ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରକୁ ନିସ୍ତୁକ ମାଡ ମାରିଲେ ସମ୍ପର୍କୀୟ ।
କ୍ୟାବିନେଟ ବୈଠକରେ ଆଦିବାସୀ ଜମି ବିକ୍ରି ଆଇନ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର । ପ୍ରସ୍ତାବିତ ସଂଶୋଧନକୁ ପ୍ରତ୍ୟାହାର ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଗତ ନଭେମ୍ବର ୧୪ରେ ଏନେଇ କ୍ୟାବିନେଟରେ ପ୍ରସ୍ତାବ ଆସିଥିଲା ।
ଏଥର କର୍ତ୍ତବ୍ୟପଥରେ ଦେଖିବାକୁ ମିଳିଥିଲା ଓଡ଼ିଶାର କଳା କାରିଗରୀ ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ। ପୁରୀ ଶିଳ୍ପୀ ଗ୍ରାମ ରଘୁରାଜପୁରର ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ ମାଧ୍ୟମରେ ବିକଶିତ ଭାରତ ତଥା ଗ୍ରାମୀଣ ମହିଳା ସଶକ୍ତିକରଣର ବାର୍ତ୍ତା ଏଥର ଦେଇଥିଲା ଏହି ପ୍ରଜ୍ଞାପନ ମେଢ଼।
ତପ୍ତପାଣିରେ ଉଷ୍ଣପ୍ରସବଣ ମା କନ୍ଧୁଣୀ ଦେବୀଙ୍କ ପୀଠ। ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର କୁହାଯାଉ ଥିବା ଏହି ପୀଠ ବ୍ରହ୍ମପୁର ସାନଖେମୁଣ୍ଡି ବ୍ଲକ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଅବସ୍ଥିତ ।
‘ଛାତ୍ରଛାତ୍ରୀ ହେଉଛନ୍ତି ମୋ ଜୀବନ। ସେଥିପାଇଁ ମୋ ଜୀବନକୁ ମୁଁ ସରଶ ସୁନ୍ଦର କରିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛି।‘ ପିଲା ମାନଙ୍କୁ ପାଠ ପଢ଼ା ପ୍ରତି ଆକୃଷ୍ଟ କରିବାକୁ ନାଚ, ଗୀତ. ଗପ ଓ ଅଭିନୟ କରୁଛନ୍ତି ଦୀପକ କୁମାର ଦାସ। ସମସ୍ତେ ତାଙ୍କୁ ଅଞ୍ଚଳରେ ଦୀପକ ସାର ବୋଲି ଜାଣନ୍ତି।
ବାର୍ଷିକ ପରୀକ୍ଷା ପାଖେଇ ଆସିଲାଣି । ହେଲେ ନୂଆଡିହି ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ପିଲାଙ୍କୁ ମିଳିନି ଇଂରାଜୀ ବହି ।
ଶିମିଳିପାଳକୁ କ ଜାତୀୟ ଉଦ୍ୟାନ ମାନ୍ୟତା କେବେ । ଜାତୀୟ ଉଦ୍ୟାନ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପକ୍ଷରୁ ଗତ ଜାନୁଆରୀ ୪ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯିବା ପରେ କୁହାଯାଉଛି ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ହସ୍ତକ୍ଷେପ ପରେ ଏହି ବିଜ୍ଞପ୍ତିକୁ ପୁଣି ସ୍ଥଗିତ କରାଯାଇଛି ।
ରାଜ୍ୟରେ ପ୍ରତି ଗ୍ରାମ ପଞ୍ଚାୟତରେ ପ୍ରାଣୀ ଚିକିତ୍ସାଳୟ ଖୋଲିବା ଲାଗି ଦାବି ହୋଇଛି । ରାଜ୍ୟରେ ଏବେ ମାତ୍ର ୫୪୩ଟି ପ୍ରାଣୀଧନ ଡାକ୍ତରଖାନା ରହିଛି ।
