unique Teacher
ଦୀପକ କୁମାର ଦାସ। ଶବ୍ଦରେ ଶବ୍ଦ ଛନ୍ଦି କାହାଣୀରେ କାହାଣୀ ଫାନ୍ଦି, ଭଦ୍ରକ ପୌରାଞ୍ଚଳ ଅଧିନସ୍ଥ ସନ୍ଥିଆର ଏ ଟିଣ ଛପର ଘରେ ପ୍ରାୟ ଦେଢ଼ ଶହ ପିଲାଙ୍କ ଭବିଷ୍ୟତ ଗଢ଼ାରେ ଲାଗିଥିବା ଏ ୨୬ ବର୍ଷୀୟ ମେଧାବୀ ଯୁବକଙ୍କ ଘର ବାସୁଦେବପୁର ଆନ୍ଦୋଳ ପଞ୍ଚାୟତରେ। ଚାଷୀ ଘର ପୁଅ। ଗରିବୀ ସହ ଯୁଝି ଏମବିଏ ବି କରିଛନ୍ତି। ଆଉ ନିଜେ କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତି କରିବା ଭିତରେ ଭଦ୍ରକ ଆସି ଏଇଠି ପିଲାଙ୍କୁ ପଢ଼ାଉ ପଢ଼ାଉ ଏବେ ସାଜିଛନ୍ତି ଗରିବ ଛାତ୍ରଛାତ୍ରୀଙ୍କ ମସିହା। ଆର୍ଥିକ ସ୍ଥିତିକୁ ଦେଖି କାହାଠୁ ପାରିଶ୍ରମିକ ନେଉଛନ୍ତି, କାହାଠୁ ବିଲକୁଲ୍ ନାହିଁ। ସେଇଥିପାଇଁ ତ ପିଲାଙ୍କ ପ୍ରତି ଦୀପକ ସାରଙ୍କ ଅବଦାନ କଥା ପଚାରିଲେ ତାଙ୍କ ପ୍ରଶଂସାରେ ଗଦଗଦ୍ ହୋଇ ପଡ଼ନ୍ତି ଅଭିଭାବକ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)