• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ହ୍ୱାଟ୍ସଆପ୍ ଆଜି ହେଉଛି ବିଶ୍ୱର ସବୁଠାରୁ ବଡ ମେସେଜିଂ ଆପ୍। ବିଶ୍ୱରେ ୨ ବିଲିୟନରୁ ଅଧିକ ଲୋକ ଏହାକୁ ବ୍ୟବହାର କରୁଛନ୍ତି। ଆପଣମାନେ ମଧ୍ୟ ନିଶ୍ଚିତ ଭାବେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବେ। କିନ୍ତୁ ସବୁଠାରୁ ବଡ କଥା ହେଲା ଏଠାରେ ଏମିତି କିଛି ଫିଚର୍‌ ଅଛି ଯାହା ବିଷୟରେ ଆପଣ ଜାଣି ନଥିବେ। ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍‌ରେ ଥିବା କିଛି ଟପ୍ ଏବଂ ଖୁବ୍ ଦରକାରୀ ଫିଚର୍‌ ବିଷୟରେ କହିବୁ, ଯାହା ଆପଣଙ୍କ ପାଇଁ ଭାରି ଉପଯୋଗୀ ହେବ।

ଗ୍ରୁପ୍ ନୋଟିଫିକେସନ୍ ସାଇଲେଣ୍ଟ୍:

ଯଦି ଆପଣ ଦିନସାରା ହ୍ୱାଟ୍ସଆପ୍‌ର ଟୁଙ୍ଗ୍‌ଟାଙ୍ଗ୍‌କୁ ଏଡାଇବାକୁ ଚାହାଁନ୍ତି ତେବେ ଆପଣ ସବୁବେଳେ ଏହାର ଗ୍ରୁପ୍ ନୋଟିଫିକେସନ୍‌କୁ ସାଇଲେଣ୍ଟ୍ ମୋଡରେ ରଖିବାକୁ ପଡିବ। ଏଥିପାଇଁ ଆପଣଙ୍କୁ ଗ୍ରୁପ୍ ଉପରେ ଟ୍ୟାପ୍ କରିବାକୁ ପଡିବ ଏବଂ ଗ୍ରୁପ୍‌କୁ ୮ ଘଣ୍ଟା, ଏକ ସପ୍ତାହ କିମ୍ବା ସବୁଦିନ ପାଇଁ ମ୍ୟୁଟ୍ କରିପାରିବେ। ଏହା କରିବା ଦ୍ୱାରା ଆପଣ ବାରମ୍ବାର ହ୍ୱାଟ୍ସଆପ୍‌ର ଟୁଙ୍ଗ୍‌ଟାଙ୍ଗ୍‌ରୁ ରକ୍ଷା ପାଇପାରିବେ।

ଅଧିକ ପଢ଼ନ୍ତୁ: ହ୍ୱାଟ୍ସଆପ୍ ଆଣିଲା ନୂଆ ଫିଚର୍; ସାଙ୍ଗେ ସାଙ୍ଗେ ପାଇଯିବେ ଗୁରୁତ୍ୱପୂର୍ଣ୍ଣ ଚାଟ୍

ମିଡିଆ ଡାଉନଲୋଡ୍ ନିୟନ୍ତ୍ରଣ:

ହ୍ୱାଟ୍ସଆପ୍‌ରେ ମିଡିଆ (ଫଟୋ, ଭିଡିଓ, ଅଡିଓ, ଇତ୍ୟାଦି) ଡାଉନଲୋଡ୍ କରିବାକୁ ଆପଣ ବିଭିନ୍ନ ବିକଳ୍ପ କଷ୍ଟୋମାଇଜ୍ କରିପାରିବେ, ଯେପରିକି ଆପଣ କେବଳ ୱାଇଫାଇ ଉପରେ ଡାଉନ୍‌ଲୋଡ୍ କରିପାରିବେ କିମ୍ବା ଫୋନ୍‌ରେ ଆପଣ କେଉଁ ପ୍ରକାରର ମିଡିଆ ଡାଉନ୍‌ଲୋଡ୍ କରିବାକୁ ଚାହାନ୍ତି ତାହା ଚୟନ କରିପାରିବେ। ଏହା ଆପଣଙ୍କ ସମୟ ଏବଂ ଡାଟା ସଞ୍ଚୟ କରିପାରିବ।

ଷ୍ଟାଟସ୍ ପ୍ରାଇଭେସୀ:

