Advertisment

Maoists Attack: ମାଓବାଦୀଙ୍କ ଲଙ୍କାକାଣ୍ଡ; ସରପଞ୍ଚ ପ୍ରାର୍ଥୀଙ୍କୁ ହାଣି ଫିଙ୍ଗି ଦେଲେ

ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ଅରନପୁରରେ ପହଞ୍ଚିଥିଲେ। ଯୋଗା, ଯୋଗା ବୋଲି ବଡ଼ ପାଟିରେ ଡାକିଥିଲେ। ଯୋଗା କବାଟ ଖୋଲି ଘରୁ ବାହାରକୁ ଆସିଥିଲେ। ପରିବାର ସଦସ୍ୟ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Naxal

Naxal

ମାଓବାଦୀଙ୍କ ବର୍ବର କାଣ୍ଡ। ଯୁବକଙ୍କୁ ହାଣି ପିଙ୍ଗିଦେଲେ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାର ଅରନପୁରଠାରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ମୃତକ ହେଲେ ସରପଞ୍ଚ ପ୍ରାର୍ଥୀ ଯୋଗା ବାରଷେ ।

Advertisment

ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ଅରନପୁରରେ ପହଞ୍ଚିଥିଲେ। ଯୋଗା, ଯୋଗା ବୋଲି ବଡ଼ ପାଟିରେ ଡାକିଥିଲେ। ଯୋଗା କବାଟ ଖୋଲି ଘରୁ ବାହାରକୁ ଆସିଥିଲେ। ପରିବାର ସଦସ୍ୟ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ।

ପରିବାର ସଦସ୍ୟ ନକ୍ସଲଙ୍କୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ। ଏହି ସମୟରେ ନକ୍ସଲମାନେ ଯୋଗାଙ୍କୁ ଘରୁ ଟାଣି ନେଇଯାଇଥିଲେ। ପରିବାର ଲୋକେ ସେଠାରେ ଉପସ୍ଥିତ ରହି ସବୁ ଦେଖୁଥିଲେ,ହେଲେ ନକ୍ସଲ ଭୟରେ କିଛି କହୁନଥିଲେ। ପରେ ନକ୍ସଲମାନେ ଯୋଗାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ। ପୋଲିସ ଇନଫର୍ମର୍ ସନ୍ଦେହରେ ନକ୍ସଲମାନେ ଯୋଗାଙ୍କୁ ହତ୍ୟା କରିଥିବା ଜଣାଯାଇଛି।

Advertisment

ଗତ କିଛିଦିନ ତଳେ ପୋଲିସର ଏନକାଉଣ୍ଟରରେ ଅନେକ ମାଓବାଦୀ ନିହତ ହେବା ପରେ ଏବେ ମାଓ ସଙ୍ଗଠନ ରକ୍ତମୁଖା ହୋଇ ପଡିଛି। ନିରୀହ ଲୋକଙ୍କୁ ପୋଲିସ ଇନଫର୍ମର କହି ହତ୍ୟା କରି ଆତଙ୍କ ଖେଳାଉଛି। ତେବେ ଏହି ଘଟଣା ପରେ ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି।

 ଓଡିଶାର ନୂଆପଡ଼ା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ମାଓବାଦୀ – ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଥିଲେ।

ସୂଚନାଯୋଗ୍ୟ, କିଛି ଦିନ ତଳେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ଘରୁ ଟାଣି ଆଣି ହତ୍ୟା କରିଥିଲେ।

ଅଧିକ ପଢ଼ନ୍ତୁ: ବଦଳିଲା ସୁନା-ରୂପା ଦର; ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ଅଛି ଦାମ୍...

Maoists Chhattisgarh Naxal In Malkangiri
Advertisment
Advertisment