ଛାଡି ଦେବାକୁ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ। ବରଂ ଗୋରୁଗାଈଙ୍କ ପରି ପିଟି ଚାଲିଥିଲେ। ମଣିଷ ଏତେ ବି ନିଷ୍ଠୁର କେମିତି ହୋଇପାରେ ତାହା ଆଶ୍ଚର୍ଯ୍ୟ କରିଛି।
ଶୁଣିଲାନି ପ୍ରଶାସନ... ଶେଷରେ ବାଧ୍ୟ ହୋଇ ନିଜେ ରାସ୍ତା ତିଆରି କଲେ ଗାଁ ଲୋକେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶାଳଚୁଆ ପଂଚାୟତ ନାଳସାହି ପଠାଣିପକା ଗ୍ରାମବାସୀ ନିଜ ଗାଁ ପାଇଁ ନିଜେ ରାସ୍ତା ତିଆରି କରିଛନ୍ତି । ଯାହାକୁ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଶଂସା କରାଯାଇଛି ।
ଖରାଦିନ ଆରମ୍ଭରୁ ଦେଖା ଦେଲାଣି ଜଳ ସଙ୍କଟ । କୂଅ, ପୋଖରୀ ସବୁ ଶୁଖିଲା ପଡିଲାଣି । ଏମିତିକି ଟ୍ୟାପରୁ ବି ଆଉ ବାହାରୁନି ପାଣି । ଯାହାକୁ ନେଇ ସମସ୍ୟା ଭଗୁଛନ୍ତି କଟକ ଜିଲ୍ଲା ଟାଙ୍ଗି ନିକଟସ୍ଥ ଗୋବିନ୍ଦପୁର ପଞ୍ଚାୟତ ବାସୀ ।
ମହଙ୍ଗା ପଡ଼ିଲା ଚଟପଟି ଖାଇବା । କାହାକୁ ଜ୍ୱର ତ କିଏ ଡାଇରିଆରେ ଆକ୍ରାନ୍ତ । ଚଟପଟି ଖାଦ୍ୟ ଖାଇ ଗୋଟିଏ ଗାଁର ୪୦ରୁ ଉର୍ଦ୍ଧ୍ୱ ଲୋକେ ଅସୁସ୍ଥ । କାମ କରୁନି ମେଡିସିନ୍, ସ୍ଥାନୀୟ ମେଡିକାଲକୁ ଚାଲି ଚାଲି ନୟାନ୍ତ ହେଲେଣି ଲୋକେ ।
ସଜା ହୋଇଛି ବାହା ବେଦୀ...ବାଜୁଛି ସାହାନାଇ । ବରଯାତ୍ରୀ ବସିଛନ୍ତି ଆଉ ଢୋଲ ମହୁରୀ ବି ଖଣ୍ଡମଣ୍ଡଳ ଦୁଲୁକାଉଛି ।
ଗାଁକୁ ନାହିଁ ରାସ୍ତା... ପହଞ୍ଚିପାରୁନି ସୁବିଧା । ଗୁହିଆସାଳ, ତଳଡିହ ଓ ତୁମୁଣି ବନ୍ଧ ଭଳି ଗାଁ ଏବେ ବି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ।
ଠକିଦେଲେ ବିଧାୟକ । ଏଥର ଗାଁକୁ ଆସିଲେ ଭୋଟ ବର୍ଜନ କଥା ଶୁଣାଇଦେବୁ । ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ବଡମ୍ବା ବ୍ଲକ ମାନପୁର ପଂଚାୟତ କଦନା ଗାଁର ୮ନମ୍ବର ୱାର୍ଡ ଶବର ସାହି ଗ୍ରାମବାସୀମାନେ ।
ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଖଡମବେଡ଼ା ପଞ୍ଚାୟତ ହେନ୍ଦେଦା ଓ ବୁରୁଡି ଗାଁରେ ରହିଛି ଏଭଳି ଅବସ୍ଥା । ଗାଁରେ ୧୮ ଟି ପରିବାରର ୬ଶହରୁ ଅଧିକ ଲୋକ ବସବାସ କରନ୍ତି ।
