/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738765717.jpg)
ଦିଲ୍ଲୀରେ ହେବ ବିଜେପି ସରକାର !
ଫେବୃଆରୀ ୫ରେ ଦିଲ୍ଲୀର ୭୦ ବିଧାନସଭା ଆସନର ଭୋଟିଂ ହୋଇଥିଲା । ଭୋଟିଂ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ବୁଥ୍ ବାହୁଡ଼ା ମତ ସାମ୍ନାକୁ ଆସିଥିଲା । ଏକଜିଟ୍ ପୋଲ୍ ତଥ୍ୟ ଅନୁସାରେ ଦିଲ୍ଲୀରେ ବଡ଼ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି । ଦିଲ୍ଲୀ ଦଙ୍ଗଲରେ ଏଥର ସାଫ୍ ହେଉଛି କି ଆମ୍ ଆଦମୀ ପାର୍ଟି ? କାହିଁକି ନା ମତଦାନ ସରିବା ପରେ ଆସିଥିବା ଅଧିକାଂଶ ଏକଜିଟ୍ ପୋଲ୍ର ଆକଳନ କହୁଛି- ଏଥର ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି ଭାରତୀୟ ଜନତା ପାର୍ଟି- ବିଜେପି । ୨୭ ବର୍ଷ ପରେ ପୁଣି ଥରେ ବିଜେପି କରିବ ଦିଲ୍ଲୀ ଦଖଲ । ସେହିପରି ଗତଥର ଭଳି ଏଥର ବି କଂଗ୍ରେସ୍ ଖାତା ଖୋଲିବା ସମ୍ଭାବନା କ୍ଷୀଣ ।
#ଦିଲ୍ଲୀରେ_ଏଥର...
୯ଟି ସଂସ୍ଥାର ଏକ୍ଜିଟ୍ ପୁଲ୍ ଫଳାଫଳ କହୁଛି, ୨୭ ବର୍ଷ ପରେ ଦିଲ୍ଲୀରେ ପୁଣି କଡ଼ ଲେଉଟାଇବ ଇତିହାସ.. ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ କେଉଁ ସଂସ୍ଥା କେଉଁ ଦଳକୁ କେତେ ଆସନ ଦେଇଛି ଦେଖନ୍ତୁ ପୂରା ତଥ୍ୟ.. #DelhiElection2025#DelhiAssemblyElection2025#DelhiPolls#DelhiElectionspic.twitter.com/UTGCPSTxbm— ଓଟିଭି (@otvkhabar) February 5, 2025
MATRIZE ର ଆକଳନ କହୁଛି- ମୋଟ୍ ୭୦ଟି ଆସନରୁ ବିଜେପି ୩୫ରୁ ୪୦ଟି ସିଟ୍ ଜିତିପାରେ । ସେହିପରି ଆପ୍ ୩୨ରୁ ୩୭ଟି ଏବଂ କଂଗ୍ରେସ୍ ମାତ୍ର ଗୋଟିଏ ସିଟ୍ ଜିତିବାର ସମ୍ଭାବନା ରହିଛି । ସେହିପରି P-MARQ ର ଆକଳନ ହେଲା- ବିଜେପି ୩୯ରୁ ୪୯ଟି ଆସନ, ଆପ୍ ୨୧ରୁ ୩୧ ଏବଂ କଂଗ୍ରେସ୍ ୦ରୁ ୧ ସିଟ୍ ପାଇପାରେ ।
ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ହେବ ବିଜେପି ସରକାର ! ସବୁ ଏକଜିଟ୍ ପୋଲ୍ରେ BJPକୁ ବହୁମତ
‘ପିପୁଲସ୍ ଇନସାଇଟ୍’ର ଏକଜିଟ୍ ପୋଲ୍ ସର୍ଭେ କହୁଛି- ବିଜେପି ୪୦ରୁ ୪୪ ସିଟ୍, ଆପ୍ ୨୫ରୁ ୨୯ ଏବଂ କଂଗ୍ରେସ ୦ରୁ ୨ଟି ସିଟ୍ ଜିତିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ‘ପିପୁଲସ୍ ପଲସ୍’ ସର୍ଭେ ଅନୁଯାୟୀ- ବିଜେପି ୫୧ରୁ ୬୦ଟି ସିଟ୍ ଏବଂ ଆପ୍ ୧୦ରୁ ୧୯ଟି ସିଟ୍ ଜିତିପାରେ ।
ସେହିପରି ‘JVC’ ସର୍ଭେ ବିଜେପିକୁ ୩୯ରୁ ୪୫ଟି ସିଟ୍ ଦେଇଥିବା ବେଳେ ଆପ୍କୁ ୨୨ରୁ ୩୧ ଏବଂ କଂଗ୍ରେସକୁ ୦ରୁ ୨ଟି ସିଟ୍ ଦେଇଛି । ‘ପୋଲ୍ ଡାଏରୀ’ର ସର୍ଭେ ଅନୁସାରେ ବିଜେପିକୁ ୪୨ରୁ ୫୦ ସିଟ୍, ଆପ୍ କୁ ୧୮ରୁ ୨୫ ଏବଂ କଂଗ୍ରେସକୁ ୦ରୁ ୨ଟି ସିଟ୍ ମିଳିବାର ସମ୍ଭାବନା ରହିଛି ।
ସେହିପରି POLL OF POLLS ର ସର୍ଭେ ରିପୋର୍ଟ ଅନୁସାରେ ଆମ୍ ଆଦମୀ ପାର୍ଟି ୨୬, ବିଜେପି ୪୩ ଓ କଂଗ୍ରେସ ଗୋଟିଏ ଆସନ ଜିତିପାରେ । Chanakya STRATEGIES ର ରିପୋର୍ଟ ଅନୁସାରେ ଆପ୍ ୨୫-୨୮, ବିଜେପି ୩୯-୪୪ ଓ କଂଗ୍ରେସ ୨-୩ ଟି ସିଟ୍ରେ ବାଜିମାତ କରିପାରେ । POLL DIARY ର ସର୍ଭେ ରିପୋର୍ଟ ଅନୁସାରେ ଆପ୍ ୧୮-୨୫, ବିଜେପି ୪୨-୫୦ ଓ କଂଗ୍ରେସ ୦-୨ଟି ଆସନରେ ବିଜୟଲାଭ କରିପାରେ ।
ସେହିପରି DV RESEARCH ର ରିପୋର୍ଟ ଅନୁସାରେ ଆପ୍ ୨୬-୩୪, ବିଜେପି ୩୬-୪୪ ଜିତିପାରେ । କଂଗ୍ରେସ ଖାତା ଖୋଲିପାରିବନି ବୋଲି DV RESEARCH ଏକଜିଟ୍ ପୋଲ ରିପୋର୍ଟରେ କହିଛି । ସୂଚନା ଅନୁସାରେ ଆଜି ଦିଲ୍ଲୀ ନିର୍ବାଚନ ଶେଷ ହୋଇଥିବାବେଳେ ଫେବୃଆରୀ ୮ରେ ଫଳାଫଳ ପ୍ରକାଶ ପାଇବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)