Advertisment

Maha kumbh Fire: ପ୍ରୟାଗରାଜ ମହାକୁମ୍ଭରେ ଭୟଙ୍କର ନିଆଁ; ଜଳିଗଲା ଟେଣ୍ଟ

ଆଜି ସକାଳେ ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ଥିବା ଟେଣ୍ଟରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଟେଣ୍ଟରେ ଥିବା ଲୋକଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ୫ଟି ଦମକଳ ଗାଡ଼ି ଦ୍ୱାରା ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି ।

author-image
Tapaswini Nayak
ଅଦ୍ୟତନ ହୋଇଛି
Fire

Fire

ପ୍ରୟାଗରାଜ ମହାକୁମ୍ଭରେ ପୁଣି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ନିଆଁ ଲାଗିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ରହିଛି।

Advertisment

ଆଜି ସକାଳେ ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ଥିବା ଟେଣ୍ଟରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଟେଣ୍ଟରେ ଥିବା  ଶ୍ରଦ୍ଧାଳୁଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ୫ଟି ଦମକଳ ଗାଡ଼ି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଅଧିକ ଧୂଆଁ ବାହାରୁଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିଛି। ତେବେ କିପରି ଟେଣ୍ଟରେ ନିଆଁ ଲାଗିଲା , ତାହା ଜଣାପଡ଼ି ନାହିଁ। ସର୍ଟ ସର୍କିଟ କିମ୍ବା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Advertisment

ସେକ୍ଟର ୧୭ ଓ ୧୮ ଜନଗହଳିପୂର୍ଣ୍ଣ ରାସ୍ତା ହୋଇଥିବାରୁ ନିଆଁ ଲାଗିବା ଯୋଗୁଁ ସେହି ରାସ୍ତାକୁ ସିଲ୍‌ କରି ଦିଆଯାଇଛି । କୌଣସି ଅଘଟଣ ଘଟିବା ଆଶଙ୍କାରେ ଏପରି ନିଷ୍ପତ୍ତି ନିଆଯାଇଛି। ସେକ୍ଟର ୧୮ରେ ୩୦୦ ଟେଣ୍ଟ ଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ପୂର୍ବରୁ ଜାନୁଆରୀ ୧୯ ତାରିଖରେ ପ୍ରୟାଗରାଜ ମହାକୁମ୍ଭରେ ନିଆଁ ଲାଗିଯାଇଥିଲା। ଟେଣ୍ଟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବା ଯୋଗୁ ନିଆଁ ଲାଗି ୬ଟି ଟେଣ୍ଟ ପୋଡ଼ି ଯାଇଥିଲା।

ଅଧିକ ପଢ଼ନ୍ତୁ: କମିଲା ରେପୋ ରେଟ୍; ଋଣ ଉପରେ କମିବ ସୁଧ ହାର।

Fire Breaks Out Maha Kumbh Mela
Advertisment
Advertisment