ସପ୍ତାହେରୁ ଅଧିକ ସମୟ ହେଲାଣି ନିଜ ଦାବି ପୂରଣ ଲାଗି ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ତେଣୁ କେଉଁଠି ସ୍କୁଲରେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ତ କେଉଁଠି ପାଠପଢା ପୂରା ଠପ୍ ହୋଇଗଲାଣି । କେମିତି ପିଲାମାନେ ଭଲରେ ପାଠ ପଢିବେ ସେନେଇ ଖୋଦ୍ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ମିଟିଂ ହେବା ପରେ ଗାଁ ଲୋକ ହିଁ ପିଲାଙ୍କୁ ପଢାଇବାର ନିଷ୍ପତ୍ତି ନିଆଗଲା
ଏକତା ହିଁ ବଳ । ଗାଁକୁ ସବୁଦିନିଆ ପୋଲ କରିବାକୁ ବାରମ୍ବାର ଗୁହାରି କରିବା ପରେ ବି କେହି ଶୁଣିଲେନି । ବର୍ଷା ଦିନ ପୂର୍ବରୁ ମିଟିଂ ହେଲା...ଧାନ, ଚାଉଳ ସହ ଟଙ୍କା ଏକାଠି ହେଲା । କଂକ୍ରିଟ ପୋଲ ତିଆରି ପରେ ଏବେ ଘାଏଁ ଘାଏଁ ଗଡୁଛି ଗାଡ଼ି ।
ନିର୍ବାଚନ ପୂର୍ବରୁ କହିଥିଲେ, ସବୁ କରିଦେବୁ। ବିଲକୁ ପାଣି ଦେବୁ, ଦାଣ୍ଡ ଢଲେଇ କରିଦେବୁ, ରାତିରେ ବିଜୁଳି ଲଗେଇ ଦେବୁ। ହେଲେ ଏ ସରକାର ଗୋଟେ ଠକ ସରକାର। ପ୍ରତିଶ୍ରୁତି ସବୁ ମିଛ ଧୂଆଁବାଣ
ମଝିଆ ମେହେର୍ ସାର ବହୁତ ଲୋକପ୍ରିୟ। ଗତକାଲି ସେ ଚାକିରିରୁ ଅବସର ନେଲେ। ଗ୍ରାମବାସୀ ୭ କିଲୋମିଟର ଯାଏଁ ଶୋଭାଯାତ୍ରା କରି ଗୁରୁଜୀଙ୍କୁ ତାଙ୍କ ଗାଁରେ ନେଇ ଛାଡ଼ିକି ଆସିଲେ।
କେତେ ସଫଳ ସରକାରୀ ଯୋଜନା? ଏବେବି ଅନେକ ଗାଁରେ ଅପହଞ୍ଚ ବିକାଶ I ବାରମ୍ବାର ଅଭିଯୋଗ ପରେ ବି ହୋଇପାରିଲାନି ବ୍ରିଜ୍ I ଲୋକେ ନିଜେ ନିର୍ମାଣ କଲେ ଅସ୍ଥାୟୀ ପୋଲ
ଗାଁ ଲୋକଙ୍କୁ ରୋଜଗାର ଯୋଗାଇଦେବାକୁ ସରକାର କରିଛନ୍ତି MGNREG ଯୋଜନା.. ଏ ଯୋଜନାରେ ଗରିବ ଲୋକଙ୍କୁ କର୍ମନିଯୁକ୍ତି ମିଳିବା କଥା..ଖଟଣୀ ହିସାବରେ ପାଉଣା ଦିଆଯିବା କଥା..ହେଲେ ସମ୍ବଲପୁରରେ ସରକାରୀ ଯୋଜନାର ଅସଲ ଚେହେରା କଣ ନିଜେ ଦେଖନ୍ତୁ..
ଭାଉଜ ସହିତ ଚୋରା ପୀରତି ପଡିଲା ମହଙ୍ଗା। ଦୂର ସମ୍ପର୍କୀୟ ଭାଉଜଙ୍କ ପାଖକୁ ରାତି ଅଧରେ ଯାଇ ଫସିଗଲେ ପ୍ରେମିକ ଦିଅର। ଘର ଲୋକଙ୍କ ହାତରେ ପଡ଼ିଲେ ଧରା। ରାତି ସାରା ଖୁଣ୍ଟରେ ବନ୍ଧାହେଲେ। ନିସ୍ତୁକ ମାଡ ଖାଇଲେ।