ଜିତିପାରେ ।
ସେହିପରି ‘JVC’ ସର୍ଭେ ବିଜେପିକୁ ୩୯ରୁ ୪୫ଟି ସିଟ୍ ଦେଇଥିବା ବେଳେ ଆପ୍କୁ ୨୨ରୁ ୩୧ ଏବଂ କଂଗ୍ରେସକୁ ୦ରୁ ୨ଟି ସିଟ୍ ଦେଇଛି । ‘ପୋଲ୍ ଡାଏରୀ’ର ସର୍ଭେ ଅନୁସାରେ ବିଜେପିକୁ ୪୨ରୁ ୫୦ ସିଟ୍, ଆପ୍ କୁ ୧୮ରୁ ୨୫ ଏବଂ କଂଗ୍ରେସକୁ ୦ରୁ ୨ଟି ସିଟ୍ ମିଳିବାର ସମ୍ଭାବନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)