Advertisment

କଳାବାଘ ସଫାରୀ ନାଁରେ ଭୁଆଁ ବୁଲାଉଛନ୍ତି କି ସରକାର?

ଏସିଆ ମହାଦେଶର ସର୍ବବୃହତ୍ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ନିକଟରେ ହେବ କଳା ବାଘ ସଫାରୀ।

author-image
Manoranjan Behera
Similipal Tiger Reserve

Similipal Tiger Reserve

ବିଶ୍ୱରେ ପ୍ରଥମ ଥର ପାଇଁ ଶିମିଳିପାଳ ନିକଟରେ ହେବ କଳାବାଘ ସଫାରୀ। ହେଲେ କେମିତି ହେବ ଏହାର ରୂପରେଖ ? ଇନ୍ ବ୍ରିଡିଂ ଯୋଗୁ କଳାବାଘଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହ୍ରାସ ପାଉଥିବା ମହାବଳ ବଂଶକୁ କେମିତି ଦିଆଯିବ ସୁରକ୍ଷା ? ତା ଉପରେ ଏଯାଏଁ ବିଧିବଦ୍ଧ ପଦକ୍ଷେପ ନିଆଯାଇ ନାହିଁ। ଏସବୁ ଭିତରେ ଆସନ୍ତା ଅକ୍ଟୋବର ସୁଦ୍ଧା କଳାବାଘ ସଫାରୀ କାମ ସାରିବାକୁ ବନ୍ୟପ୍ରାଣୀ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ଆଜି ମୟୁରଭଞ୍ଜ ଯାଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍।

Advertisment

ଏସିଆ ମହାଦେଶର ସର୍ବବୃହତ୍ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ନିକଟରେ ହେବ କଳା ବାଘ ସଫାରୀ। ଆସନ୍ତା ଅକଟୋବର ସୁଦ୍ଧା ଏହି ସଫାରୀର ନିର୍ମାଣ କାର୍ଯ୍ୟ ସରିବ ଏବଂ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ ହେବ। ଆଜି ମୟୁରଭଞ୍ଜ ଗସ୍ତରେ ଯାଇ ଏହାର ସମୀକ୍ଷା କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଠାରୁ ୧୫ କିଲୋମିଟର ଦୂରରେ ଏହି ସଫାରୀ ରହିବ। ପ୍ରାୟ ୨୦୦ ହେକ୍ଟର ଜମିରେ କଳା ବାଘ ସଫାରୀ ପ୍ରତିଷ୍ଠା ହେବ। ୧୦୦ ହେକ୍ଟର ଜାଗାରେ ହେବ ବାଘ ରହଣୀ ସ୍ଥଳ। ବଳକା ୧୦୦ ହେକ୍ଟରରେ ପାର୍କିଂ ଓ ବିଶ୍ୱସ୍ତରୀୟ ବ୍ୟାଘ୍ର ଚିକିତ୍ସା କେନ୍ଦ୍ର ହେବ। ପ୍ରାଥମିକ ଭାବେ ନନ୍ଦନକନନରେ ଥିବା ୩ଟି କଳା ବାଘ ଓ କିଛି ଧଳା ବାଘଙ୍କୁ ଏହି ସଫାରୀକୁ ଅଣାଯିବାର ଯୋଜନା ରହିଛି। ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଆଜି ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ପରେ ବନ୍ୟପ୍ରାଣୀ ପିସିସିଏଫ୍ ସ୍ପଷ୍ଟ କରିଛନ୍ତି, ଏଥିପାଇଁ ନା କୌଣସି ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିବ ନାହିଁ।

ଏକଥା ସତ ଯେ, ଏହି କଳାବାଘ ସଫାରୀ ବାସ୍ତବତାର ରୂପ ନେଲେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରେ। କିନ୍ତୁ ପ୍ରଶ୍ନ ଉଠୁଛି, କେମିତି ହେବ ଏହାର ରୂପରେଖ ? ପୂର୍ଣ୍ଣାଙ୍ଗ ଚିତ୍ର ଏଯାଏଁ ସାମ୍ନାକୁ ଆସିନାହିଁ। ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରେ ହେବ ? ଏଥିରେ କେତେ କଳା ବାଘ ରହିବେ ? ଏବେ ବି ସବୁ କିଛି ଅସ୍ପଷ୍ଟ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟରେ ୧୦ଟି କଳାବାଘ ଅଛନ୍ତି। ସେପଟେ ବନ୍ୟପ୍ରାଣୀ ବିଶେଷଜ୍ଞ କହିବା କଥା, ରୟାଲ ବେଙ୍ଗଲ ଟାଇଗର ବା ମହାବଳ ପାଇଁ ପରିଚିତ ଶିମିଳିପାଳରେ କଳାବାଘଙ୍କ ଉପସ୍ଥିତି ବାଘ ବଂଶ ପ୍ରତି ବିପଦ। କାରଣ ଇନ୍ ବ୍ରିଡିଂ ଯୋଗୁ କଳାବାଘ ଜନ୍ମହେବା ସହ ବାଘ ଶାବକଗୁଡ଼ିକ ଜିନ୍ ସ୍ତରରେ ଦୁର୍ବଳ ହୋଇଯାଆନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ବି ଦେଖାଦିଏ। କଳାବାଘକୁ ନେଇ ସଫାରୀ ହେବା ପରେ ସେମାନଙ୍କ ବଂଶ ବୃଦ୍ଧି ପାଇବ।

Advertisment
Similipal Tiger Reserve
Advertisment
Advertisment