• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଛୁଟି ନମିଳିବାରୁ ଅଫିସରେ ବୋହିଲା ରକ୍ତର ନଈ । ୪ ଜଣ ସହଯୋଗୀଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କଲେ ଜଣେ ସରକାରୀ କର୍ମଚାରୀ । କୋଲକାତାର ନିଉଟାଉନ ଅଞ୍ଚଳରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଛୁଟି ଦେବାକୁ ମନା କରିବାରୁ ଗତ ଗୁରୁବାର ଦିନ ଜଣେ ବ୍ୟକ୍ତି ଏଭଳି ବର୍ବରକାଣ୍ଡ ଭିଆଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

ଏହି ଘଟଣାରେ ପୋଲିସ ଅଭିଯୁକ୍ତ କର୍ମଚାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତର ନାମ ଅମିତ ସରକାର । ସେ କୋଲକାତାସ୍ଥିତ କାରିଗରୀ ଭବନର ଟେକ୍ନିକାଲ ଶିକ୍ଷା ବିଭାଗରେ କାର୍ଯ୍ୟରତ ଥିଲେ । ତାଙ୍କ ଘର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ।

ଅଧିକ ପଢ଼ନ୍ତୁ : ଭିଡିଓ କଲ୍‌ରେ ଝୁଲୁଥିଲା ଶବ, ୪ ବର୍ଷର ଝିଅ କହିଲା- 'ମାଆକୁ ଟାଙ୍ଗିଦେଲେ ବାପା...'

ଭାଇରାଲ ଭିଡିଓରେ ଅମିତ ସ୍ପଷ୍ଟ ଦିବାଲୋକରେ ରକ୍ତଲଗା ଛୁରୀ ଧରି ରାସ୍ତାରେ ବୁଲିଥିବାର ଦେଖାଯାଉଛି । ତାଙ୍କ ପିଠିରେ ଗୋଟିଏ ବ୍ୟାଗ୍ ଝୁଲୁଛି ଓ ହାତରେ ଆଉ ଏକ ବ୍ୟାଗ୍ ରହିଛି  । ଅନ୍ୟ ହାତରେ ରକ୍ତଲଗା ଛୁରୀ ଧରି ସେ ଜନଗହଳିପୂର୍ଣ୍ଣ ରାସ୍ତାରେ ଏଠି ସେଠି ବୁଲୁଛନ୍ତି । ସେହି ବାଟ ଦେଇ ଯାଉଥିବା କିଛି ଲୋକେ ମୋବାଇଲରେ ତାଙ୍କର ଭିଡିଓ କଏଦ କରୁଥିବାବେଳେ ଅମିତ ସେହି ଲୋକମାନଙ୍କୁ ତାଙ୍କ ପାଖକୁ ନ ଆସିବାକୁ ଚେତାବନୀ ଦେଉଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି, ସପ୍ତାହେ ହେଲା ଅମିତଙ୍କୁ ଛୁଟି ମିଳିନଥିଲା । ତାଙ୍କ ମାଆ ଅସୁସ୍ଥ ଥିବାରୁ ସେ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଛୁଟି ପାଇନଥିଲେ । ଏହାକୁ ନେଇ ତାଙ୍କର କିଛି ସହଯୋଗୀଙ୍କ ସହ ବଚସା ହୋଇଥିଲା । ଫଳରେ ଉତ୍ତ୍ୟକ୍ତ ହୋଇ ସେ ଅଫିସ ଭିତରେ ୪ ଜଣଙ୍କୁ ଛୁରୀ ଭୁସି ଦେଇଥିଲେ ଏବଂ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ । 

ଏହି ମରଣାନ୍ତକ ଆକ୍ରମଣରେ ଗୁରୁତର ୪ ଜଣ ହେଲେ ଜୟଦେବ ଚକ୍ରବର୍ତ୍ତୀ, ଶାନ୍ତନୁ ଶାହା, ସାର୍ଥା ଲେଟ ଓ ଶେଖ୍ ସତାବୁଲ । ସମସ୍ତଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । 

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଛୁଟି ଦେବାକୁ ମନା କରିବାରୁ ଅମିତ ରାଗରେ ଏଭଳି କାଣ୍ଡ ଘଟାଇଛନ୍ତି । ତେବେ କାହିଁକି ତାଙ୍କର ଛୁଟି ଆବେଦନ ଅଗ୍ରାହ୍ୟ ହେଲା ତାହା ଜଣାପଡିନି । ଅଭିଯୁକ୍ତକୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଛି । ତେବେ ଅମିତଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଥିବା ସନ୍ଦେହ କରାଯାଉଛି ।

ଅଧିକ ପଢ଼ନ୍ତୁ : ଏ କେମିତିକା ଚିକିତ୍ସା, ‍‍କ୍ଷତରେ ଷ୍ଚିଚ୍ ବଦଳରେ ଲଗାଇଲେ ଫେଭିକ୍ୱିକ୍

OTV is now on Whatsapp

Join and get latest news update delivered to you via whatsapp

Join Now