ଚାଉଳ ପାଇଁ ଜଙ୍ଗଲ ମଝିରେ ଲୋକଙ୍କ ଭିଡ଼ । ପିଲାଠୁ ବୁଢା, ସମସ୍ତେ ଏକାଠି ହୋଇଛନ୍ତି ଜଙ୍ଗଲର ଏକ ନିର୍ଦ୍ଦିଷ୍ଟ ଜାଗାରେ ।
ରାସ୍ତା ଦେଇ ବାଇକ ଓ ଚାରିକିଆ ଯାନ ଯିବା ତ ଦୁରର କଥା ଚାଲି ଚାଲିକି ଯିବା ମଧ୍ୟ କଷ୍ଟ l ଆଉ ରାସ୍ତାରେ ରହିଥିବା କଲଭଟ୍ କଥା ନକହିବା ଭଲ l କାରଣ ସବୁ କଲଭଟ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ପ୍ଲାଷ୍ଟର ଛାଡି ଲୁହାରଡ଼ ଦେଖାଗଲାଣି l
କାହା ପାଟିରେ ମନ୍ଦାର ଫୁଲ ତ କାହା ପାଟିରେ ଦୁବଘାସ । ପାଟି ବନ୍ଦ କରି ପଣତ କାନିରେ ଦୁଆରରୁ ଦୁଆର ମୁହଁ ନ ଫିଟାଇ ଚାଲିଛି ଭିକ୍ଷା ଗ୍ରହଣ ।
ନୂଆଁ ବର୍ଷରେ ପର୍ଯ୍ୟଟକମାନେ ଆସି ବଣଭୋଜୀ କଲେ ...ପର୍ଯ୍ୟଟନସ୍ଥଳୀ ସବୁ ଅଳିଆ ଆବର୍ଜନା ହେବା ସହ ସବୁ ଆଡେ ଖାଲି ପଲିଥିନ ଆଉ ପଲିଥିନ୍ ପଡିଲା... ଏହା ପାଇଁ ଜିଲ୍ଲା ଯେମିତି ବାହାରେ ବଦନାମ ନ ହେବ ସେଥି ପାଇଁ ଆଗେଇ ଆସିଛନ୍ତି ୭୦ ଜଣ ଯୁବକ ଯୁବତୀ...
ଚାନ୍ଦବାଲି ତହସିଲ ପ୍ରଶାସନର ପାତରଅନ୍ତର ନୀତି ... ଜବରଦଖଲ ଉଚ୍ଛେଦରେ କାହାର ଘର ଭାଙ୍ଗିଲେ ତ ଆଉ କାହା ଘରେ ହାତ ବି ମାରିଲେନି ପ୍ରଶାସନିକ ଅଧିକାରୀ ...ଏ ନେଇ ଲୋକଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ...
ପଥର ଉପରେ ଫୁଟେ ଚଉଡା ଓ ୨ରୁ ୩ ଫୁଟ ଗଭୀର ଥିବା ଏଇ କୁଣ୍ଡର ପାଣି ବର୍ଷସାରା କେବେ ମଧ୍ୟ ଶୁଖିନଥାଏ । ଯେଉଁଥିପାଇଁ ଏଇ ଋଷିକୁଣ୍ଡରେ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ ଜମିଥାଏ । ହେଲେ ଏହି ଐତିହାସିକ ପୀଠର ବିକାଶ ଉପରେ ସରକାରଙ୍କ ଦୃଷ୍ଟି ପଡୁନାହିଁ ।
ଆଵାସ ଯୋଜନା ତାଲିକାରେ ନାଁ ଥାଇ ବି ମିଳୁନାହିଁ ପକ୍କା ଘର । ଥିଲା ବାଲାଙ୍କୁ ମିଳୁଛି ଆଵାସ, ନଥିଲା ବାଲା ଏଠି ରହୁଛନ୍ତି ମାଟି କାନ୍ଥ ଓ ଚାଳ ଛପର ଘରେ।
ଅସମ୍ଭାଳ ଶୀତ ରାତିରେ ଦେହ ଥରୁଛି ଦାନ୍ତକୁ ଦାନ୍ତ ବାଡ଼େଇ ହେଉଛି । ହେଲେ ମଣିଷ କରିବ ତ କଣ କରିବ ? ରାସ୍ତା କଡ଼େ ଜୀବନ ଜିଇଁବାକୁ ହିଁ ପଡ଼ିବ ।
