/odishatv-khabar/media/post_attachments/uploadimage/library/16_9/16_9_0/Bolangir_1706583013.jpg)
Bolangir
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରକୁ ନିସ୍ତୁକ ମାଡ ମାରିଲେ ସମ୍ପର୍କୀୟ । ଗତକାଲି ରାତିରେ ବଲାଙ୍ଗିର ସହର କନ୍ଧପାଲିପଡ଼ାର ନିକୁ ବାରିକ ଅସୁସ୍ଥ ହେବାରୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ଚିକିତ୍ସାଧୀନ ଅବସ୍ଥାରେ ନିକୁଙ୍କ ମୃତ୍ୟୁ ହୋଇଥିଲା । ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଥିଲା । ଡ୍ୟୁଟିରେ ଥିବା ଡାକ୍ତର ମଦ ପିଇଥିବା ଅଭିଯୋଗ କରି ନିସ୍ତୁକ ମାଡ ମାରିଥିଲେ ସମ୍ପର୍କୀୟ । ହସପିଟାଲର ସିକ୍ୟୁରିଟି ମାନେ ବହୁ କଷ୍ଟରେ ଡାକ୍ତରଙ୍କୁ ଉଦ୍ଧାର କରିଥିଲେ । ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।
ଘରେ ଏକମାତ୍ର ରୋଜଗାରିଆ ପୁଅ ଥିଲେ ନିକୁ ବାରିକ । ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ପୁରା ପରିବାର । ତିନି ଘଣ୍ଟା ଘରି ଚିକିତ୍ସା ନ ମିଳିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ନିଶାସକ୍ତ ଅବସ୍ଥାରେ ଡାକ୍ତର ଥିଲେ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଡାକ୍ତର ମଦ ପିଇ ରକ୍ତ ଦେବାରେ ବିଳମ୍ବ କରିଥିଲେ । ଫଳରେ ନିକୁ ବାରିକଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଯାଇଥିଲା । ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଅଭିଯୋଗ ଆଣି ପିଟିଥିଲେ ସମ୍ପର୍କୀୟ । ପରେ ଡାକ୍ତରଙ୍କୁ ସୁରକ୍ଷାକର୍ମୀ ଉଦ୍ଧାର କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)