ଖାଇବା ତେଲ ୧୦ ପ୍ରତିଶତ କମାଇବାକୁ କଲେ ଅପିଲ୍ । ଓବେସିଟି, ମୋଟାପା ବା ମେଦବହୁଳତା। ଆବଶ୍ୟକତାଠୁ ଶରୀର ଅଧିକ ଓଜନ। ଏହା କେବଳ ଯେ ସୌନ୍ଦର୍ଯ୍ୟକୁ ବିଗାଡ଼େ ତା ନୁହେଁ, ଡାକିଆଣେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଓ ଜଟିଳ ବ୍ୟାଧି।
କରୋନାର ତାଣ୍ଡବ ଏଯାଏଁ ମନରୁ ଲିଭି ନଥିବା ବେଳେ ଆଉ ଏକ ମହାମାରି ଆସିବାକୁ ପ୍ରସ୍ତୁତ ହେଲାଣି। ଚୀନ୍ରେ କାୟା ବିସ୍ତାର କଲାଣି ନୂଆ ଭାଇସର। ଏହି ନୂଆ ଭୂତାଣୁ କୋଭିଡ-୧୯ ଭଳି ମଣିଷକୁ ସଂକ୍ରମଣ କରିବାର ଆଶଙ୍କା ଦେଖାଦେଇଛି।
ଭୁବନେଶ୍ୱର AIIMS ଯକୃତ (ଲିଭର) ଟ୍ରାନ୍ସପ୍ଲାଣ୍ଟେସନ୍ କ୍ଲିନିକ୍ ଉଦଘାଟିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡାଙ୍କ ଉପସ୍ଥିତିରେ AIIMS ଭୁବନେଶ୍ୱରର ଅଧ୍ୟକ୍ଷ ଡ. ଶୈଳେଶ କୁମାର ଏହି କ୍ଲିନିକ୍ ଉଦଘାଟନ କରିଛନ୍ତି।
ଚୀନର ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀମାନେ ଏହି ନୂଆ ଭୂତାଣୁକୁ ଠାବ କରିଛନ୍ତି। ଏହି ଭାଇରସ ମଧ୍ୟ ବାଦୁଡି ଦେହରୁ ମିଳିଛି। ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବୈଜ୍ଞାନିକଙ୍କମାନେ ଆଶଙ୍କା କରୁଛନ୍ତି, ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ।
ଥାଇରଏଡ୍ କାରଣରୁ ଯଦି ଥକ୍କାପଣ, ଦୁର୍ବଳତା, ଓଜନ ବୃଦ୍ଧି କିମ୍ବା ହ୍ରାସ, ଚୁଟି ଝଡ଼ିବା ଏବଂ ମୁଡ୍ ସ୍ୱିଙ୍ଗ୍ ଭଳି ସମସ୍ୟା ଦେଖାଯାଏ, ତେବେ ନିଶ୍ଚିତ ଭାବରେ ସଚେତନ ହୋଇଯିବା ଉଚିତ। ଥାଇରଏଡ୍କୁ ଠିକ ରଖିବା ନେଇ କେତେକ ସୁପରଫୁଡ୍କୁ ନିଜ ଡାଏଟ୍ରେ ସାମିଲ କରିବାରେ ଅଛି। ଆସନ୍ତୁ ସେହି ସୁପର୍ଫୁଡ୍ ବିଷୟରେ ଜାଣିବା।
