Advertisment

Success Story: ଅଟୋ ଚାଳକର ପୁଅ ଦେଶର ସର୍ବକନିଷ୍ଠ ଆଇଏଏସ

ସଫଳତାର ପ୍ରତିଶତ କମ ରହୁଥିବା ବେଳେ ଜଣେ ଅଟୋ ଚାଳକଙ୍କ ପୁଅ ଦେଶର ସର୍ବକନିଷ୍ଠ ଆଇଏଏସ ହେବାର ଗୌରବ ହାସଲ କରିଛନ୍ତି। ମହାରାଷ୍ଟ୍ରର ଅନସାର ଶେଖ ମାତ୍ର ୨୧ ବର୍ଷ ବୟସରେ ଇତିହାସ ରଚିବାରେ ସକ୍ଷମ ହୋଇଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
sheikh ansar

sheikh ansar

ଦେଶର ପରୀକ୍ଷା ବ୍ୟବସ୍ଥା ମଧ୍ୟରେ ୟୁପିଏସକୁ ସବୁଠୁ କଠିନ ପରୀକ୍ଷା ଭାବେ ବିବେଚନା କରାଯାଏ। ଏଥିରେ ସଫଳତା କେବଳ କଷ୍ଟସାଧ୍ୟ ତା ନୁହେଁ ବରଂ ଅନେକ ଆଟେମ୍ପ୍ଟ ପରେ ଏଥିରେ ସଫଳତା ମିଳିଥାଏ। ଏଥିରେ ସଫଳତାର ପ୍ରତିଶତ କମ ରହୁଥିବା ବେଳେ ଜଣେ ଅଟୋ ଚାଳକଙ୍କ ପୁଅ ଦେଶର ସର୍ବକନିଷ୍ଠ ଆଇଏଏସ ହେବାର ଗୌରବ ହାସଲ କରିଛନ୍ତି। ମହାରାଷ୍ଟ୍ରର ଅନସାର ଶେଖ ମାତ୍ର ୨୧ ବର୍ଷ ବୟସରେ ଇତିହାସ ରଚିବାରେ ସକ୍ଷମ ହୋଇଛନ୍ତି। ଏହା ସହିତ ଅନସାର ପ୍ରଥମ ପ୍ରୟାସରେ ହିଁ ୟୁପିଏସସି କ୍ଲିୟର କରିବାର ଗୌରବ ଅର୍ଜନ କରିଥିଲେ।

Advertisment

ଅନସାରଙ୍କ ପିତା ୟୁନୁସ ମହମ୍ମଦ ଶେଖ ମହରାଷ୍ଟ୍ରର ମରାଠାୱାଡ ଅଞ୍ଚଳରୁ ଆସନ୍ତି। ୟୁନୁସ ଜଣେ ଅଟୋ ଡ୍ରାଇଭର ଭାବେ କାର୍ଯ୍ୟ କରିଥାନ୍ତି। ପିତା ଅଟୋ ଡ୍ରାଇଭର ହୋଇଥିବା ବେଳେ ଆର୍ଥିକ ଦୁରବସ୍ଥା ମଧ୍ୟରେ ରହିବାକୁ ପଡିଥିଲା। ତେବେ ଏହା ଅନସାରଙ୍କୁ ପଛରେ ରଖି ପାରି ନ ଥିଲା। ନିଜର ପରିଶ୍ରମ ବଳରେ ସେ ପ୍ରଥମ ପ୍ରୟାସରେ ହିଁ ୟୁପିଏସସି କ୍ଲିୟର କରିଥିଲେ।

ଅଧିକ ପଢ଼ନ୍ତୁ: ଏକଜିଟ୍‌ ପୋଲର ବଡ଼ ଆକଳନ, ୨୭ ବର୍ଷ ପରେ କ୍ଷମତାକୁ ଫେରିବ ବିଜେପି !

ପ୍ରଥମ ପ୍ରୟାସରେ ଅନସାର ଶେଖ ସଫଳ ହୋଇଥିବା ବେଳେ ସେ ୩୬୧ ରାଙ୍କ ରଖିଥିଲେ। ଅନସାର ଏଭଳି ଏକ ପରିବାରରୁ ଆସନ୍ତି ଯେଉଁଠି ଶିକ୍ଷାକୁ ଗୁରୁତ୍ବ ଦିଆ ଯାଇ ନ ଥାଏ। ତେବେ ପିତାଙ୍କୁ କଠିନ ପରିଶ୍ରମ କରୁଥିବାର ଦେଖି ଭବିଷ୍ୟତ ବଦଳାଇବାର ପ୍ରୟାସ ଜାରି ରଖିଥିଲେ ଅନସାର। ଆରମ୍ଭରୁ ଅନସାର ପାଠ ପଢାରେ ଅନ୍ୟ ମାନଙ୍କ ଠାରୁ ବେଶ ଆଗୁଆ ରହିଥିଲେ। ଦଶମ ଶ୍ରେଣୀ ପରୀକ୍ଷାରେ ୯୧ ପ୍ରତିଶତ ମାର୍କ ରଖିଥିବା ବେଳେ ସ୍ନାତକରେ ୭୩ ପ୍ରତିଶତ ମାର୍କ ରଖିଥିଲେ।

Advertisment

ପରିବାରର ଆର୍ଥିକ ସ୍ଥିତି ଏତେ ଖରାପ ଥିଲା କି ଏକଦା ସ୍କୁଲରୁ ଅନସାରଙ୍କ ନାମ କାଟିବା ନେଇ ପିତା ଚିନ୍ତା କରୁଥିଲେ। ତେବେ ପାଠପଢା ପ୍ରତି ଅନସାରଙ୍କ ଆଗ୍ରହ ଦେଖି ସେ ନିଜର ମତ ପରିବର୍ତ୍ତନ କରିଥିଲେ। ଆଉ ଏହାର ଫଳାଫଳ ୟୁନୁସ ମହମ୍ମଦ ଶେଖଙ୍କୁ କିଛି ବର୍ଷ ପରେ ମିଳିଥିଲା। ୨୦୨୩ ବର୍ଷରେ ଅନସାର ୟୁପିଏସସି ପରୀକ୍ଷା ଦେଇଥିବା ବେଳେ କୃତକାର୍ଯ୍ୟ ହୋଇ ଇତିହାସ ରଚିଥିଲେ।

ଅଧିକ ପଢ଼ନ୍ତୁ: ଏ କେମିତିକା ଚିକିତ୍ସା, ‍‍କ୍ଷତରେ ଷ୍ଚିଚ୍ ବଦଳରେ ଲଗାଇଲେ ଫେଭିକ୍ୱିକ୍

IAS Officer
Advertisment
Advertisment