• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ରାଉରକେଲାରେ ପୁଣି ଫୁଟିଲା ଗୁଳି । ବିଚ୍ ରାସ୍ତାରେ କାର୍ ଭିତରେ ଯୁବକଙ୍କୁ ଗୁଳିମାଡ଼ । ଗୁଳି ମାରି ଫେରାର୍ ହୋଇଗଲେ ଦୁର୍ବୃତ୍ତ । ଗତକାଲି ରାତିରେ ସହରର ସେକ୍ଟର ୪ ପୋଷ୍ଟ ଅଫିସ୍ ନିକଟରେ ଏହି ଗୁଳିମାଡ ହୋଇଛି । କିଛି ଦୁର୍ବୃତ୍ତ ବାଇକରେ ଆସି ଜଣେ ଯୁବକଙ୍କୁ ଗୁଳିମାଡ କରି ଫେରାର୍ ମାରିଛନ୍ତି । ଆହତ ଯୁବକଙ୍କ ନାମ ବିଜୟ ଲାକ୍ରା, ସେ ଜଣେ ବ୍ୟବସାୟୀ । ତାଙ୍କ ବେକରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (IGH)ରେ ଭର୍ତ୍ତି କରାଯାଇଛି ।

ଅଧିକ ପଢ଼ନ୍ତୁ: ଅଶାନ୍ତ ପୁରୀ, ସାମାନ୍ୟ ବଚସାରୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୮ଟା ୪୫ ମିନିଟ ସମୟରେ ଏହି ଗୁଳିମାଡ଼ ହୋଇଛି ।  ବିଜୟ ଲାକ୍ରା କାରରେ ଆସୁଥିବା ବେଳେ ସେକ୍ଟର ୪ ପୋଷ୍ଟ ଅଫିସ୍ ନିକଟରେ ୨ରୁ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ କାର୍‌କୁ ଅତି ନିକଟରୁ ଗୁଳି ଚଳାଇଥିଲେ । ଗୁଳି କାଚ ଫଟାଇ ବିଜୟଙ୍କ ବେକରେ ବାଜିଥିଲା । ଏଥିରେ ସେ ଗୁରୁତର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ IGHକୁ ନିଆଯାଇଥିଲା । ତେବେ ଆକ୍ରମଣକାରୀ କିଏ ଏବଂ ଯୁବକଙ୍କୁ କାହିଁକି ଗୁଳିମାଡ଼ କଲେ ସେ ସମ୍ପର୍କରେ ସୂଚନା ମିଳିନି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ଫେରାର୍ ଥିବାବେଳେ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନଭିନ୍ କରୁଛି । ତେବେ ଜନଗହଳିପୂର୍ଣ୍ଣ ଆବାସିକ ଅଞ୍ଚଳରେ ଏଭଳି ଗୁଳିକାଣ୍ଡ ଘଟିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । 
 

ଅଧିକ ପଢ଼ନ୍ତୁ: ମୋ ବସ୍‌ରେ ଲାଗିଲା ନିଆଁ,ଝରକା ବାଟେ ବାହାରିଲେ ଯାତ୍ରୀ

OTV is now on Whatsapp

Join and get latest news update delivered to you via whatsapp

Join Now