ଆଜିକାଲି ଅନେକ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଉଛନ୍ତି। ଘରୋଇ ଉପାୟରେ ନିଜ ରୋଗକୁ ଭଲ କରିବାକୁ ଚେଷ୍ଟା କରୁଛନ୍ତି। ରୋଷେଇ ଘରେ ମିଳୁଥିବା ପିପଳି ମଧ୍ୟ ଅନେକ ରୋଗ ପାଇଁ ରାମବାଣ ଭଳି କାମ କରେ। ପିପଳି ଖାଇବା ଦ୍ୱାରା ହଜମ, କାଶ, ଗଳା ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟାରୁ ଆରାମ ମିଳେ। ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ମଜବୁତ କରିଥାଏ।
ଅଁଳା ଅନେକ ଔଷଧୀୟ ଗୁଣରେ ଭରପୂର । ଆୟୁର୍ବେଦରେ ଅଁଳାକୁ ଅମୃତ କୁହାଯାଏ । ଏହାକୁ ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ହୃଦୟକୁ ସୁସ୍ଥ ରଖେ । କୋଲେଷ୍ଟ୍ରଲ କମାଏ । ଏପରିକି ବ୍ଲଡସୁଗାର ନିୟନ୍ତ୍ରଣରେ ବି ସାହାଯ୍ୟ କରେ । ସ୍ବାସ୍ଥ୍ୟ ସହିତ ଅଁଳା ଆମର ତ୍ୱଚା ଓ କେଶ ଲାଗି ମଧ୍ୟ ଖୁବ୍ ଲାଭଦାୟକ । ଏଥିରେ ଥିବା ଆଣ୍ଟି-ଏଜିଂ ଗୁଣ ବୟସ ବଢିବାର ଲକ୍ଷଣ କମ୍ କରିଥାଏ । ତ୍ୱଚାକୁ ସୁସ୍ଥ ଓ ଚମକଦାର କରେ ।
ବର୍ତ୍ତମାନ ମହାକୁମ୍ଭ ସମୟରେ ପାଣିରେ ଥିବା ଫିକଲ କୋଲିଫର୍ମ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ଏହି ବ୍ୟାକ୍ଟେରିଆ ଯୋଗୁ ଦେହ ଉକଚେଇ ହେବା, ଝାଡ଼ା, ବାନ୍ତି ହେବା ସହ ଅନେକ ଗୁରୁତର ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ । ଏପରି ପରିସ୍ଥିତିରେ ପ୍ରୟାଗରାଜ ସଙ୍ଗମରେ ସ୍ନାନ କରୁଥିବା ଲୋକଙ୍କ ପାଇଁ ଅଧିକ ସଚେତନତା ଅବଲମ୍ବନ କରିବା ଜରୁରୀ ।
ଆପଣ ଚିକେନ ଖାଉଛନ୍ତି କି ? ତେବେ ଏବେ ସତର୍କ ହେବାର ସମୟ ଆସିଛି।
ଜର୍ଣ୍ଣାଲ୍ ଅଫ୍ ଆମେରିକାନ୍ ମେଡିକାଲ୍ ଆସୋସିଏସନ୍ ଅନୁଯାୟୀ, ଯଦି ଆପଣ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ଏକ ଚାମଚ ଲୁଣ ହ୍ରାସ କରନ୍ତି, ତେବେ ଏହା ଶରୀରରେ ଅନେକ ସକରାତ୍ମକ ପରିବର୍ତ୍ତନ ଆଣିପାରେ।
ପ୍ରାୟତଃ ଆମେ ଖାଇବା ପରେ ତୁରନ୍ତ ପାଣି ପିଇଦେଉ। ଏହା ଆମ ଶରୀର ଉପରେ କି ପ୍ରଭାବ ପକାଏ ତାହା ହୁଏତ ଅନେକ ଜାଣି ନ ଥିବେ। ତେବେ ଆୟୁର୍ବେଦ ଅନୁଯାୟୀ ଭୁଲ ସମୟରେ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ପାଣି ପିଇବାର ଠିକ ସମୟ ଓ ଠିକ ଉପାୟ।
