/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706462939.jpg)
Cuttack Bus Terminal
କଟକ ନେତାଜୀ ବସ ଟର୍ମିନାଲରେ ପୁଣି ଦେଖାଦେଇଛି ସମସ୍ୟା। ବସଷ୍ଟାଣ୍ଡର ପ୍ରବେଶ ପଥକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ରାଜାବଗିଚା ପଟୁ ବସଷ୍ଟାଣ୍ଡ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉନି। ଏଣୁ ଯାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ମାନଙ୍କୁ ଖାନନଗର ନଦୀବନ୍ଧ ଦେଇ ଯିବାକୁ ହେଲେ ଅଧାକିଲୋମିଟର ଚାଲିବାକୁ ପଡୁଛି। ଏଣୁ ଏହାର ସମାଧାନ ଲାଗି ପଦକ୍ଷେପ ନେବାକୁ ଦାବି ହୋଇଛି।
ବୋର୍ଡରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି, କେବଳ ବସ ଚଳାଚଳ ଲାଗି ଖୋଲା, ଯାତ୍ରୀ ମାନଙ୍କୁ ପ୍ରବେଶ ନିଶେଧ। ଯାତ୍ରୀଙ୍କୁ ରାଜାବଗିଚା ପଟୁ ବସଷ୍ଟାଣ୍ଡକୁ ଚାଲି ଚାଲି ଯିବା ଲାଗି ମିଳୁନି ଅନୁମତି, ଫଳରେ ଯାତ୍ରୀ ରାଜାବଗିଚା ପଟୁ ଖାନନଗର ନଦୀବନ୍ଧ ଦେଇ ବସଷ୍ଟାଣ୍ଡକୁ ଆସିଲେ ଅଧିକ ୫୦୦ ମିଟର ଚାଲିବାକୁ ପଡୁଛି। ଏମିତିକି ବୃଦ୍ଧ ବୃଦ୍ଧାଙ୍କୁ ବି ଏହି ରାସ୍ତା ଦେଇ ଛଡାନଯିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଲୋକଙ୍କ ସୁବିଧା ପାଇଁ ବସଷ୍ଟାଣ୍ଡ କରି ଯାତ୍ରୀଙ୍କୁ ଜାଣିଶୁଣି ହଇରାଣ ହରକତ କରାଯାଉଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ଯାତ୍ରୀଙ୍କ ଏଭଳି ସମସ୍ୟା କୁ ନେଇ କଟକ ଘରୋଇ ବସ ମାଲିକ ସଂଘ ପକ୍ଷରୁ ବସଷ୍ଟାଣ୍ଡ କର୍ତ୍ତୃପକ୍ଷ ଏବଂ ସିଏମସି କମିଶନରଙ୍କୁ ଅବଗତ କରାଯାଇଥିଲା। ଅନ୍ୟପଟେ ସିଏମସି ମେୟର ସୁବାସ ସିଂ କହିଛନ୍ତି ଯାତ୍ରୀଙ୍କ ପାଇଁ ପ୍ରବେଶ ପଥ ଗୋଟିଏ ରହିଛି। ସୁରକ୍ଷା ଦୃଷ୍ଟିରୁ ସେଠାରେ ଯାତ୍ରୀ ଙ୍କ ଜିନିଷପତ୍ର ଯାଞ୍ଚ କରାଯାଇ ଭିତରକୁ ଛଡା ଯାଉଛି। ତେବେ ଶୀଘ୍ର ବିକଳ୍ପ ବ୍ୟବସ୍ଥା କରି ଯାତ୍ରୀଙ୍କୁ ବସଷ୍ଟାଣ୍ଡକୁ ଛଡାଯିବ ବୋଲି କହିଛନ୍ତି ସିଏମସି ମେୟର ।
ସିଏମସି ଲୋକଙ୍କ ସମସ୍ୟା ପ୍ରତି କେତେ ସଚେତନ ଓ ଏହାର ସମାଧାନ ହେଉଛି ନା ନାହିଁ ତାହା ଆଗାମୀ ଦିନରେ ଜଣାପଡିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)