ବର୍ଷକ ମଧ୍ୟରେ ସେପରି କିଛି ପ୍ରମାଣ ବି ଲାଗିନଥିବା ଅଭିଯୋଗ ହେଉଛି । ୨୦୨୩ ଜାନୁଆରୀ ୨୯ରେ ସ୍ୱର୍ଗତ ନବ ଦାସ ବ୍ରଜରାଜନଗରକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବା ବେଳେ, ଗାନ୍ଧୀଛକ ପାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସଆଇ ଗୋପାଳ ଦାସ ନବଙ୍କ ଉପରକୁ ଗୁଳିମାଡ଼ କରିଥିଲା ।
ଆପଣମାନେ ମଧ୍ୟ ନିଶ୍ଚିତ ଭାବେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବେ। କିନ୍ତୁ ସବୁଠାରୁ ବଡ କଥା ହେଲା ଏଠାରେ ଏମିତି କିଛି ଫିଚର୍ ଅଛି ଯାହା ବିଷୟରେ ଆପଣ ଜାଣି ନଥିବେ। ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍ରେ ଥିବା କିଛି ଟପ୍ ଏବଂ ଖୁବ ଦରକାରୀ ଫିଚର୍ ବିଷୟରେ କହିବୁ, ଯାହା ଆପଣଙ୍କ ପାଇଁ ଭାରି ଉପଯୋଗୀ ହେବ।
ଯାତ୍ରୀଙ୍କୁ ରାଜାବଗିଚା ପଟୁ ବସଷ୍ଟାଣ୍ଡକୁ ଚାଲି ଚାଲି ଯିବା ଲାଗି ମିଳୁନି ଅନୁମତି, ଫଳରେ ଯାତ୍ରୀ ରାଜାବଗିଚା ପଟୁ ଖାନନଗର ନଦୀବନ୍ଧ ଦେଇ ବସଷ୍ଟାଣ୍ଡକୁ ଆସିଲେ ଅଧିକ ୫୦୦ ମିଟର ଚାଲିବାକୁ ପଡୁଛି।
ଏସିଆ ମହାଦେଶର ସର୍ବବୃହତ୍ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ନିକଟରେ ହେବ କଳା ବାଘ ସଫାରୀ।
ଅଙ୍କ, ହେଉ କି ଭୁଗୋଳ, ଇତିହାସ ହେଉ କି ବିଜ୍ଞାନ, ସାହିତ୍ୟ ଅବା ସାଧାରଣଜ୍ଞାନ..ଏଠି ଗୀତରେ ଗୀତରେ ସବୁ ପାଠ ସହଜ।
ଏଯାଏଁ ନିଜେ ନିଜ ଭବିଷ୍ୟତକୁ ଗଢ଼ି ସାରି ନାହାନ୍ତି, କିନ୍ତୁ ଅତି ନିଆରା ଢଙ୍ଗରେ ଅନ୍ୟ ଅନେକ ପିଲାଙ୍କ ଭବିଷ୍ୟତ ଗଢ଼ାରେ ଲାଗିପଡ଼ିଛନ୍ତି। ଆମେ କହୁଛୁ ଭଦ୍ରକ ସନ୍ଥରାର ସମସ୍ତଙ୍କ ସାର୍ ୨୬ ବର୍ଷୀୟ ଦୀପକ ସାରଙ୍କ କଥା।
ବିଶ୍ୱରେ ପ୍ରଥମ ଥର ପାଇଁ ଶିମିଳିପାଳ ନିକଟରେ ହେବ କଳାବାଘ ସଫାରୀ। ହେଲେ କେମିତି ହେବ ଏହାର ରୂପରେଖ ? ଇନ୍ ବ୍ରିଡିଂ ଯୋଗୁ କଳାବାଘଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହ୍ରାସ ପାଉଥିବା ମହାବଳ ବଂଶକୁ କେମିତି ଦିଆଯିବ ସୁରକ୍ଷା ?
ଅଯୋଧ୍ୟାରେ ଭଗବାନ ରାମ, ରାମଲଲ୍ଲା ବା ବାଳକ ଭାବେ ପୂଜା ପାଉଛନ୍ତି। ହେଲେ ଆମ ଭାରତରେ ଖାଲି ଭଗବାନ ରାମ ନୁହଁନ୍ତି। ଭଗବାନ କୃଷ୍ଣ ମଧ୍ୟ ବାଳକ ରୂପେ ପୂଜା ପାଆନ୍ତି। ହେଲେ କେଉଁଠି ଆପଣ ଭିଡିଓ ଦେଖିଲେ ଜାଣିପାରିବେ..