ଆମ ଚିହ୍ନା ପରିଚିତ ଏବଂ ପରିବାରରେ ଅନେକ ଛାତ୍ରଛାତ୍ରୀ ଥା’ନ୍ତି, ଯିଏ ବର୍ଷସାରା ଅକ୍ଲାନ୍ତ ପରିଶ୍ରମ ସହ ରାତି ଅନିଦ୍ରା ହୋଇ ଘଣ୍ଟାଘଣ୍ଟା ପାଠ ପଢୁଥା’ନ୍ତି। କିନ୍ତୁ ବର୍ଷ ଶେଷରେ ପରୀକ୍ଷା ଦେଲା ବେଳକୁ ଆଶାନୁରୂପ ଫଳ ମିଳେନି। କେବଳ ଆମେ ନୁହେଁ, ଶିକ୍ଷକବି ଏପରି ପରୀକ୍ଷା ଫଳ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। ଏହା ଅନେକ ସମୟରେ ଏକାଗ୍ରତାର ଅଭାବରୁ ହୋଇଥାଏ। ଚାଲନ୍ତୁ ଜାଣିବା ପରୀକ୍ଷା ସମୟମରେ କେମିତି ଏକାଗ୍ରତା ବଢାଇବେ।
ଆପଣ ଜାଣନ୍ତି କି ସାରା ଦେଶରେ ବିକ୍ରି ହେଉଥିବା ଅଙ୍ଗୁରରେ କୀଟନାଶକର ଚିହ୍ନ ଦେଖିବାକୁ ମିଳେ। ଯେତେବେଳେ ଆପଣ ଅଙ୍ଗୁର ଖାଉଛନ୍ତି କିମ୍ବା ପିଲାମାନଙ୍କୁ ଦେଉଛନ୍ତି, ତେବେ ଧ୍ୟାନ ରଖିବା ଦରକାର ଯେ ସେଗୁଡ଼ିକୁ ଭଲ ଭାବରେ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ବଜାରରେ ମିଳୁଥିବା ଅଟା ନୁଡଲ୍ ପ୍ରକୃତରେ ଉତ୍ତମ ଗୁଣଯୁକ୍ତ ଅଟାରେ ହୁଏ ନାହିଁ, ବରଂ ଗହମରୁ ଅଟା ବାହାରିସାରିବା ପରେ ଯେଉଁ ଅବଶେଷ ରୁହେ, ତାହା ହିଁ ନୁଡଲ୍ ପାଇଁ ବ୍ୟବହାର ହୁଏ। ଏଥିରେ ନା ତ ପ୍ରୋଟିନ୍ ଥାଏ ନା ଥାଏ ଫାଇବର୍। ଏଣୁ କମ୍ପାନୀମାନେ ଆପଣଙ୍କ ସହ କିପରି ଛଳନା କରୁଛନ୍ତି ତାହା ଜାଣିରଖନ୍ତୁ।
ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ମଧ୍ୟରୁ ବ୍ରେନ ଟ୍ୟୁମର ଅନ୍ୟତମ । ଏହି ରୋଗ ହେଲେ କ୍ୟାନ୍ସର ହେବାର ଆଶଙ୍କା ଅଧିକ ଥାଏ । ବ୍ରେନ ଟ୍ୟୁମରରେ ମସ୍ତିଷ୍କର କୋଶିକାଗୁଡିକ ଅସ୍ୱାଭାବିକ ବୃଦ୍ଧି ପାଇଥାଏ । ଅନେକ ଲୋକ ବ୍ରେନ ଟ୍ୟୁମର ଲକ୍ଷଣକୁ ସାଧାରଣ ସମସ୍ୟା ଭାବି ଅବହେଳା କରିଥାନ୍ତି । ଯାହାଫଳରେ ଟ୍ୟୁମର ବଢି ଗୁରୁତର ହୋଇଯାଏ ଓ ମଣିଷ ମୃତ୍ୟୁମୁଖରେ ପଡେ ।
ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ସମସ୍ୟାର ମୁକାବିଲା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏପରି ପରିସ୍ଥିତିରେ, ସରକାରଙ୍କ ପକ୍ଷରୁ କର୍କଟ ଟିକା ସମ୍ପର୍କରେ ଏକ ବଡ଼ ଅପଡେଟ୍ ଦିଆଯାଇଛି।
PCOS ପାଇଁ କୌଣସି ସ୍ଥାୟୀ ଉପଶମ ନାହିଁ, କିନ୍ତୁ ଏହାକୁ ନିୟନ୍ତ୍ରଣ କରାଯାଇପାରେ। ଉତ୍ତମ ଖାଦ୍ୟ, ଉତ୍ତମ ଜୀବନଶୈଳୀ ଏବଂ ଯୋଗାଭ୍ୟାସ ଦ୍ୱାରା ଏହି ରୋଗର ମୁକାବିଲା କରିହେବ।
ଗୁହଗାଓଁ ସ୍ଥିତ ମଦରହୁଡ ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ସେଲି ଗୁପ୍ତା କହନ୍ତି, ଭାକ୍ସିନ ଶିଶୁର ରୋଗପ୍ରତିରୋଧକ ଶକ୍ତିକୁ ଆକ୍ଟିଭ କରିବା ସହ ଶରୀରରେ ଏକ ସୁରକ୍ଷା କବଚ ପରି କାମ କରିଥାଏ । ଏହା ଶରୀରରେ ରୋଗକୁ ନିଷ୍କ୍ରିୟ କିମ୍ବା ଦୁର୍ବଳ କରି ଦେଇଥାଏ । ସେତିକି ନୁହେଁ, ଭାକ୍ସିନର ରୋଗ ପ୍ରତିରୋଧକ ପ୍ରଣାଳୀ ପ୍ରକୃତ ରୋଗକୁ ସୃଷ୍ଟି ନ କରି କିପରି ଏହାର ବିପଦକୁ ଚିହ୍ନଟ କରିବ ଏବଂ ଏହାକୁ ପ୍ରଭାବୀ ଢଙ୍ଗରେ ପ୍ରତିକାର କରିବ ତାହା ଶିଖାଇଥାଏ ।
ପାଟି କର୍କଟ ଏକ ସାଧାରଣ ରୋଗରେ ପରିଣତ ହେଉଛି। ପ୍ରତିବର୍ଷ ବିଶ୍ୱର ଲକ୍ଷ ଲକ୍ଷ ଲୋକ ଏହାର ଶିକାର ହେଉଛନ୍ତି। ଯଦି ପାଟିରେ ଘାଆ ହୁଏ କିନ୍ତୁ କୌଣସି ଯନ୍ତ୍ରଣା ନଥାଏ, ତେବେ ଏହା ମଧ୍ୟ ପାଟି କର୍କଟର ଲକ୍ଷଣ ହୋଇପାରେ। ଅନେକ କାରଣରୁ ପାଟି କର୍କଟ ହୋଇପାରେ।
ନିଜ କିଶୋରାବସ୍ତାରୁ ଏ ଭିତରେ ଅଗଣିତ ଲୋକଙ୍କ ପରାମର୍ଶ ଅନୁସାରେ ଆପଣ କେତେଥର ଯେ ସାମ୍ପୁ ବଦଳାଇ ଥିବେ ତା’ର ଠିକଣା ନାଇଁ। ହେଲେ ଆଶାନୁରୂପ ଫଳ ଆପଣ ଆଜି ବି ଖୋଜୁଥିବେ। ଯଦି ବିଜ୍ଞାପନରେ ଲମ୍ବା, ଗହବା କେଶ ଦେଖି ଆପଣ ନୂଆ ସାମ୍ପୁ ନେଇଛନ୍ତି, ତାହେଲେ ଆପଣଙ୍କ କେଶ ବିଜ୍ଞାପନର ମଡେଲ ପରି କାହିଁକି ହେଉନି? କ’ଣ ସତରେ କେବଳ ସାମ୍ପୁ ହିଁ ଯଥେଷ୍ଟ ସୁସ୍ଥ କେଶ ପାଇଁ? ନା’ ସୁନ୍ଦର କେଶ ପାଇଁ ଦରକାର କିଛି ସ୍ପେସାଲ୍ ଖାଦ୍ୟ? ପଢି ଦେଖନ୍ତୁତ, କ’ଣ ରହିଛି ଏସବୁ ପ୍ରଶ୍ନର ଉତ୍ତର !
