/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706581687.jpg)
Cabinet Decision
କ୍ୟାବିନେଟ ବୈଠକରେ ଆଦିବାସୀ ଜମି ବିକ୍ରି ଆଇନ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର । ପ୍ରସ୍ତାବିତ ସଂଶୋଧନକୁ ପ୍ରତ୍ୟାହାର ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଗତ ନଭେମ୍ବର ୧୪ରେ ଏନେଇ କ୍ୟାବିନେଟରେ ପ୍ରସ୍ତାବ ଆସିଥିଲା । ଆଦିବାସୀ ଅସ୍ଥାବର ସଂପତ୍ତି ହସ୍ତାନ୍ତର ଆଇନ ସଂଶୋଧନ ପ୍ରସ୍ତାବ ଆସିଥିଲା ।
କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବାଦବିବାଦ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଗତକାଲି ଏହି ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛି କ୍ୟାବିନେଟ । କ୍ୟାବିନେଟ ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ SC-ST ବିଭାଗର ଆଦିବାସୀଙ୍କ ସମ୍ପର୍କିତ ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି ।
ଲଘୁ ବନଜାତ ଦ୍ରବ୍ୟ କ୍ରୟ ବା ଲାଭ ସ୍କିମ ପ୍ରଚଳନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି । ଏହି ଯୋଜନା ଅଧୀନରେ ଏଣିକି ପ୍ରତିବର୍ଷ ଲଘୁ ବନଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ନିର୍ଦ୍ଧାରଣ କରିବେ ରାଜ୍ୟ ସରକାର । ଏଥିସହ TDCC ଜରିଆରେ ଆଦିବାସୀଙ୍କ ଠାରୁ MSP ଦରରେ ସମସ୍ତ ପ୍ରକାର ଲଘୁ ବନଜାତ ଦ୍ରବ୍ୟ କିଣିବେ ।
ଏହି ଯୋଜନା ପାଇଁ ୧୦୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯିବ । ସେହିପରି ଆଦିବାସୀ ଭାଷା ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ଏକ କମିଶନ ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି । ୧୬୯ଟି ଆଦିବାସୀ ଜାତିକୁ ଓଡ଼ିଶା ST ତାଲିକାରେ ସାମିଲ କରିବା ପ୍ରସ୍ତାବରେ ମଧ୍ୟ କ୍ୟାବିନେଟ ମୋହର ଲାଗିଛି ।
ଭାରତ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ମୁଣ୍ଡାରି, କୁଇ, ସଉରା ଏବଂ ହୋ ଭାଷାକୁ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବେ ରାଜ୍ୟ ସରକାର । ରାଜ୍ୟର ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ଅଧିନରେ ଥିବା ଶିକ୍ଷା ବ୍ୟବସ୍ଥାରେ ସମସ୍ତ ୨୧ ଯାକ ଭାଷାକୁ ସ୍ୱୀକୃତି ପ୍ରଦାନ କରିବାକୁ ସାମିଲ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)