Advertisment

କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ନଂ ୱାନ୍‌

ଏଥର କର୍ତ୍ତବ୍ୟପଥରେ ଦେଖିବାକୁ ମିଳିଥିଲା ଓଡ଼ିଶାର କଳା କାରିଗରୀ ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ। ପୁରୀ ଶିଳ୍ପୀ ଗ୍ରାମ ରଘୁରାଜପୁରର ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ ମାଧ୍ୟମରେ ବିକଶିତ ଭାରତ ତଥା ଗ୍ରାମୀଣ ମହିଳା ସଶକ୍ତିକରଣର ବାର୍ତ୍ତା ଏଥର ଦେଇଥିଲା ଏହି ପ୍ରଜ୍ଞାପନ ମେଢ଼।

author-image
Manoranjan Behera
ଅଦ୍ୟତନ ହୋଇଛି
Odisha Best Tableau Award

Odisha Tableau

କର୍ତ୍ତବ୍ୟପଥରେ ବାଜି ମାରିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼। ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଥମ ସ୍ଥାନ ହାସଲ କରିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଚାରକ ମଣ୍ଡଳୀ ଦ୍ୱାରା ଶ୍ରେଷ୍ଠ ବିବେଚିତ ହୋଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼।

Advertisment

ଏଥର କର୍ତ୍ତବ୍ୟପଥରେ ଦେଖିବାକୁ ମିଳିଥିଲା ଓଡ଼ିଶାର କଳା କାରିଗରୀ ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ। ପୁରୀ ଶିଳ୍ପୀ ଗ୍ରାମ ରଘୁରାଜପୁରର ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ ମାଧ୍ୟମରେ ବିକଶିତ ଭାରତ ତଥା ଗ୍ରାମୀଣ ମହିଳା ସଶକ୍ତିକରଣର ବାର୍ତ୍ତା ଏଥର ଦେଇଥିଲା ଏହି ପ୍ରଜ୍ଞାପନ ମେଢ଼। ଗୋଟିଏ ପଟେ ଓଡିଶାର ମହିଳା କାରିଗର ମାନେ ପିପିଲିର ଚାନ୍ଦୁଆ ଏବଂ ପଟ୍ଟଚିତ୍ର ତିଆରି କରୁଥିବାର ପ୍ରଦର୍ଶନ ଏବଂ ଅନ୍ୟ ପଟେ ମହିଳା କଳାକାରମାନେ ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରି କର୍ତ୍ତବ୍ୟ ପଥରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ। ରଙ୍ଗାରଙ୍ଗ ପରେଡ୍‌ରୁ ପ୍ରଜ୍ଞାପନ ମେଢ ଯାଏଁ ସବୁଥିରେ ବାରି ହୋଇ ପଡ଼ିଥିଲା ବିକଶିତ ଭାରତରେ ନାରୀ ସଶକ୍ତୀକରଣର ଝଲକ୍। ଅନନ୍ୟ ଆକର୍ଷଣ ଥିଲା ଐତିହ୍ୟଗ୍ରାମ ରଘୁରାଜପୁର ହସ୍ତକଳାକୁ ନେଇ ଗଡ଼ିଥିବା ଓଡ଼ିଶା ଟାବ୍ଲୁ।

୭୫ତମ ଗଣତନ୍ତ୍ର ଦିବସ ସମାରୋହର ମୁଖ୍ୟ ଅତିଥି ସାଜିଥିଲେ ଫ୍ରାନସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ରାଷ୍ଟ୍ରପତି ଭବନ ଅତିଥିଶାଳାରୁ ତାଙ୍କୁ ସାଙ୍ଗରେ ଧରି ଉତ୍ସବସ୍ଥଳକୁ ବାହାରି ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୀର୍ଘ ୪୦ବର୍ଷ ପରେ ସାଧାରଣତନ୍ତ୍ର ଦିବସରେ ସାମିଲ ହୋଇଥିବା ଐତିହାସିକ ଘୋଡ଼ା ଟଣା ବଗିରେ ବସି ଆସିଥିବା ଅତିଥିଙ୍କୁ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସିଡିଏସ୍ ଓ ତିନି ସେନା ପ୍ରମୁଖ ସହ ଫ୍ରାନସ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରାଇଥିଲେ ପ୍ରଧାନମନ୍ତ୍ରୀ।

Advertisment
Republic Day Parade Odisha Tableau
Advertisment
Advertisment