ଆପଣ କେବଳ ହ୍ୱାଟ୍ସଆପ୍‌ର ଷ୍ଟାଟସ୍‌କୁ ସେହି ବ୍ୟକ୍ତିମାନଙ୍କ ସହ ଶେୟାର କରିପାରିବେ ଯେଉଁମାନେ ଆପଣଙ୍କ ସହ ଯୋଗାଯୋଗରେ ଅଛନ୍ତି। ଆପଣ ଏହାକୁ କେବଳ "ମୋ ସମ୍ପର୍କ" ସହିତ ଶେୟାର ଟ୍ୟାପ୍ କରି ପ୍ରାଇଭେସୀ ରଖିପାରିବେ। ଏଥିରୁ ସବୁଠାରୁ ବଡ ଲାଭ ହେଉଛି ଯେଉଁମାନଙ୍କର ନମ୍ବର ଆପଣଙ୍କ ଫୋନରେ ସେଭ୍ ହୋଇ ନାହିଁ, ସେମାନେ ଆପଣଙ୍କର ଷ୍ଟାଟସ୍ ଦେଖି ପାରିବେ ନାହିଁ।

ଟୁ ଷ୍ଟେପ୍ ସିକ୍ୟୁରିଟୀ:

ଏହା ଆପଣଙ୍କ ଆକାଉଣ୍ଟକୁ ସୁରକ୍ଷାଦେବ ଏବଂ ଯାଞ୍ଚକୁ ବୃଦ୍ଧି କରିପାରିବ ଯାହାଦ୍ୱାରା ଆପଣଙ୍କ ଆକାଉଣ୍ଟର ସୁରକ୍ଷା ଦୃଢ ହୋଇଯିବ। ଟୁ ଷ୍ଟେପ୍ ଭେରିଫିକେଶନଞ୍ଚକୁ ସକ୍ଷମ କରିବା ପରେ, ଯେତେବେଳେ ବି ଆପଣ ଏକ ନୂଆ ହ୍ୱାଟ୍ସଆପ୍ ଆକାଉଣ୍ଟ୍ ସେଟ୍ ଅପ୍ କରନ୍ତି, ସେତେବେଳେ ଆପଣଙ୍କୁ କେବଳ ଏକ PIN କୋଡ୍ ଏଣ୍ଟ୍ରୀ କରିବାକୁ ପଡିବ। ଏହା ପରେ ଆପଣଙ୍କର ଆକାଉଣ୍ଟ୍ ସେଟ୍ ଅପ୍ ହେବ। ଟୁ ଷ୍ଟେପ୍ ଭେରିଫିକେଶନ ସାହାଯ୍ୟରେ, ଆପଣଙ୍କର ମେସେଜ୍ ଏବଂ ଡାଟାକୁ ଅଧିକ ସୁରକ୍ଷିତ ରଖାଯାଇପାରିବ।

ଷ୍ଟାଟସ୍ ହାଇଡ୍:

ହ୍ୱାଟ୍ସଆପ୍‌ରେ ଅନ୍‌ଲାଇନ୍ ଷ୍ଟାଟସ୍ ହାଇଡ୍ କରିବା ପାଇଁ ମଧ୍ୟ ସୁବିଧା ରହିଛି। ଏହି ଫିଚର ବ୍ୟକ୍ତିଗତ ଭାବରେ ବହୁତ ଉପଯୋଗୀ ମନେ ହୁଏ। ଏହି ଫିଚରରେ, ଆପଣ ଆପଣଙ୍କ ଇଚ୍ଛା ଅନୁଯାୟୀ ଅନଲାଇନ୍ ଷ୍ଟାଟସ୍ ହାଇଡ୍ କରି ପାରିବେ। ଏହାର ଅର୍ଥ ଆପଣ ନିଜ ଇଚ୍ଛା ଅନୁଯାୟୀ ଆପଣଙ୍କର ଅନଲାଇନ୍ ଷ୍ଟାଟସ୍ ହାଇଡ୍ କରି ପାରିବେ।

ଏହା କରିବା ପାଇଁ ଆପଣଙ୍କୁ ସେଟିଂକୁ ଯିବାକୁ ପଡିବ। ଏଠାରେ ପ୍ରାଇଭେସୀ ଅପସନ୍‌ରୁ ଲାଷ୍ଟ୍ ସିନ୍ ଏବଂ ଅନ୍‌ଲାଇନ୍ ଅପ୍‌ସନ୍‌ରୁ ନିଜ ପସନ୍ଦ ଅନୁଯାୟୀ କଷ୍ଟୋମାଇଜ୍ କରିପାରିବେ।