ଅସମ୍ଭାଳ ଶୀତ ରାତିରେ ଦେହ ଥରୁଛି ଦାନ୍ତକୁ ଦାନ୍ତ ବାଡ଼େଇ ହେଉଛି । ହେଲେ ମଣିଷ କରିବ ତ କଣ କରିବ ? ରାସ୍ତା କଡ଼େ ଜୀବନ ଜିଇଁବାକୁ ହିଁ ପଡ଼ିବ ।
ଶୀତଋତୁରେ ପ୍ରାୟ ସମସ୍ତେ ଗରମ ପାଣି ଉପରେ ବ୍ୟବହାର କରନ୍ତି। ଆପଣ ଯଦି ଗରମ ପାଣି ପାଇଁ ହିଟିଂ ରଡ୍ ବ୍ୟବହାର କରୁଛନ୍ତି, ତେବେ ଆପଣ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ। ଯଦି ଆପଣ ଏହିସବୁ ଜିନିଷ ପ୍ରତି ଧ୍ୟାନ ନ ଦିଅନ୍ତି ତେବେ ବଡ ଅସୁବିଧା ହୋଇପାରେ।
କୋରାପୁଟ ସହରରେ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ପୁଣି ଦେଖାଦେଇଛି କେଁ । ପୂର୍ବରୁ ଜାଗା ଚିହ୍ନଟ ଓ ଜମି ଅଧିଗ୍ରହଣ ପାଇଁ ପ୍ରକଳ୍ପ ଆରମ୍ଭରେ ବିଳମ୍ବ ହୋଇଥିଲା । ଏବେ ପୁଣି ଜମିର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଏହି ପ୍ରକଳ୍ପର ଭାଗ୍ୟ ଅନଶ୍ଚିତତା ଭିତରକୁ ଠେଲି ହୋଇ ଯାଉଛି ।
କ୍ଷେତରେ ଲାଗିଛି ଧାଡିକି ଧାଡିି ଷ୍ଟ୍ରବେରୀ ଗଛ। ସବୁଜ ପତ୍ର, ଧଳା ଫୁଲ ସହ ପେନ୍ଥା ପେନ୍ଥା ହୋଇ ଫଳିଛି ଲାଲ୍ ଟହ ଟହ ଷ୍ଟ୍ରବେରୀ। ବାସ୍ନାରେ ମହକି ଯାଉଛି ସାରା ଅଂଚଳ।
ଷ୍ଟ୍ରବେରୀ..ଦିନେ ଓଡ଼ିଶାରେ ସ୍ୱପ୍ନ ଥିଲା ଏହି ବିଦେଶୀ ଫଳର ଚାଷ। ଜଳବାୟୁ ଓ ଅନୁକୂଳ ପରିବେଶ ଥିଲା ଚ୍ୟାଲେଞ୍ଜ। ହେଲେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସୁଆଦିଆ ଫଳର ଚାଷ ହେଉଛି।
ରାଜ୍ୟରେ ବାଲିକୁ ନେଇ ବିଚିତ୍ର ସ୍ଥିତି । ଗୋଟିଏ ପଟେ ମେସିନ୍ ଦ୍ୱାରା ବାଲିଉଠାଣ ଉପରେ ହାଇକୋର୍ଟଙ୍କ ରୋକ୍ ଲାଗିଛି, କିନ୍ତୁ ନିର୍ଦ୍ଦେଶ ପାଳନ ପାଇଁ ଥିବା ବ୍ୟବସ୍ଥାର ନିଷ୍କ୍ରିୟତା ପାଇଁ କିଛି ସ୍ଥାନରେ ବେଧଡ଼କ କାରବାର ବି ଚାଲିଛି ।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । ଏସସିବି ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ମୃତ୍ୟୁ ହୋଇଛି ।
ଶବ ନାହିଁ କିନ୍ତୁ ଶବ ସତ୍କାର ପାଇଁ ଚାଲିଥିଲା କୋକେଇ ବନ୍ଧା। କୋକେଇରେ ଶବ ନାହିଁ କିନ୍ତୁ ମଶାଣୀକୁ ଗଲା ବେଳେ ଶୁଭୁଛି ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ। କୋକେଇ ପାଖରେ ବସି କାନ୍ଦୁଛନ୍ତି ପରିବାର ଲୋକେ।
ଯେତେବେଳେ ମୋବାଇଲ୍ ବ୍ୟାଟେରୀ ଶୀଘ୍ର ସରିଯାଏ, ଲୋକମାନେ ପ୍ରାୟତଃ ଭାବନ୍ତି ଯେ ବ୍ୟାଟେରୀ ଖରାପ ହୋଇଗଲା। କିନ୍ତୁ ଏଭଳି ଠିକ୍ ନୁହେଁ। ମୋବାଇଲ୍ ବ୍ୟାଟେରୀ ଶୀଘ୍ର ସରିଯିବାର ଅନେକ କାରଣ ଅଛି। ଏଥିମଧ୍ୟରୁ କେତେକ ଯାନ୍ତ୍ରିକ କାରଣ ମଧ୍ୟ ଥାଇପାରେ, ଯାହାକୁ ଲୋକମାନେ ପ୍ରାୟ ଧ୍ୟାନ ଦିଅନ୍ତି ନାହିଁ।