ଦିନକୁ ଦିନ ଜୋର ଧରୁଛି ବ୍ରହ୍ମପୁର ମହାନଗର ନିଗମକୁ ପୂର୍ଣ୍ଣାଙ୍ଗ କରିବା ଦାବି । ଆଖପାଖ ପଞ୍ଚାୟତକୁ ମିଶ୍ରଣ କରି ବ୍ରହ୍ମପୁର ମହାନଗର ନିଗମରେ ମିଶାଇବା ନେଇ ୧୫ ବର୍ଷ ପୂର୍ବେ ନୋଟିଫିକେସନ ହୋଇଥିଲା । ହେଲେ ଆଜି ଯାଏଁ କୌଣସି ମିଶ୍ରଣ ହୋଇନି ।
ଦୁଇ ଜିଲ୍ଲାର ଜୀବନରେଖା ପାଲଟିଥିବା ରାଜ୍ୟ ରାଜପଥ ଏବେ ଜୀବନ ନେବାର ପଥ ପାଲଟି ଯାଇଛି । ଅନିମିୟତା ଆଣି ପୂର୍ତ୍ତ ବିଭାଗର କାମକୁ ଅଟକାଇ ଦେଇଛି ବନ ବିଭାଗ ।
ମନରେଗାରେ କାମ କରିଛନ୍ତି ମଲାଲୋକ । ଆଉ ଟଙ୍କା ବି ପାଇଛନ୍ତି । ମନରେଗା କାମରେ ମହାଘୋଟାଲା ।
ଚାଷୀଟିଏ ଚାଷ କରି କିଭଳି ଭଲ ଦି ପଇସା ରୋଜଗାର କରିପାରିବ ସେଥିପାଇଁ ସରକାରୀ ଯୋଜନାରେ ଖୋଳା ହେଉଛି ଫାର୍ମ ପଣ୍ଡ। ହେଲେ କେଇ ହାତ ଖୋଳି ଦେଇ ଟଙ୍କା ଖାଇ ଦେଉଛନ୍ତି ସରକାରୀ ବାବୁ। ଏମିତି ଅଭିଯୋଗକୁ ନେଇ ଆମର ସ୍ପେଶାଲ୍ ରିପୋର୍ଟ...
କିଛିବର୍ଷ ପୂର୍ବେ ପୂରା ଅଞ୍ଚଳ ଥିଲା ନକ୍ସଲଙ୍କ କବଜାରେ। ସେଠିକୁ କେହି ପୋଲିସ୍ ବାବୁ ଯିବାକୁ ରାଜି ହୁଅନ୍ତି ନାହିଁ। କିନ୍ତୁ ଏହି ଅଂଚଳରେ ଦୀର୍ଘଦିନ ଧରି କାମ କରି ଲୋକପ୍ରିୟ ହୋଇପାରିଥିଲେ ଜଣେ ଥାନାବାବୁ। ତାଙ୍କରି ସମୟରେ ସୁରକ୍ଷା ବ୍ୟବସ୍ଥାରେ ଅନେକ ଉନ୍ନତି ହୋଇଛି। ଲୋକେ ତାଙ୍କୁ କହୁଥିଲେ ଷଣ୍ଢ ପୋଲିସ୍ ବାବୁ। ଏବେ ତାଙ୍କର ବଦଳି ହେବାପରେ ତାଙ୍କୁ ଲୋକେ କେମିତି ବିଦାୟ ଦେଇଥିଲେ ଦେଖନ୍ତୁ…
ଜଣେ ଏସପି ବଦଳି ହେଲା ବେଳକୁ ଲୋକେ ପ୍ରସେସନ କରୁଛନ୍ତି। କାନ୍ଧରେ ବସାଇ ବୁଲାଉଛନ୍ତି। ଡିଜେ ବାଜୁଛି। ବାଇକ୍ ରାଲି ହେଉଛି। ବୋଧେ ବହୁତ୍ କମ୍ ପୋଲିସ ଅଫିସରଙ୍କ ଭାଗ୍ଯରେ ଏମିତି ସୁଯୋଗ ମିଳେ। ଏଠି ପୋଲିସ୍ ଓ ଜନତାଙ୍କ ମଧ୍ୟରେ ମଧୁର ସମ୍ପର୍କ ବେଶି, ତିକ୍ତ ସମ୍ପର୍କ କମ୍। ଏଠି ଏ ଦୃଶ୍ଯ ଦେଖିଲେ ଆପଣ ବି ଖୁସି ହୋଇଯିବେ।
ସାରା ଗାଁରେ ବର୍ଷ ସାରା ମାଙ୍କଡ଼ଙ୍କ ଉପଦ୍ରବ। କାହାକୁ କାମୁଡୁଛନ୍ତି ତ କାହାର ଫସଲ ନଷ୍ଟ କରୁଛନ୍ତି। ସେଥିପାଇଁ ଏହି ଗାଁର ଲୋକଙ୍କର ଗୋଟିଏ ଡିମାଣ୍ଡ, ଯେଉଁ ପ୍ରାର୍ଥୀ ମାଙ୍କଡ଼ ତଡ଼ିବେ, ତାଙ୍କୁ ଆମେ ଭୋଟ୍ ଦେବୁ। ନହେଲେ ଆମ ଗାଁକୁ କେହି ଆସନି, ଆମେ ଭୋଟ୍ ଦେବାକୁ ଯିବୁନି।