କିଛି ଲୋକ ଅଛନ୍ତି ଯେଉଁମାନେ ଶୋଇଥାଆନ୍ତି, କିନ୍ତୁ ଭଲରେ ଶୋଇପାରନ୍ତି ନାହିଁ। ବିଶେଷଜ୍ଞମାନେ କୁହନ୍ତି ଯେ ରାତିରେ ଭଲ ନିଦ ନ ହେବା ପାଇଁ ଗୋଟିଏ ମୁଖ୍ୟ କାରଣ ହେଉଛି ସଠିକ୍ ଅବସ୍ଥାରେ ନ ଶୋଇବା। ଜାଣନ୍ତୁ କେମିତି ଶୋଇବା ଉଚିତ।
ସେଓ ଏକ ସ୍ବାସ୍ଥ୍ୟକର ଫଳ । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ଓ ମିନେରାଲ ଥାଏ । ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇଲେ ବିଭିନ୍ନ ପ୍ରକାର ମାରାତ୍ମକ ରୋଗରୁ ରକ୍ଷା ମିଳେ । ଏହା ଦାନ୍ତ ଓ ହାଡ ମଜଭୁତ କରେ । ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ । ସେଓରେ କ୍ୟାନ୍ସର ପ୍ରତିରୋଧ ଗୁଣ ରହିଛି । ଦିନକୁ ଗୋଟିଏ ସେଓ ଖାଇଲେ ଡାଇବେଟିସ୍, କୋଲେଷ୍ଟରଲ୍ ବୃଦ୍ଧି, ହୃଦରୋଗ ଭଳି ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଚାଲନ୍ତୁ ଜାଣିବା ସେଓ ଖାଇଲେ ଆଉ କେଉଁ ସବୁ ଫାଇଦା ମିଳେ ।
ୟୁନିଭର୍ସିଟି କଲେଜ ଲଣ୍ଡନ(ୟୁସିଏଲ)ର ଗବେଷକମାନେ କରିଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ଗୋଟିଏ ସିଗାରେଟ ଟାଣିବା ଦ୍ୱାରା ମହିଳାଙ୍କ ଆୟୁଷ ୨୨ ମିନିଟ କମୁଛି ଓ ପୁରୁଷମାନେ ୧୭ ମିନିଟ ଆୟୁଷ ହରାଉଛନ୍ତି।
ବିଭିନ୍ନ ପ୍ରକାର କ୍ୟାନସର ମଧ୍ୟରୁ ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନ୍ସର ଅନ୍ୟତମ, ଯାହାକି ସାଧାରଣତଃ ମହିଳାଙ୍କଠାରେ ଦେଖାଯାଏ । ହେଲେ ଅନ୍ୟ କ୍ୟାନସର ପରି ଏହା ଆରମ୍ଭରୁ ବେଳେବେଳେ ଜଣାପଡ଼େ ନାହିଁ ଏବଂ ଏହାର ଛୋଟ ଛୋଟ ଲକ୍ଷଣକୁ ମହିଳାମାନେ ଅଣଦେଖା କରିବା ଦ୍ୱାରା ରୋଗ ଅଧିକ ବଢ଼ିଯାଏ ଓ ମୃତ୍ୟୁମୁଖରେ ପଡିଥାନ୍ତି । ତେଣୁ ଆରମ୍ଭରୁ ଏହାର ଲକ୍ଷଣଗୁଡିକୁ ଚିହ୍ନିବା ଜରୁରୀ ।
ପ୍ରଥମେ ଜାଣିବା ଏଜିଂ ବା ବୟସବୃଦ୍ଧିର ପ୍ରକ୍ରିୟା କିପରି ହୁଏ। ଆପଣ ଜାଣନ୍ତି କି, ଆମ ଶରୀରର ପ୍ରତି କୋଷ ବା ସେଲ୍ ନିଜ ସମୟକାଳ ପରେ ମରିଯାଆନ୍ତି ଏବଂ ବିଭାଜନ ଦ୍ୱାରା ନୂଆ ସେଲ୍ ତିଆରି ହୋଇଥଆନ୍ତି। ଏହାକୁ ରିଜେନେରେସନ୍ କୁହାଯାଏ। ଏଥିପାଇଁ ଆମ ଶରୀରର କୌଣସି ଅଙ୍ଗ କିମ୍ୱା ତ୍ୱଚାରେ କୌଣସି କ୍ଷତ ହେଲେ ମଧ୍ୟ ଏହା ଜଲ୍ଦି ଭରଣ ହୋଇଯାଏ। ଏହି କୋଷ ବିଭାଜନ ବା ନୂତନକରଣ ଆମର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଧୀର ହେବାକୁ ଲାଗେ ଏବଂ ଏକ ନିର୍ଦ୍ଦିଷ୍ଟ ବୟସ ପରେ ଏହା ଖୁବ୍ ଶୀଥିଳ ହୋଇଯାଏ।