ଏସିଆ ମହାଦେଶର ସର୍ବବୃହତ୍ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ନିକଟରେ ହେବ କଳା ବାଘ ସଫାରୀ। ଆସନ୍ତା ଅକ୍ଟୋବର ସୁଦ୍ଧା ଏହି ସଫାରୀର ନିର୍ମାଣ କାର୍ଯ୍ୟ ସରିବ ଏବଂ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ ହେବ। ଆଜି ମୟୁରଭଞ୍ଜ ଗସ୍ତରେ ଯାଇ ଏହାର ସମୀକ୍ଷା କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟଠାରୁ ୧୫ କିଲୋମିଟର ଦୂରରେ ଏହି ସଫାରୀ ରହିବ। ପ୍ରାୟ ୨୦୦ ହେକ୍ଟର ଜମିରେ କଳା ବାଘ ସଫାରୀ ପ୍ରତିଷ୍ଠା ହେବ। ୧୦୦ ହେକ୍ଟର ଜାଗାରେ ହେବ ବାଘ ରହଣୀ ସ୍ଥଳ। ବଳକା ୧୦୦ ହେକ୍ଟରରେ ପାର୍କିଂ ଓ ବିଶ୍ୱସ୍ତରୀୟ ବ୍ୟାଘ୍ର ଚିକିତ୍ସା କେନ୍ଦ୍ର ହେବ। ପ୍ରାଥମିକ ଭାବେ ନନ୍ଦନକନନରେ ଥିବା ୩ଟି କଳା ବାଘ ଓ କିଛି ଧଳା ବାଘଙ୍କୁ ଏହି ସଫାରୀକୁ ଅଣାଯିବାର ଯୋଜନା ରହିଛି। ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଆଜି ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ପରେ ବନ୍ୟପ୍ରାଣୀ ପିସିସିଏଫ୍ ସ୍ପଷ୍ଟ କରିଛନ୍ତି, ଏଥିପାଇଁ ନା କୌଣସି ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିବ ନାହିଁ।
Published By: Santosh Kumar Sahoo
Last updated: 28 January 2024, 08:36 PM IST
ଅଯୋଧ୍ୟାରେ ଭଗବାନ ରାମ, ରାମଲଲ୍ଲା ବା ବାଳକ ଭାବେ ପୂଜା ପାଉଛନ୍ତି। ହେଲେ ଆମ ଭାରତରେ ଖାଲି ଭଗବାନ ରାମ ନୁହଁନ୍ତି। ଭଗବାନ କୃଷ୍ଣ ମଧ୍ୟ ବାଳକ ରୂପେ ପୂଜା ପାଆନ୍ତି। ହେଲେ କେଉଁଠି ଆପଣ ଭିଡିଓ ଦେଖିଲେ ଜାଣିପାରିବେ..