Advertisment

Health Tips: ଅଧିକ ଲୁଣ ଖାଉଛନ୍ତି କି ? ହୋଇପାରେ ଏହି ମାରାତ୍ମକ ରୋଗ

ଜର୍ଣ୍ଣାଲ୍ ଅଫ୍ ଆମେରିକାନ୍‌ ମେଡିକାଲ୍ ଆସୋସିଏସନ୍ ଅନୁଯାୟୀ, ଯଦି ଆପଣ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ଏକ ଚାମଚ ଲୁଣ ହ୍ରାସ କରନ୍ତି, ତେବେ ଏହା ଶରୀରରେ ଅନେକ ସକରାତ୍ମକ ପରିବର୍ତ୍ତନ ଆଣିପାରେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Salt

Salt

ଲୁଣ ବିନା ଖାଦ୍ୟର ସ୍ୱାଦ ଅଧୁରା। ବିନା ଲୁଣରେ ଫିକା ଲାଗେ ଖାଦ୍ୟ। ତେବେ ଲୁଣ ଅଧିକ ହେଲେ ବି ବିଗିଡିଯାଏ ସ୍ୱାଦ। ଅଧିକାଂଶ ଲୋକେ ଖାଦ୍ୟରେ ଅଧିକ ଲୁଣ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହା ହୋଇପାରେ ହାନିକାରକ। ଅଧିକ ଲୁଣ ଖାଇଲେ ରକ୍ତଚାପ ବଢ଼ିବା ସହ ପୋଟ କ୍ୟାନସର ଭଳି ସାଙ୍ଘାତିକ ରୋଗ ହୋଇପାରେ। ଯଦିଓ ପେଟ କ୍ୟାନସରର ଅନ୍ୟାନ୍ୟ କାରଣ ଅଛି, କିନ୍ତୁ ଅତ୍ୟଧିକ ଲୁଣ ମଧ୍ୟ ଏହି କାରଣ ମଧ୍ୟରୁ ଗୋଟିଏ ହୋଇପାରେ

Advertisment

ନିକଟରେ ଜର୍ଣ୍ଣାଲ୍ ଅଫ୍ ଗ୍ୟାଷ୍ଟ୍ରିକ୍ କ୍ୟାନସରରେ ପ୍ରକାଶିତ ଏକ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଖାଦ୍ୟରେ ଅତ୍ୟଧିକ ମାତ୍ରାର ଲୁଣ ପେଟ କ୍ୟାନସର୍‌କୁ ଆମନ୍ତ୍ରଣ କରିପାରେ। ବିଶେଷଜ୍ଞମାନେ ପ୍ରାୟ ୫ ଲକ୍ଷ ଲୋକଙ୍କ ହେଲ୍ଥ ଡାଟାର ବିଶ୍ଳେଷଣ କରି ଏହି ଫଳାଫଳରେ ପହଞ୍ଚିଛନ୍ତି। ମଣିଷ ଦେହ ଭିତରେ ଲୁଣ କିଭଳି ପ୍ରଭାବ ପକାଉଛି ତାକୁ ନେଇ ଅତି ନିକଟରୁ ଅଧ୍ୟୟନ କରାଯାଇଥିଲା।ଲୁଣ ଯୋଗୁ ପେଟରେ କ୍ୟାନସର ଜୀବାଣୁ ସୃଷ୍ଟି ହୋଇପାରେ ବୋଲି ଜଣାପଡିଥିଲା। ଏହି କ୍ୟାନସର ପ୍ରାୟତଃ ପ୍ରୋସେସଡ୍‌ ଖାଦ୍ୟ ଖାଇବା ଦ୍ୱାରା ହୋଇଥାଏ, କାରଣ ଏଥିରେ ବହୁ ପରିମାଣର ଲୁଣ ଥାଏ।

ଅଧିକ ପଢ଼ନ୍ତୁ: ଆପଣ ବି ପାଣି ପିଇବାରେ ଏହି ଭୁଲ୍ କରୁଛନ୍ତି କି… ସାବଧାନ !

WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍। କିନ୍ତୁ ଆଜିକାଲି ବିଶ୍ୱର ଅଧିକାଂଶ ଲୋକ ୯ରୁ ୧୨ଗ୍ରାମ ଲୁଣ ଖାଉଛନ୍ତି।

Advertisment

ଜର୍ଣ୍ଣାଲ୍ ଅଫ୍ ଆମେରିକାନ୍‌ ମେଡିକାଲ୍ ଆସୋସିଏସନ୍ ଅନୁଯାୟୀ, ଯଦି ଆପଣ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ଏକ ଚାମଚ ଲୁଣ ହ୍ରାସ କରନ୍ତି, ତେବେ ଏହା ଶରୀରରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆଣିପାରେ। ଏହା ଉଚ୍ଚ ରକ୍ତଚାପ ପାଇଁ ଔଷଧ ଭଳି କାମ କରିବ। ଅନ୍ୟାନ୍ୟ ରୋଗର ଲକ୍ଷଣକୁ ମଧ୍ୟ ହ୍ରାସ କରିପାରେ। ଯେଉଁମାନେ ହାଇ ବ୍ଲଡପ୍ରେସର ଶିକାର ନୁହନ୍ତି ସେମାନଙ୍କୁ ମଧ୍ୟ ଲୁଣ କମ୍‌ ଖାଇବା ଦ୍ୱାରା ଅନେକ ଲାଭ ମିଳିପାରିବ।

ଅଧିକ ଲୁଣ ଖାଇବା ଦ୍ୱାରା ଏହା ପେଟର ଅନ୍ତନଳୀକୁ ପ୍ରଭାବ ପକାଇଥାଏ। ଏହି କାରଣରୁ ପେଟରେ ଯନ୍ତ୍ରଣା ହେବା ସହ ଅନ୍ତନଳୀ ଫୁଲିବା ଭଳି ସମସ୍ୟା ଦେଖା ଦେଇପାରେ। ଏହି କାରଣ ଯୋଗୁ ହେଲିକୋବ୍ୟାକ୍ଟର ପାଇଲୋରି ନାମକ ଜୀବାଣୁ ସଂକ୍ରମଣ ହେବା ଆଶଙ୍କା ବଢ଼ିଯାଏ, ଏହାଦ୍ୱାରା ପେଟରେ ଅଲସର ସୃଷ୍ଟି ହୁଏ। ଏଥିଯୋଗୁ ପେଟ କ୍ୟାନରସ ହେବା ଆଶଙ୍କା ମଧ୍ୟ ଦେଖାଯାଏ। ଲୁଣ ଦ୍ୱାରା ସୃଷ୍ଟି ହେଉଥିବା କ୍ୟାନସରକୁ ଗ୍ୟାଷ୍ଟ୍ରିକ୍ କ୍ୟାନସର କୁହାଯାଏ।

ଅଧିକ ପଢ଼ନ୍ତୁ: ଆପଣ ଜାଣିଛନ୍ତି କି...ଇନଷ୍ଟାଣ୍ଟ ନୁଡଲ୍ସ ଆପଣଙ୍କ ପିଲାର ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଉଛି ?

Salt In Diet Life Style
Advertisment
Advertisment